ବିରାଟଙ୍କ ପ୍ରଶଂସାରେ ଶତମୁଖ ପାକିସ୍ତାନର ଏହି ମହିଳା କ୍ରିକେଟର! ଟ୍ୱିଟରରେ କ’ଣ ଲେଖିଛନ୍ତି ପଢ଼ନ୍ତୁ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେଞ୍ଚୁରିଅନ୍‌ରେ ଷଷ୍ଠ ଦିନିକିଆରେ ୩୫ତମ ଶତକ ମାରିଥିଲେ ବିରାଟ କୋହଲି। ଏହା ସହିତ ଯେକୌଣସି ଦ୍ୱିପାକ୍ଷିକ ସିରିଜ୍‌ରେ ସବୁଠୁ ଅଧିକ ରନ୍ କରି ଥିଲେ ସେ। ଦ୍ୱିପାକ୍ଷିକ ଶୃଙ୍ଖଳାରେ ୫୦୦ ରନ୍ କରିବାରେ ସେ ପ୍ରଥମ। ଏତେ ସବୁ ପରେ ବି ପାକିସ୍ତାନର କୌଣସି ପୁରୁଷ କ୍ରିକେଟ ଖେଳାଳି ତାଙ୍କୁ ପ୍ରଶଂସା କରି ନାହାଁନ୍ତି। କିନ୍ତୁ ବିରାଟଙ୍କ ଏହି ପ୍ରଦର୍ଶନରେ ଫିଦା ହୋଇଯାଇଛନ୍ତି ପାକିସ୍ତାନର ଜଣେ ମହିଳା କ୍ରିକେଟର। ସେ ଭାରତୀୟ […]

pakcopy

pakcopy

Rakesh Mallick
  • Published: Saturday, 17 February 2018
  • Updated: 17 February 2018, 10:52 PM IST

Sports

Latest News

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେଞ୍ଚୁରିଅନ୍‌ରେ ଷଷ୍ଠ ଦିନିକିଆରେ ୩୫ତମ ଶତକ ମାରିଥିଲେ ବିରାଟ କୋହଲି। ଏହା ସହିତ ଯେକୌଣସି ଦ୍ୱିପାକ୍ଷିକ ସିରିଜ୍‌ରେ ସବୁଠୁ ଅଧିକ ରନ୍ କରି ଥିଲେ ସେ। ଦ୍ୱିପାକ୍ଷିକ ଶୃଙ୍ଖଳାରେ ୫୦୦ ରନ୍ କରିବାରେ ସେ ପ୍ରଥମ। ଏତେ ସବୁ ପରେ ବି ପାକିସ୍ତାନର କୌଣସି ପୁରୁଷ କ୍ରିକେଟ ଖେଳାଳି ତାଙ୍କୁ ପ୍ରଶଂସା କରି ନାହାଁନ୍ତି। କିନ୍ତୁ ବିରାଟଙ୍କ ଏହି ପ୍ରଦର୍ଶନରେ ଫିଦା ହୋଇଯାଇଛନ୍ତି ପାକିସ୍ତାନର ଜଣେ ମହିଳା କ୍ରିକେଟର। ସେ ଭାରତୀୟ ଅଧିନାୟକଙ୍କ ଫ୍ୟାନ୍ ହୋଇଯାଇଛନ୍ତି। ସେ ଟ୍ୱିଟ୍ କରି ନିଜ ଅନ୍ଦାଜରେ ବିରାଟଙ୍କୁ ପ୍ରଶଂସା କରିଛନ୍ତି। ସେ ତାଙ୍କୁ ଜିନିୟସ ବୋଲି କହିବା ସହିତ ବ୍ୟାଟିଂ ବେଳେ ତାଙ୍କର ଏକାଗ୍ରତାକୁ ତାରିଫ କରିଛନ୍ତି।

ପାକିସ୍ତାନର ଏହି ମହିଳା କ୍ରିକେଟରଙ୍କ ନାଁ ସଇଦ ନୈନ୍ ଆବିଦୀ। ପାକିସ୍ତାନ ପାଇଁ ସେ ପ୍ରଥମେ କରିଥିଲେ ଅନ୍ତର୍ଜାତୀୟ ଶତକ।

ଅବଶ୍ୟ ସେ ଏକା ନୁହଁନ୍ତି, ପାକିସ୍ତାନ ପକ୍ଷରୁ କ୍ରିକେଟ୍ ଖେଳିଥିବା ଆଉ ଜଣେ ମହିଳା କାୟନାତ ଇମ୍‌ତିୟାଜ ମଧ୍ୟ ବିରାଟଙ୍କୁ ପ୍ରଶଂସା କରିଛନ୍ତି। ସେ ଟ୍ୱିଟ୍‌ କରି ବିରାଟଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି – what a player.

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos