ବିରାଟଙ୍କ ନାଁରେ ଯୋଡ଼ି ହେଲା ଆଉ ଏକ ରେକର୍ଡ

ଦୁବାଇ: ଟିମ୍‌ ଇଣ୍ଡିଆ ଓ ଆଇପିଏଲ୍‌ରେ ରୟାଲଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲି ଆଜି ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ଆଇପିଏଲର ୨୫ତମ ମ୍ୟାଚ୍‌ରେ ବିରାଟଙ୍କ ବାଙ୍ଗାଲୋର ଓ ମହେନ୍ଦ୍ର ସିଂହ ଧୋନିଙ୍କ ମଧ୍ୟରେ ମୁହାଁମୁହିଁ ହେଉଛନ୍ତି। ଏହି ମ୍ୟାଚ୍‌ରେ ବିରାଟ ୫୨ଟି ବଲ୍‌ରେ ୯୦ ରନ୍‌ ହାସଲ କରିଛନ୍ତି। ଆଜିର ଇନିଂସ ବେଳେ ବିରାଟ ବାଙ୍ଗାଲୋର ଓ ଆଇପିଏଲ ପାଇଁ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ବାଙ୍ଗାଲୋର ପାଇଁ ବିରାଟ୍‌ ଟି-୨୦ରେ ସର୍ବମୋଟ ୬ […]

c

c

Hemant Lenka
  • Published: Saturday, 10 October 2020
  • Updated: 10 October 2020, 10:18 PM IST

Sports

Latest News

ଦୁବାଇ: ଟିମ୍‌ ଇଣ୍ଡିଆ ଓ ଆଇପିଏଲ୍‌ରେ ରୟାଲଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲି ଆଜି ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ଆଇପିଏଲର ୨୫ତମ ମ୍ୟାଚ୍‌ରେ ବିରାଟଙ୍କ ବାଙ୍ଗାଲୋର ଓ ମହେନ୍ଦ୍ର ସିଂହ ଧୋନିଙ୍କ ମଧ୍ୟରେ ମୁହାଁମୁହିଁ ହେଉଛନ୍ତି। ଏହି ମ୍ୟାଚ୍‌ରେ ବିରାଟ ୫୨ଟି ବଲ୍‌ରେ ୯୦ ରନ୍‌ ହାସଲ କରିଛନ୍ତି।

ଆଜିର ଇନିଂସ ବେଳେ ବିରାଟ ବାଙ୍ଗାଲୋର ଓ ଆଇପିଏଲ ପାଇଁ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ବାଙ୍ଗାଲୋର ପାଇଁ ବିରାଟ୍‌ ଟି-୨୦ରେ ସର୍ବମୋଟ ୬ ହଜାର ରନ୍‌ ସଂଗ୍ରହ କରିବାର ରେକର୍ଡ ସୃଷ୍ଟି କରିଛନ୍ତି। ଆରସିବି ପାଇଁ ୬ ହଜାର ରନ୍‌ ସଂଗ୍ରହ କରିବାରେ ବିରାଟ ପ୍ରଥମ ବ୍ୟାଟସମ୍ୟାନ। ଆଜିର ମ୍ୟାଚ୍‌ର ୧୪ ତମ ଓଭର୍‌ରେ ବିରାଟ କୋହଲି ନିଜ ଖାତାରେ ୩୧ ରନ୍‌ ଯୋଡ଼ିବା କ୍ଷଣି ଏହି ରେକର୍ଡର ଅଧିକାରୀ ହୋଇଛନ୍ତି।

ଏହି ୬ ହଜାର ରନ୍‌ ମଧ୍ୟରୁ ବିରାଟ ଚାମ୍ପିୟନ୍ସ ଲିଗ୍‌ ଟି-୨୦ରେ ୩୮.୫୪ ହାରରେ ମାତ୍ର ୧୫ଟି ମ୍ୟାଚ୍ ଖେଳି ୪୨୪ ରନ୍ ସଂଗ୍ରହ କରିଛନ୍ତି। ଏଥିରେ ଦୁଇଟି ଅର୍ଦ୍ଧଶତକ ବି ରହିଛି। ବାକି ୫୫୭୬ ରନ୍‌ ବିରାଟ ଆଇପିଏଲ୍‌ରୁ ସଂଗ୍ରହ କରିଛନ୍ତି। ଆଇପିଏଲରେ ବିରାଟ ସାର୍ବଧିକ ରନ୍‌ ସଂଗ୍ରହ କରିବାର ରେକର୍ଡ ମଧ୍ୟ ନିଜ ନାଁରେ ରଖିଛନ୍ତି।

ଆଜିର ୯୦ ରନ୍‌ର ଇନିଂସ୍‌ ପରେ ବିରାଟ ଆପିଏଲରେ ଏଯାଏ ୧୮୩ଟି ମ୍ୟାଚ୍‌ ଖେଳି ୫୬୩୫ ରନ୍‌ କରିଛନ୍ତି। ଏଥିରେ ୫ଟି ଶତକ ଓ ୩୮ଟି ଅର୍ଦ୍ଧଶତକ ରହିଛି। ତାଙ୍କ ପଛକୁ ସୁରେଶ ରାଇନା ୫୩୬୮ ଓ ରୋହିତ ଶର୍ମା ୫୧୦୯ ରନ୍‌ କରିଛନ୍ତି।

ଆଜିର ଚେନ୍ନାଇ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ବିରାଟ ସର୍ବମୋଟ ୨୮୬ ଟି-୨୦ ମ୍ୟାଚ୍(ଭାରତ ପାଇଁ ମ୍ୟାଚ୍‌ ଏଥିରେ ସାମିଲ)‌ରୁ ୯୦୩୩ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ୫ଟି ଶତକ ଓ ୬୫ଟି ଅର୍ଦ୍ଧଶତକ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos