ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ ଆହତ

ଲଣ୍ଡନ: ଭାରତର ବିଶ୍ୱକପ୍ ଅଭିଯାନ ଜୁନ୍ ୫ ତାରିଖରୁ ଆରମ୍ଭ ହେବ। ତେବେ ଏହା ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି। ଟିମ୍ କ୍ୟାପଟେନ୍ ବିରାଟ କୋହଲି ଅଭ୍ୟାସ କରୁଥିବା ବେଳେ ଆହତ ହୋଇଛନ୍ତି। ସାଉଥାମ୍ପଟନରେ ଅଭ୍ୟାସ ସେସନ୍ ସମୟରେ ତାଙ୍କ ଡାହାଣ ଅଙ୍ଗୁଳି ଆଘାତ ଲାଗିଛି। ତେବେ ବିରାଟଙ୍କୁ ଏହି ଆଘାତ କେମିତି ଲାଗିଲା, ତାହା ସ୍ପଷ୍ଟ ହୋଇନାହିଁ। ଭାରତ ତା’ର ବିଶ୍ୱକପ୍ ଅଭିଯାନ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆରମ୍ଭ କରିବ। ତେଣୁ ଏହି […]

virat

Hemant Lenka
  • Published: Sunday, 02 June 2019
  • , Updated: 02 June 2019, 05:58 PM IST

ଲଣ୍ଡନ: ଭାରତର ବିଶ୍ୱକପ୍ ଅଭିଯାନ ଜୁନ୍ ୫ ତାରିଖରୁ ଆରମ୍ଭ ହେବ। ତେବେ ଏହା ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି। ଟିମ୍ କ୍ୟାପଟେନ୍ ବିରାଟ କୋହଲି ଅଭ୍ୟାସ କରୁଥିବା ବେଳେ ଆହତ ହୋଇଛନ୍ତି। ସାଉଥାମ୍ପଟନରେ ଅଭ୍ୟାସ ସେସନ୍ ସମୟରେ ତାଙ୍କ ଡାହାଣ ଅଙ୍ଗୁଳି ଆଘାତ ଲାଗିଛି।

ତେବେ ବିରାଟଙ୍କୁ ଏହି ଆଘାତ କେମିତି ଲାଗିଲା, ତାହା ସ୍ପଷ୍ଟ ହୋଇନାହିଁ। ଭାରତ ତା'ର ବିଶ୍ୱକପ୍ ଅଭିଯାନ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆରମ୍ଭ କରିବ। ତେଣୁ ଏହି ମୁକାବିଲାରେ ଖେଳିବା ପାଇଁ ବିରାଟଙ୍କୁ କୌଣସି ସମସ୍ୟା ହେବ ନାହିଁ, କାରଣ ବିରାଟଙ୍କ ଆଘାତ ସେତେଟା ଗୁରୁତର ନଥିବା ଖବର ମିଳିଛି।

ଶନିବାର ବିରାଟ ଆଘାତ ପାଇବା ପରେ ଟିମର ଫିଜିଓ ପ୍ୟାଟ୍ରିକଙ୍କୁ ନିଜ ଅଙ୍ଗୁଳି ଦେଖାଇଥିଲେ। ପ୍ୟାଟ୍ରିକ୍ ପ୍ରଥମେ ବିରାଟଙ୍କ ଅଙ୍ଗୁଳିରେ ସ୍ପ୍ରେ ମାରିଥିଲେ ଏବଂ ଏହା ଉପରେ ଟେପ୍ ବାନ୍ଧିଥିଲେ। ଏହା ମଧ୍ୟରେ ବିରାଟ ନିଜ ଅଙ୍ଗୁଳି ଉପରେ ବରଫ ମାରିଥିଲ । ମଇଦାନକୁ ବାହାରକୁ ଯିବା ସମୟରେ ତାଙ୍କ ହାତରେ ଏକ ଗ୍ଲାସ୍ ଥିଲା, ଯେଉଁଥିରେ ଥଣ୍ଡା ପାଣି ଥିଲା। ସେହି ଗ୍ଲାସରେ ବିରାଟ ନିଜ ଅଙ୍ଗୁଳିକୁ ବୁଡେଇ ରଖିଥିଲେ।

ବିରାଟଙ୍କ ଆଘାତକୁ ନେଇ ଆନୁଷ୍ଠାନିକ ଭାବେ କୌଣସି ସୂଚନା ମିଳିନାହିଁ। କିନ୍ତୁ ସୂତ୍ରରୁ ଖବର ମିଳିଛି ଯେ, ବ୍ୟାଟିଂ କରୁଥିବା ବେଳେ ବିରାଟଙ୍କ ଅଙ୍ଗୁଳିରେ ବଲ୍ ବାଜିଥିଲା। କିନ୍ତୁ ଏହା କୌଣସି ଚିନ୍ତାର ବିଷୟ ନୁହେଁ।

ଅନ୍ୟପକ୍ଷରେ ଯଦି ବିରାଟଙ୍କ ଆହତ ଗୁରୁତର ହୋଇଥାଏ, ତାହେଲେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ ଖେଳିପାରିବେ ନାହିଁ। ଗୋଟିଏ ପଟେ ଇଂଲିଶ କଣ୍ଡିସନରେ ଏସୀୟ ଟିମଗୁଡ଼ିକୁ ସଂଘର୍ଷ କରୁଥିବାର ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ଯଦି ବିରାଟ ଅନୁପସ୍ଥିତ ରୁହନ୍ତି, ତାହେଲେ ଓପ୍ନର ରୋହିତ୍ ଶର୍ମା ଓ ଶିଖର ଧୱନଙ୍କ ଉପରେ ଅତିରିକ୍ତ ଚାପ ପଡ଼ିପାରେ।

ଏଠାରେ ସୂଚନାଯୋଗ୍ୟ, ଭାରତ ତା'ର ପ୍ରଥମ ଅଭ୍ୟାସ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡଠାରୁ ପରାସ୍ତ ହୋଇଥିଲା। ଏହି ମ୍ୟାଚରେ ଭାରତ ମାତ୍ର ୧୭୯ ରନ୍ କରିବାକୁ ସକ୍ଷମ ହୋଇଥିଲା। କିନ୍ତୁ ଦ୍ୱିତୀୟ ଅଭ୍ୟାସ ମ୍ୟାଚରେ ମହେନ୍ଦ୍ର ସିଂହ ଧୋନି ଓ ଲୋକେଶ ରାହୁଲଙ୍କ ଶତକ ବଳରେ ଭାରତ ବଡ଼ ସ୍କୋର କରି ବାଂଲାଦେଶକୁ ୯୫ ରନ୍ ବ୍ୟବଧାନରେ ପରାସ୍ତ କରିଥିଲା।

Related story