ମ୍ୟାଚ୍‌ ହାରିବା ପରେ ୧୨ ଲକ୍ଷ ତଣ୍ଡ ଗଣିଲେ ବିରାଟ କୋହଲି

ଦୁବାଇ: ଚଳିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଡବଲ ଝଟକା ଲାଗିଛି। ପ୍ରଥମେ ପଞ୍ଜାବ ଠାରୁ ଶୋଚନୀୟ ଭାବେ ପରାସ୍ତ ହୋଇଥିବା ବେଙ୍ଗାଲୁରୁ ଧିମା ବୋଲିଂ ପାଇଁ ଦଣ୍ଡିତ ହୋଇଛି। ଧିମା ବୋଲିଂ ପାଇଁ ବେଙ୍ଗାଲୁରୁ ଅଧିନାୟକ ବିରାଟ କୋହଲିଙ୍କୁ ୧୨ ଲକ୍ଷର ଫାଇନ ଲାଗୁ କରାଯାଇଛି।

ଆଇପିଏଲ ପକ୍ଷରୁ ଜାରି ପ୍ରେସ ରିଲିଜରେ କୁହାଯାଇଛି ଯେ ଆଇପିଏଲର କୋଡ ଅଫ କଣ୍ଡକ୍ଟରେ ଉଲ୍ଲେଖ ନିୟମ ଅନୁଯାୟୀ ବେଙ୍ଗାଲୁରୁ ଧିମା ବୋଲିଂ କରିଛି। ଏଥିପାଇଁ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ୧୨ ଲକ୍ଷ ଟଙ୍କାର ଫାଇନ ଲାଗୁ କରାଯାଇଛି।

ଗତକାଲି ଦୁବାଇ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚ୍‌ରେ ପଞ୍ଜାବ ଅଧିନାୟକ କେଏଲ ରାହୁଲ ଜବରଦସ୍ତ ବ୍ୟାଟିଂ କରିଥିଲେ। ୨୦୨୦ ଆଇପିଏଲର ପ୍ରଥମ ଶତକ ହାସଲ କରିବା ସହ ରାହୁଲ ଅପରାଜିତ ୧୩୨ ରନ୍‌ର ଇନିଂସ କରିଥିଲେ। ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ୨୦୬ ରନ୍‌ କରିଥିବା ବେଳେ ବେଙ୍ଗାଲୁରୁ ମାତ୍ର ୧୦୯ ରନ୍‌ କରିବାକୁ ସକ୍ଷମ ହୋଇଥିଲା।