ପରସ୍ପରର ରେକର୍ଡ ଭାଙ୍ଗିବାକୁ ଉଦ୍ୟମ କରିବେ ବିରାଟ୍‌ ଓ ରୋହିତ!

ଫ୍ଲୋରିଡା: ଆଉ କିଛି ଘଣ୍ଟା ପରେ ଆମେରିକାର ଫ୍ଲରିଡା ଠାରେ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍‌ ଆରମ୍ଭ ହେବ। ଭାରତୀୟ ସମୟ ସନ୍ଧ୍ୟା ୮ଟାରେ ଏହି ମ୍ୟାଚ୍‌ ଖେଳାଯିବ। ବିଶ୍ୱକପ୍‌ ସ୍ୱପ୍ନ ଅଧାରୁ ଧୂଳିସାତ ହେବା ପରେ ପ୍ରଥମଥର ଭାରତୀୟ ଟିମ୍‌ ପଡ଼ିଆକୁ ଓହ୍ଲାଇବ। ତେଣୁ ଏହି ମ୍ୟାଚ୍‌ ଉପରେ ସମସ୍ତଙ୍କ ନଜର ରହିଛି। ତେବେ ଏହି ମ୍ୟାଚ୍‌ରେ ଭାରତର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ଡେପୁଟି ରୋହିତ ଶର୍ମା ପରସ୍ପରର […]

hh

hh

Hemant Lenka
  • Published: Saturday, 03 August 2019
  • Updated: 03 August 2019, 04:01 PM IST

Sports

Latest News

ଫ୍ଲୋରିଡା: ଆଉ କିଛି ଘଣ୍ଟା ପରେ ଆମେରିକାର ଫ୍ଲରିଡା ଠାରେ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍‌ ଆରମ୍ଭ ହେବ। ଭାରତୀୟ ସମୟ ସନ୍ଧ୍ୟା ୮ଟାରେ ଏହି ମ୍ୟାଚ୍‌ ଖେଳାଯିବ। ବିଶ୍ୱକପ୍‌ ସ୍ୱପ୍ନ ଅଧାରୁ ଧୂଳିସାତ ହେବା ପରେ ପ୍ରଥମଥର ଭାରତୀୟ ଟିମ୍‌ ପଡ଼ିଆକୁ ଓହ୍ଲାଇବ। ତେଣୁ ଏହି ମ୍ୟାଚ୍‌ ଉପରେ ସମସ୍ତଙ୍କ ନଜର ରହିଛି।

ତେବେ ଏହି ମ୍ୟାଚ୍‌ରେ ଭାରତର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ଡେପୁଟି ରୋହିତ ଶର୍ମା ପରସ୍ପରର ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ରହିବେ ବୋଲି କୁହାଯାଉଛି। ଉଭୟ କ୍ରିକେଟ୍‌ରେ ଏହି ଛୋଟିଆ ଫର୍ମାଟରେ ୨୦ଟି ଲେଖାଏ ଅର୍ଦ୍ଧଶତକ ହାସଲ କରିଛନ୍ତି। ବିଶ୍ୱର କୌଣସି ଖେଳାଳି ଏଭଳି ରେକର୍ଡ କରିପାରି ନାହାନ୍ତି।

ଅର୍ଥାତ ଉଭୟ ରୋହିତ ଏବଂ ବିରାଟ୍‌ ଅର୍ଦ୍ଧଶତକ ହାସଲ ତାଲିକାର ୧ ନଂ ସ୍ଥାନରେ ରହିଛନ୍ତି। ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ମ୍ୟାଚ୍‌ରେ ଏହି ରେକର୍ଡକୁ ଭାଙ୍ଗିବା ପାଇଁ ଉଭୟଙ୍କ ପାଖରେ ସୁଯୋଗ ରହିଛି। ଏହି ଦୁଇ ଖେଳାଳିଙ୍କ ପରେ ୧୬ଟି ଅର୍ଦ୍ଧଶତକ ସହ ନ୍ୟୁଜିଲ୍ୟାଣ୍ଡର ମାର୍ଟିନ ଗପ୍ଟିଲ ରହିଛନ୍ତି।

ଉଲ୍ଲେଖଯୋଗ୍ୟ, ବିରାଟ୍‌ ୬୭ଟି ମ୍ୟାଚ୍‌ର ୬୨ଟି ଇନିଂସ୍‌ରେ ୨୦ଟି ଅର୍ଦ୍ଧଶତକ ହାସଲ କରିଥିବା ବେଳେ ରୋହିତ ୯୪ଟି ମ୍ୟାଚ୍‌ର ୮୬ଟି ଇନିଂସ୍‌ରେ ୨୦ଟି ଅର୍ଦ୍ଧଶତକ କରିଛନ୍ତି। ଟି-୨୦ରେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିବା ତାଲିକାରେ ତୃତୀୟ ଭାରତୀୟ ଭାବେ ଶିଖର ଧୱନ ରହିଛନ୍ତି। ଧୱନ ୫୦ଟି ମ୍ୟାଚ୍‌ର ୪୯ଟି ଇନିଂସ୍‌ରେ ୯ଟି ଅର୍ଦ୍ଧଶତକ ହାସଲ କରିବାକୁ ସକ୍ଷମ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos