ତାଇଜୁଲଙ୍କ କ୍ୟାଚ୍‌ ଦେଖି ବିରାଟ ବି ଜଳକା, ଦେଖନ୍ତୁ ଭିଡିଓ

କୋଲକାତା: ଇଡେନ ଗାର୍ଡେନ୍ସରେ ଭାରତ ଓ ବାଂଲାଦେଶ ମଧ୍ୟରେ ଚାଲିଥିବା ପିଙ୍କ ବଲ ଟେଷ୍ଟରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଶତକ ହାସଲ କରିଛନ୍ତି। ତେବେ ସେ ଶତକ ହାସଲ କରିବା ପରେ ବେଶ ନାଟକୀୟ ଢଙ୍ଗରେ ପ୍ୟାଭିଲିୟନ ଫେରିଛନ୍ତି। ତାଙ୍କୁ ଆଉଟ କରିବା ପାଇଁ ବାଂଲାଦେଶର ଫିଲ୍ଡର ତାଇଜୁଲ ଇସଲାମ ବାଉଣ୍ଡରୀ ପାଖରେ ଆଖି ଖସିଗଲା ଭଳି କ୍ୟାଚ୍‌ ଧରିଛନ୍ତି। ତାଇଜୁଲଙ୍କ ଏହି ଆକର୍ଷଣୀୟ କ୍ୟାଚ୍‌କୁ ଦେଖି ବିରାଟ ନିଜେ ମଧ୍ୟ କିଛି ସମୟ […]

cxb

cxb

Hemant Lenka
  • Published: Saturday, 23 November 2019
  • Updated: 23 November 2019, 05:56 PM IST

Sports

Latest News

କୋଲକାତା: ଇଡେନ ଗାର୍ଡେନ୍ସରେ ଭାରତ ଓ ବାଂଲାଦେଶ ମଧ୍ୟରେ ଚାଲିଥିବା ପିଙ୍କ ବଲ ଟେଷ୍ଟରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଶତକ ହାସଲ କରିଛନ୍ତି। ତେବେ ସେ ଶତକ ହାସଲ କରିବା ପରେ ବେଶ ନାଟକୀୟ ଢଙ୍ଗରେ ପ୍ୟାଭିଲିୟନ ଫେରିଛନ୍ତି। ତାଙ୍କୁ ଆଉଟ କରିବା ପାଇଁ ବାଂଲାଦେଶର ଫିଲ୍ଡର ତାଇଜୁଲ ଇସଲାମ ବାଉଣ୍ଡରୀ ପାଖରେ ଆଖି ଖସିଗଲା ଭଳି କ୍ୟାଚ୍‌ ଧରିଛନ୍ତି।

ତାଇଜୁଲଙ୍କ ଏହି ଆକର୍ଷଣୀୟ କ୍ୟାଚ୍‌କୁ ଦେଖି ବିରାଟ ନିଜେ ମଧ୍ୟ କିଛି ସମୟ ପାଇଁ ବିଶ୍ୱାସ କରିପାରି ନଥିଲେ। ହେଲେ ତାଙ୍କୁ ୧୩୬ ରନ୍‌ରେ ହିଁ ପ୍ୟାଭିଲିୟନ ଫେରିବାକୁ ପଡ଼ିଥିଲା।

୧୩୬ ରନ୍‌ କରିଥିବା ବିରାଟଙ୍କୁ ବାଂଲାଦେଶର ଦ୍ରୁତ ବୋଲର ଇବାଦତ ହୁସେନ ଲେଗ ସାଇଡ୍‌ରେ ବଲ ପକାଇଥିଲେ। ଏହାକୁ ବିରାଟ୍‌ ଫାଇନ୍‌ ଲେଗ ଉପରେ ମାରିବାକୁ ଚେଷ୍ଟା କରିଥିଲେ। ତେବେ ଏହି ସମୟରେ ସ୍କୋୟାର ଲେଗ୍‌ ବାଉଣ୍ଡରୀରେ ଫିଲ୍ଡିଂ କରିଥିବା ତାଇଜୁଲ ସମସ୍ତଙ୍କୁ ଜଳକା କରି ଦେଇଥିଲେ। ସେ ଶୂନ୍ୟରେ ଉଡ଼ି ବାଉଣ୍ଡରୀ ଆଡ଼କୁ ଯାଉଥିବା ବଲକୁ କ୍ୟାଚ୍‌ କରି ନେଇଥିଲେ।

ବିରାଟ୍‌ ନିଜେ ମଧ୍ୟ ଏହାକୁ ବିଶ୍ୱାସ କରିପାରି ନଥିଲେ। ବିରାଟଙ୍କୁ ଆଉଟ୍‌ କରିବା ପରେ ଇବାଦତ ନିଜର ଚିରାଚରିତ ଢଙ୍ଗରେ ସାଲ୍ୟୁଟ ମାରି ଉତ୍ସବ ମନାଇଥିଲେ। ବିରାଟ କିନ୍ତୁ ତାଇଜୁଲଙ୍କ କ୍ୟାଚ୍‌ ଦେଖି କେବଳ ସ୍ମିଥହାସ୍ୟ ଦେଇଥିଲେ। ବିରାଟ ଆଜି ୧୯୪ଟି ବଲରେ ୧୮ଟି ଚୌକା ଜରିଆରେ ୧୩୬ ରନ୍‌ କରିଛନ୍ତି।

ଦେଖନ୍ତୁ ଭିଡିଓ
https://twitter.com/i/status/1198191671235641344

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos