ଆଝାରୁଦ୍ଦିନଙ୍କ ଏହି ରେକର୍ଡ ସମକକ୍ଷ ହେଲେ ବିରାଟ୍

ସାଉଥାମ୍ପଟନ୍: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ନିଜ ଦିନିକିଆ କ୍ୟାରିୟରର ୫୨ତମ ଅର୍ଦ୍ଧଶତକ ମାରି ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି। ଚଳିତ ବିଶ୍ୱକପରେ ବିରାଟଙ୍କ ଏହା କ୍ରମାଗତ ତୃତୀୟ ଅର୍ଦ୍ଧଶତକ। ଏହି ମାମଲାରେ ସେ ଭାରତର ପୂର୍ବତନ କ୍ୟାପଟେନ୍ ମହମ୍ମଦ ଆଝାରୁଦ୍ଦିନଙ୍କ ରେକର୍ଡ ସମକକ୍ଷ ହୋଇଛନ୍ତି। ଆଝାରୁଦ୍ଦିନ ଭାରତର ପ୍ରଥମ କ୍ୟାପଟେନ୍ ଭାବେ ୧୯୯୨ ବିଶ୍ୱକପରେ କ୍ରମାଗତ ତିନୋଟି ମ୍ୟାଚରେ ଅର୍ଦ୍ଧଶତକ ମାରିଥିଲେ। ଚଳିତ ବିଶ୍ୱକପରେ ବିରାଟ୍ ଦକ୍ଷିଣ ଆଫ୍ରିକା ବିପକ୍ଷ […]

v

v

Hemant Lenka
  • Published: Saturday, 22 June 2019
  • Updated: 22 June 2019, 07:33 PM IST

Sports

Latest News

ସାଉଥାମ୍ପଟନ୍: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ନିଜ ଦିନିକିଆ କ୍ୟାରିୟରର ୫୨ତମ ଅର୍ଦ୍ଧଶତକ ମାରି ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି। ଚଳିତ ବିଶ୍ୱକପରେ ବିରାଟଙ୍କ ଏହା କ୍ରମାଗତ ତୃତୀୟ ଅର୍ଦ୍ଧଶତକ।

ଏହି ମାମଲାରେ ସେ ଭାରତର ପୂର୍ବତନ କ୍ୟାପଟେନ୍ ମହମ୍ମଦ ଆଝାରୁଦ୍ଦିନଙ୍କ ରେକର୍ଡ ସମକକ୍ଷ ହୋଇଛନ୍ତି। ଆଝାରୁଦ୍ଦିନ ଭାରତର ପ୍ରଥମ କ୍ୟାପଟେନ୍ ଭାବେ ୧୯୯୨ ବିଶ୍ୱକପରେ କ୍ରମାଗତ ତିନୋଟି ମ୍ୟାଚରେ ଅର୍ଦ୍ଧଶତକ ମାରିଥିଲେ।

ଚଳିତ ବିଶ୍ୱକପରେ ବିରାଟ୍ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ମ୍ୟାଚରେ ମାତ୍ର ୧୮ ରନ୍ କରି ଆଉଟ୍ ହୋଇଥିଲେ। ଏହା ପରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ୮୨ ଏବଂ ପାକିସ୍ତାନ ବିପକ୍ଷରେ ୭୭ ରନର ଅର୍ଦ୍ଧଶତକୀୟ ଇନିଂସ୍ ଖେଳିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos