୧୦ ହଜାର ରନ୍‌ କ୍ଲବରେ ସାମିଲ ହୋଇ ରେକର୍ଡ କଲେ ବିରାଟ୍‌

ଦିନିକିଆରେ ହାସଲ କଲେ ୩୭ ତମ ଶତକ

ବିଶାଖାପାଟନମ୍‌: ଟିମ୍‌ ଇଣ୍ଡିଆର ଅଧିନାୟକ ତଥା ରନ୍‌ ମେସିନ୍‌ ବିରାଟ୍‌ କୋହଲି ପୁଣି ଏକ ବିଶ୍ୱ ରେକର୍ଡ କରିଛନ୍ତି। ଭ୍ରମଣକାରୀ ଦଳ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଶତକ ହାସଲ କରି ରେକର୍ଡ ସୃଷ୍ଟି କରିଥିବା ବିରାଟ୍‌ ଦ୍ୱିତୀୟ ଦିନିକିଆରେ ବିଶ୍ୱ ରେକର୍ଡ କରିଛନ୍ତି।

ଦ୍ୱିତୀୟ ଦିନିକିଆରେ ବିରାଟ୍‌ ୮୧ ରନ୍‌ କରିବା କ୍ଷଣି କିମ୍ବଦନ୍ତୀ ବ୍ୟାଟସ୍‌ମ୍ୟାନ୍‌ ସଚିନ୍‌ ତେନ୍ଦୁଲକରଙ୍କ ସର୍ବକାଳୀନ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ବିରାଟ୍‌ ୮୧ ରନ୍‌ କରି ନିଜ ନାଁକୁ ଦିନିକିଆ ମ୍ୟାଚ୍‌ର ୧୦ ହଜାର ରନ୍‌ କ୍ଲବରେ ସାମିଲ କରିପାରିଛନ୍ତି। ତେବେ ସବୁଠାରୁ କମ୍‌ ଇନିଂସ୍‌ରେ ବିରାଟ୍‌ ବିଶ୍ୱର ପ୍ରଥମ ବ୍ୟାଟସ୍‌ମ୍ୟାନ୍‌ ଭାବେ ଏଭଳି ୧୦ ହଜାର ରନ୍‌ ହାସଲ କରିବାର ରେକର୍ଡ କରିଛନ୍ତି।

ପୂର୍ବରୁ ସଚିନ୍‌ ତେନ୍ଦୁଲକର ନିଜ ନାଁରେ ଏହି ରେକର୍ଡ ରଖିଥିଲେ। ସଚିନ୍‌ ଦିନିକିଆର ୨୫୯ଟି ଇନିଂସ୍‌ରେ ୧୦ ହଜାର ରନ୍‌ କରିଥିବା ବେଳେ ବିରାଟ୍‌ ମାତ୍ର ୨୦୫ଟି ଇନିଂସ୍‌ରେ ଏଭଳି ରେକର୍ଡ ୧୦ ହଜାର ରନ୍‌ ହାସଲ କରିଛନ୍ତି। ଅର୍ଥାତ ବିରାଟ୍‌ ସଚିନ୍‌ଙ୍କ ଠାରୁ ୫୪ଟି ଇନିଂସ୍‌ ପୂର୍ବରୁ ଏଭଳି ବିଶ୍ୱ ରେକର୍ଡ କରିଛନ୍ତି।

ଏଭଳି ୧୦ ହଜାର ରନ୍‌ ହାସଲ କରିବାରେ ବିରାଟ୍‌ ବିଶ୍ୱର ତ୍ରୟୋଦଶ ଖେଳାଳି ପାଲଟିଥିବା ବେଳେ ୫ମ ଭାରତୀୟ ଭାବେ ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି।

ଆଜିର ମ୍ୟାଚ୍‌ ପୂର୍ବରୁ ବିରାଟ୍‌ ୯୯୧୯ ରନ୍‌ କରିଥିଲେ। ତେବେ ଏହି ସ୍କୋର୍‌ରେ ଆଉ ୮୧ ରନ୍‌ ଯୋଡ଼ି ବିରାଟ୍‌ ରେକର୍ଡ କରିଛନ୍ତି। ଏହି ୮୧ ରନ୍‌ କରିବାକୁ ବିରାଟ୍‌ ୯୧ଟି ବଲ୍‌ ଖେଳିଥିଲେ।

ବିରାଟ୍‌ଙ୍କ ପୂର୍ବରୁ ଭାରତ ପକ୍ଷରୁ ସଚିନ୍‌ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ରାହୁଲ ଡ୍ରାଭିଡ୍‌ ଓ ମହେନ୍ଦ୍ର ସିଂହ ଧୋନି ଦିନିକିଆରେ ୧୦ ହଜାର ରନ୍‌ ହାସଲ କରିଥିଲେ।

ଅନ୍ୟପକ୍ଷରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଶତକ ହାସଲ କରିଛନ୍ତି। ପୂର୍ବ ମ୍ୟାଚ୍‌ରେ ୧୪୦ ରନ୍‌ର ଇନିଂସ୍‌ ଖେଳିଥିବା ବିରାଟ୍‌ ଏଥର ମଧ୍ୟ ଶତକ ହାସଲ କରି ରେକର୍ଡ କରିଛନ୍ତି। ଏହା ତାଙ୍କ ଦିନିକିଆ କ୍ୟାରିୟରର ୩୭ ତମ ଶତକ। ୨୧୩ଟି ମ୍ୟାଚ୍‌ର ୨୦୫ଟି ଇନିଂସ୍‌ରେ କୋହଲି ଏହି ୩୭ ତମ ଶତକ ହାସଲ କରିଛନ୍ତି।
ଦେଖନ୍ତୁ ୧୦ ହଜାର ରନ୍‌ ପରେ ବିରାଟ୍‌ଙ୍କ ଅନ୍ଦାଜ୍‌

ଆହୁରି ପଢ଼ନ୍ତୁ

ଧୋନି ଯୁଗର ଶେଷ, ଅନ୍ତର୍ଜାତୀୟ କ୍ରିକେଟକୁ ମାହିଙ୍କ ଅଲବିଦା

ଏଣିକି ଗାଁକୁ ଗାଁ ଯାଇ ପାଠ ପଢ଼ାଇବେ ଶିକ୍ଷକ

ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ

ରାଜ୍ୟରେ ରେକର୍ଡ, ଦିନକରେ ଚିହ୍ନଟ ହେଲେ ୨୪୯୬ କରୋନା ଆକ୍ରାନ୍ତ

‘ଗୋଟିଏ ପରିବାର ପାଇଁ ଯାହା ଦରକାର, ତାହା ଦେଶ ପାଇଁ ଦରକାର’

ରାଷ୍ଟ୍ରପତିଙ୍କ ବାର୍ତ୍ତା: କରୋନା ଯୋଦ୍ଧାଙ୍କ ପାଖରେ ଦେଶ ସର୍ବଦା ଋଣି

କରୋନାକୁ ମାତ୍‌ ଦେଇ ସୁସ୍ଥ ହେଲେ ଅମିତ ଶାହ

ରାଜ୍ୟରେ ଦିନକରେ ଚିହ୍ନଟ ହେଲେ ୧୯୭୭ କରୋନା ପଜିଟିଭ

ନିଜେ ଲିଭି ୬ ଜଣଙ୍କ ଜୀବନ ଦୀପ ଜଳାଇଥିଲେ, ସୂରଜଙ୍କ ନାଁରେ ଆରମ୍ଭ ହେଲା ସ୍ୱର୍ଣ୍ଣିମ ଅଧ୍ୟାୟ

ରାଜ୍ୟରେ ୧୯୮୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭାଇରାଲ୍ ଅଡ଼ିଓ ସହ କ’ଣ ଥିଲା ଲକ୍ଷ୍ମୀକାନ୍ତଙ୍କ ସାଲାରି ସ୍ଲିପ୍‌ର ସମ୍ପର୍କ ? କ’ଣ ଖୋଜୁଥିଲା ପୁଲିସ

ଅଡିଓ ଭାଇରାଲ ମାମଲା: ଲକ୍ଷ୍ମୀକାନ୍ତ, ବିଶ୍ୱଜିତଙ୍କୁ ମିଳିଲା ଜାମିନ