ଆଇସିସି ଦିନିକିଆ ରାଙ୍କିଙ୍ଗ: ୧ନଂରେ ବିରାଟ ଓ ବୁମ୍ରା , ସାକିବଙ୍କ ନାଁ ଗାଏବ

ଦୁବାଇ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଓ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ପୂର୍ବଭଳି ଦିନିକିଆ ରାଙ୍କିଙ୍ଗର ବ୍ୟାଟିଂ ଏବଂ ବୋଲିଂ ରାଙ୍କର ୧ ନଂ ସ୍ଥାନରେ ରହିଛନ୍ତି। ତେବେ ପୂର୍ବରୁ ଦିନିକିଆ ଅଲରାଉଣ୍ଡର ତାଲିକାର ଏକ ନମ୍ବର ସ୍ଥାନରେ ଥିବା ବାଂଲାଦେଶର ସାକିବ-ଅଲ –ହାସନଙ୍କ ନାଁକୁ ଆଇସିସି ସଂପୂର୍ଣ୍ଣ ଭାବେ ରାଙ୍କିଙ୍ଗରୁ ବାଦ ଦେଇଛି। ବୁକିମାନେ ଫିକ୍ସିଂ ପାଇଁ ତାଙ୍କୁ ଯୋଗାଯୋଗ କରିଥିଲେ ହେଁ ସେ ଏକଥା ଆଇସିସିକୁ ଜଣାଇ ନଥିଲେ। ଏଥିପାଇଁ ତାଙ୍କୁ […]

s

s

Hemant Lenka
  • Published: Tuesday, 12 November 2019
  • Updated: 12 November 2019, 03:31 PM IST

Sports

Latest News

ଦୁବାଇ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଓ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ପୂର୍ବଭଳି ଦିନିକିଆ ରାଙ୍କିଙ୍ଗର ବ୍ୟାଟିଂ ଏବଂ ବୋଲିଂ ରାଙ୍କର ୧ ନଂ ସ୍ଥାନରେ ରହିଛନ୍ତି। ତେବେ ପୂର୍ବରୁ ଦିନିକିଆ ଅଲରାଉଣ୍ଡର ତାଲିକାର ଏକ ନମ୍ବର ସ୍ଥାନରେ ଥିବା ବାଂଲାଦେଶର ସାକିବ-ଅଲ –ହାସନଙ୍କ ନାଁକୁ ଆଇସିସି ସଂପୂର୍ଣ୍ଣ ଭାବେ ରାଙ୍କିଙ୍ଗରୁ ବାଦ ଦେଇଛି।

ବୁକିମାନେ ଫିକ୍ସିଂ ପାଇଁ ତାଙ୍କୁ ଯୋଗାଯୋଗ କରିଥିଲେ ହେଁ ସେ ଏକଥା ଆଇସିସିକୁ ଜଣାଇ ନଥିଲେ। ଏଥିପାଇଁ ତାଙ୍କୁ ୨ ବର୍ଷ ପାଇଁ କ୍ରିକେଟରୁ ବ୍ୟାନ୍‌ କରାଯାଇଛି। ଗତକାଲି ଆଇସିସି ଜାରି କରିଥିବା ଟି-୨୦ ରାଙ୍କିଙ୍ଗରୁ ସାକିବଙ୍କ ନାଁକୁ ହଠାଇ ଦେଇଥିଲା। ଆଜି ଆଇସିସି ଜାରି କରିଥିବା ନୂଆ ଦିନିକିଆ ରାଙ୍କିଙ୍ଗ ତାଲିକାରେ ମଧ୍ୟ ସାକିବଙ୍କ ନାଁ ନାହିଁ।

ଗତକାଲି ୱେଷ୍ଟଇଣ୍ଡିଜ ଓ ଆଫଗାନିସ୍ତାନ ମଧ୍ୟରେ ଦିନିକିଆ ସିରିଜ୍‌ ଶେଷ ହେବା ପରେ ଆଜି ଆଇସିସି ପକ୍ଷରୁ ନୂଆ ଦିନିକିଆ ରାଙ୍କିଙ୍ଗ ଜାରି କରାଯାଇଛି। ବ୍ୟାଟସମ୍ୟାନଙ୍କ ତାଲିକାର ଏକ ନମ୍ବର ସ୍ଥାନରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ୮୯୫ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛନ୍ତି। ତାଙ୍କ ପଛକୁ ଟିମ୍‌ ଇଣ୍ଡିଆର ଉପ ଅଧିନାୟକ ରୋହିତ ଶର୍ମା ୮୬୩ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି।

ତୃତୀୟରେ ପାକିସ୍ତାନର ବାବର ଆଜମ, ୪ର୍ଥରେ ଦକ୍ଷିଣ ଆଫ୍ରିକାର ଫାପ୍‌ ଡୁପ୍ଲେସିସ୍‌, ୫ମରେ ନ୍ୟୁଜିଲ୍ୟାଣ୍ଡର ରସ୍‌ ଟେଲର, ୬ଷ୍ଠରେ କେନ୍‌ ୱିଲିୟମସନ, ୭ମରେ ଡାଭିଡ୍‌ ୱାର୍ଣ୍ଣର, ୮ମରେ ଜୋ ରୁଟ୍‌, ୯ମରେ କ୍ୱିଣ୍ଟନ ଡିକକ୍‌ ଓ ୧୦ମ ସ୍ଥାନରେ ଜେସନ ରୟ ରହିଛନ୍ତି।

ବୋଲରଙ୍କ ରାଙ୍କିଙ୍ଗ ତାଲିକା ଦେଖିଲେ ଆହତ ଯୋଗୁ ଟିମ୍‌ରୁ ବାଦ୍‌ ପଡ଼ିଥିବା ଯଶପ୍ରୀତ ବୁମ୍ରା ପୂର୍ବଭଳି ୭୯୭ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛନ୍ତି। ତାଙ୍କ ପଛକୁ ଟ୍ରେଣ୍ଟ ବୋଲ୍ଟ, ତୃତୀୟରେ ମୁଜିବଉର ରେହମାନ, ୪ର୍ଥରେ କାଗିସୋ ରବାଡା, ୫ମରେ ପ୍ୟାଟ କମିନ୍ସ, ୬ଷ୍ଠରେ କ୍ରିସ୍‌ ୱକ୍ସ, ୭ମରେ ମିଚେଲ ଷ୍ଟାର୍କ, ୮ମରେ ମହମ୍ମଦ ଆମୀର, ୯ମରେ ମ୍ୟାଟ୍‌ ହେନରୀ ଓ ୧୦ମ ସ୍ଥାନରେ ଲକି ଫର୍ଗୁସନ ରହିଛନ୍ତି।

ଦିନିକିଆ ଅଲରାଉଣ୍ଟର ତାଲିକାର ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ଭାରତର ଏକମାତ୍ର ଖେଳାଳି ଭାବେ ହାର୍ଦ୍ଦିକ ପାଣ୍ଡ୍ୟା ନିଜ ସ୍ଥାନ ପକ୍କା କରିପାରିଛନ୍ତି। ସେ ୨୪୬ ପଏଣ୍ଟ ସହ ରାଙ୍କିଙ୍ଗର ୧୦ମ ସ୍ଥାନରେ ରହିଛନ୍ତି। ତେବେ ଅଲରାଉଣ୍ଡ ତାଲିକାର ୧ନଂ ସ୍ଥାନରେ ନୂଆ ମୁହଁ ଭାବେ ଇଂଲଣ୍ଡର ବେନ ଷ୍ଟୋକ୍ସ ରହିଛନ୍ତି। ପୂର୍ବରୁ ଏକ ନମ୍ବର ସ୍ଥାନରେ ସାକିବ ରହିଥିଲେ। ଆଇସିସି ତାଙ୍କୁ ବ୍ୟାନ୍‌ କରିଥିବାରୁ ସେ ତାଲିକାରେ ହିଁ ସ୍ଥାନ ପାଇନାହାନ୍ତି।

ଷ୍ଟୋକଙ୍କ ପଛକୁ ମହମ୍ମଦ ନାବି, ଇମାଦ ୱାସିମ, କ୍ରିସ ୱକ୍ସ, ରଶିଦ ଖାନ, ମିଚେଲ ସାଣ୍ଟନର, ଆନ୍ଦେଲ ଫେଲଖୁୱା, ଜେସନ ହୋଲ୍ଡର ଓ ମହମ୍ମଦ ହାଫିଜ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos