‘ବିରାଟ୍‌’ ବନିବାକୁ କୋହଲିଙ୍କୁ ଦେଖାଇବାକୁ ପଡ଼ିବ କମାଲ

ନୂଆଦିଲ୍ଲୀ: ‘ବିରାଟ୍‌’ ହେବା ପାଇଁ କୋହଲିଙ୍କୁ ଇଂଲଣ୍ଡରେ ରନ୍‌ କରିବାକୁ ପଡ଼ିବ। ଗଣମାଧ୍ୟମକୁ ଏପରି ବୟାନ୍‌ ଦେଇଛନ୍ତି ୱେଷ୍ଟ ଇଣ୍ଡିଜ୍‌ର ଖତରନାକ ବୋଲର ମାଇକେଲ ହୋଲ୍ଡିଂ। ସେ କହିଛନ୍ତି-“ଦ୍ୱିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ଦକ୍ଷିଣଆଫ୍ରିକା ବିରୋଧରେ ଟିମ୍‌ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ୧୫୩ ରନ୍‌ର ଜବରଦସ୍ତ ଇନିଂସ୍‌ ଖେଳିଥିଲେ। ଏହା ସତ୍ତ୍ୱେ ଭାରତ ମ୍ୟାଚ୍‌ ହାରିଥିଲା। କୋହଲିଙ୍କୁ ‘ବିରାଟ୍‌’ ସେତେବେଳେ କୁହାଯିବେ, ଯେତେବେଳେ ସେ ଇଂଲଣ୍ଡରେ ରନ୍‌ କରିବେ।” ସେ କହିଛନ୍ତି-“ଇଂଲଣ୍ଡ ଏକ ଏମିତି ଜାଗା, […]

22_01_2018-kohli

22_01_2018-kohli

Rakesh Mallick
  • Published: Monday, 22 January 2018
  • Updated: 22 January 2018, 11:08 PM IST

ନୂଆଦିଲ୍ଲୀ: ‘ବିରାଟ୍‌’ ହେବା ପାଇଁ କୋହଲିଙ୍କୁ ଇଂଲଣ୍ଡରେ ରନ୍‌ କରିବାକୁ ପଡ଼ିବ। ଗଣମାଧ୍ୟମକୁ ଏପରି ବୟାନ୍‌ ଦେଇଛନ୍ତି ୱେଷ୍ଟ ଇଣ୍ଡିଜ୍‌ର ଖତରନାକ ବୋଲର ମାଇକେଲ ହୋଲ୍ଡିଂ। ସେ କହିଛନ୍ତି-“ଦ୍ୱିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ଦକ୍ଷିଣଆଫ୍ରିକା ବିରୋଧରେ ଟିମ୍‌ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ୧୫୩ ରନ୍‌ର ଜବରଦସ୍ତ ଇନିଂସ୍‌ ଖେଳିଥିଲେ। ଏହା ସତ୍ତ୍ୱେ ଭାରତ ମ୍ୟାଚ୍‌ ହାରିଥିଲା। କୋହଲିଙ୍କୁ ‘ବିରାଟ୍‌’ ସେତେବେଳେ କୁହାଯିବେ, ଯେତେବେଳେ ସେ ଇଂଲଣ୍ଡରେ ରନ୍‌ କରିବେ।”

ସେ କହିଛନ୍ତି-“ଇଂଲଣ୍ଡ ଏକ ଏମିତି ଜାଗା, ଯେଉଁଠି କୋହଲିଙ୍କୁ ବ୍ୟାଟ୍‌ ଶାନ୍ତ ରଖିବାକୁ ବାଧ୍ୟ କରିବ। କୋହଲିଙ୍କୁ ଜଣେ ମହାନ୍‌ ବ୍ୟାଟ୍ସମ୍ୟାନ୍‌ ଭାବେ ପରିଚିତ କରିବାକୁ ହେଲେ ଇଂଲଣ୍ଡରେ ରନ୍‌ କରିବାକୁ ପଡ଼ିବ। ଜଣେ ସଫଳ ବ୍ୟାଟ୍ସମ୍ୟାନ ଭାବେ ସବୁ କ୍ଷେତ୍ରରେ ପାସ୍‌ କରିବାକୁ ପଡ଼ିବ। ପ୍ରବୀଣ କ୍ରୀଡ଼ାବିତ, ତାଙ୍କୁ କୁହାଯିବ ଯିଏ ସବୁ ପରିସ୍ଥିତିରେ ବ୍ୟାଟିଂ କରିପାରିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos