ଆଇସିସି ଦିନିକିଆ ରାଙ୍କିଙ୍ଗ୍: ଶୀର୍ଷ ସ୍ଥାନ ବଜାୟ ରଖିଲେ ବିରାଟ୍ ଓ ବୁମ୍ରା

ଲଣ୍ଡନ: ଭାରତୀୟ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ଓ ପେସ୍ ବୋଲର ଯଶପ୍ରୀତ ବୁମ୍ରା ସୋମବାର ଆଇସିସି ପକ୍ଷରୁ ଜାରି ଦିନିକିଆ ବ୍ୟାଟ୍ସମ୍ୟାନ୍ ଓ ବୋଲରଙ୍କ ରାଙ୍କିଙ୍ଗରେ ନିଜ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଭାରତୀୟ ଟିମ୍ ବିଶ୍ୱକପ୍ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡଠାରୁ ହାରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଥିଲା। ରବିବାର ଲର୍ଡ୍ସରେ ଖେଳାଯାଇଥିବା ହାଇଭୋଲଟେଜ୍ ଫାଇନାଲ୍ ପରେ ଚାମ୍ପିଅନ୍ ଇଂଲଣ୍ଡ ଓ ରନର୍ସଅପ୍ ନ୍ୟୁଜିଲ୍ୟାଣ୍ଡକୁ ନୂଆ ରାଙ୍କିଙ୍ଗରେ ଫାଇଦା ହୋଇଛି। ଏହି ରାଙ୍କିଙ୍ଗରେ ସେମିଫାଇନାଲ୍ ଓ ଫାଇନାଲ […]

virat and bumrah

virat and bumrah

Hemant Lenka
  • Published: Monday, 15 July 2019
  • Updated: 15 July 2019, 09:05 PM IST

Sports

Latest News

ଲଣ୍ଡନ: ଭାରତୀୟ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ଓ ପେସ୍ ବୋଲର ଯଶପ୍ରୀତ ବୁମ୍ରା ସୋମବାର ଆଇସିସି ପକ୍ଷରୁ ଜାରି ଦିନିକିଆ ବ୍ୟାଟ୍ସମ୍ୟାନ୍ ଓ ବୋଲରଙ୍କ ରାଙ୍କିଙ୍ଗରେ ନିଜ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଭାରତୀୟ ଟିମ୍ ବିଶ୍ୱକପ୍ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡଠାରୁ ହାରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଥିଲା। ରବିବାର ଲର୍ଡ୍ସରେ ଖେଳାଯାଇଥିବା ହାଇଭୋଲଟେଜ୍ ଫାଇନାଲ୍ ପରେ ଚାମ୍ପିଅନ୍ ଇଂଲଣ୍ଡ ଓ ରନର୍ସଅପ୍ ନ୍ୟୁଜିଲ୍ୟାଣ୍ଡକୁ ନୂଆ ରାଙ୍କିଙ୍ଗରେ ଫାଇଦା ହୋଇଛି।

ଏହି ରାଙ୍କିଙ୍ଗରେ ସେମିଫାଇନାଲ୍ ଓ ଫାଇନାଲ ପ୍ରଦର୍ଶନକୁ ସାମିଲ୍ କରାଯାଇଛି। ବ୍ୟାଟ୍ସମ୍ୟାନ୍ ରାଙ୍କିଙ୍ଗରେ ଶୀର୍ଷ ଦୁଇ ସ୍ଥାନରେ ବିରାଟ୍ ଓ ରୋହିତ୍ ଶର୍ମା ଅଛନ୍ତି। ସେହିପରି ବୋଲରଙ୍କ ଟପ୍-୧୦ରେ ବୁମ୍ରା ଏକମାତ୍ର ଭାରତୀୟ ଭାବେ ଅଛନ୍ତି। ବିଶ୍ୱକପର ମ୍ୟାନ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ କେନ୍ ୱିଲିୟମସନ୍ ସେମିଫାଇନାଲ୍ ପରେ କ୍ୟାରିୟରର ସର୍ବଶ୍ରେଷ୍ଠ ୭୯୯ ରେଟିଂ ପଏଣ୍ଟ ହାସଲ କରିଥିଲେ। ତେବେ ଫାଇନାଲ୍ ପରେ ତାଙ୍କ ନାମରେ ୭୯୬ ପଏଣ୍ଟ ଅଛି ଏବଂ ସେ ନିଜ ଦେଶର ରସ୍ ଟେଲରଙ୍କ ପରେ ଷଷ୍ଠ ସ୍ଥାନରେ ରହିଛନ୍ତି।

ଇଂଲଣ୍ଡର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ କ୍ୟାରିୟରର ସର୍ବଶ୍ରେଷ୍ଠ ୬୯୪ ପଏଣ୍ଟ ସହ ବ୍ୟାଟ୍ସମ୍ୟାନ୍ ତାଲିକାରେ ୨୦ତମ ସ୍ଥାନରେ ପହଞ୍ଚିଛନ୍ତି। ଟିମର ଓପନିଂ ବ୍ୟାଟ୍ସମ୍ୟାନ୍ ଜେସନ୍ ରୟ ପ୍ରଥମଥର ପାଇଁ ଟପ୍-୧୦ରେ ପ୍ରବେଶ କରିଛନ୍ତି। ବ୍ୟାଟ୍ସମ୍ୟାନଙ୍କ ରାଙ୍କିଙ୍ଗରେ ଭାରତର ରବୀନ୍ଦ୍ର ଜାଡେଜା ୨୪ସ୍ଥାନ ଉଠି ୧୦୮ତମ ସ୍ଥାନରେ ପହଞ୍ଚିଛନ୍ତି। ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ୍ ଷ୍ଟିଭ୍ ସ୍ମିଥ୍ ଓ ୱିକେଟକିପର ଆଲେକ୍ସ କ୍ୟାରି ଯଥାକ୍ରମେ ୨୯ତମ ଓ ୩୨ତମ ସ୍ଥାନରେ ଅଛନ୍ତି।

ବୋଲରଙ୍କ ରାଙ୍କିଙ୍ଗରେ ଇଂଲଣ୍ଡର କ୍ରିସ୍ ଓକ୍ସ କ୍ୟାରିୟରର ଶ୍ରେଷ୍ଠ ୬୭୬ ପଏଣ୍ଟ ସହ ସପ୍ତମ ସ୍ଥାନକୁ ଉଠିଛନ୍ତି। ଟୁର୍ଣ୍ଣାମେଣ୍ଟରେ ୨୦ ୱିକେଟ୍ ନେଇଥିବା ବେଳେ ଜୋଫ୍ରା ଆର୍ଚର୍ ଶୀର୍ଷ-୨୦ରେ ପହଞ୍ଚିଛନ୍ତି। ସେମିଫାଇନାଲ୍ ଓ ଫାଇନାଲରେ ଦମଦାର ପ୍ରଦର୍ଶନ କରିଥିବା ନ୍ୟୁଜିଲ୍ୟାଣ୍ଡ୍ ପେସ୍ ବୋଲର ମ୍ୟାଟ୍ ହେନରୀ ପୁଣିଥରେ ଟପ୍-୧୦ରେ ପ୍ରବେଶ କରିଛନ୍ତି। ବାଂଲାଦେଶର ସାକିବ୍ ଅଲ୍ ହାସନ୍ ଅଲରାଉଣ୍ଡର ରାଙ୍କିଙ୍ଗରେ ସର୍ବଶ୍ରେଷ୍ଠ ୩୧୯ ପଏଣ୍ଟ ସହ ଶୀର୍ଷରେ ଅଛନ୍ତି।

ସେହିପରି ଦଳଗତ ରାଙ୍କିଙ୍ଗରେ ଇଂଲଣ୍ଡ ବିଶ୍ୱକପ୍ ଜିତିବା ପରେ ଭାରତକୁ ହଟାଇ ପୁଣିଥରେ ଏକ ନମ୍ବର ସ୍ଥାନ ଦଖଲ କରିଛି। ଇଂଲଣ୍ଡ ୧୨୫ ଏବଂ ଭାରତ ୧୨୨ ପଏଣ୍ଟ ସହ ଦ୍ୱିତୀୟରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos