ବିରାଟଙ୍କୁ ପଛରେ ପକାଇଲେ ଷ୍ଟିଭ ସ୍ମିଥ

ଦୁବାଇ: ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ। ତୃତୀୟ ଟେଷ୍ଟ ପୂର୍ବରୁ ବିରାଟ ଆଇସିସି ଟେଷ୍ଟ ବ୍ୟାଟିଂ ରାଙ୍କିଙ୍ଗର ୨ ନଂ ଓ ସ୍ମିଥ ୩ନଂ ସ୍ଥାନରେ ରହିଥିଲେ। ହେଲେ ସିଡ୍‌ନୀ ଟେଷ୍ଟର ପ୍ରଥମ ଇନିଂସରେ ସ୍ମିଥ ଶତକ ଓ ଦ୍ୱିତୀୟ ଇନିଂସରେ ୮୧ ରନ୍‌ ହାସଲ କରିଥିବାରୁ ତାଙ୍କୁ ପଦୋନ୍ନତି ମିଳିଛି। ସେ ଏବେ ବ୍ୟାଟିଂ ରାଙ୍କିଙ୍ଗର ୨ନଂ ସ୍ଥାନକୁ ଚାଲି ଯାଇଛନ୍ତି। ସ୍ମିଥଙ୍କ ପାଖରେ ୯୦୦ […]

s

s

Hemant Lenka
  • Published: Tuesday, 12 January 2021
  • Updated: 12 January 2021, 04:07 PM IST

Sports

Latest News

ଦୁବାଇ: ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ। ତୃତୀୟ ଟେଷ୍ଟ ପୂର୍ବରୁ ବିରାଟ ଆଇସିସି ଟେଷ୍ଟ ବ୍ୟାଟିଂ ରାଙ୍କିଙ୍ଗର ୨ ନଂ ଓ ସ୍ମିଥ ୩ନଂ ସ୍ଥାନରେ ରହିଥିଲେ। ହେଲେ ସିଡ୍‌ନୀ ଟେଷ୍ଟର ପ୍ରଥମ ଇନିଂସରେ ସ୍ମିଥ ଶତକ ଓ ଦ୍ୱିତୀୟ ଇନିଂସରେ ୮୧ ରନ୍‌ ହାସଲ କରିଥିବାରୁ ତାଙ୍କୁ ପଦୋନ୍ନତି ମିଳିଛି।

ସେ ଏବେ ବ୍ୟାଟିଂ ରାଙ୍କିଙ୍ଗର ୨ନଂ ସ୍ଥାନକୁ ଚାଲି ଯାଇଛନ୍ତି। ସ୍ମିଥଙ୍କ ପାଖରେ ୯୦୦ ପଏଣ୍ଟ ଥିବା ବେଳେ ବିରାଟ ୮୭୦ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛନ୍ତି। ସୋମବାର ବିରାଟ ବାପା ହୋଇଛନ୍ତି। ଏଥିପାଇଁ ସେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ପରେ ସ୍ୱଦେଶ ଫେରି ଆସିଥିଲେ। ହେଲେ ସ୍ମିଥ ବକ୍ସିଂ ଡେ’ ଓ ସିଡ୍‌ନୀ ଟେଷ୍ଟ ଖେଳି ବିରାଟଙ୍କୁ ପଛରେ ପକାଇ ଦେଇଛନ୍ତି।

ଅନ୍ୟପକ୍ଷରେ ଟିମ୍‌ ଇଣ୍ଡିଆର ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ତୃତୀୟ ଟେଷ୍ଟ ପରେ ୨ ପଏଣ୍ଟ ହାସଲ କରି ତାଲିକାର ୮ମ ସ୍ଥାନରେ ପହଞ୍ଚି ଯାଇଛନ୍ତି। ତୃତୀୟ ଟେଷ୍ଟର ପ୍ରଥମ ଇନିଂସରେ ପୂଜାରା ୫୦ ଓ ଦ୍ୱିତୀୟ ଇନିଂସ୍‌ରେ ଲଢ଼ୁଆ ୭୭ ରନ୍‌ର ଇନିଂସ୍‌ ଖେଳିଥିଲେ। ତେବେ ବ୍ୟାଟିଂ ରାଙ୍କର ୧ ନଂ ସ୍ଥାନରେ ପୂର୍ବଭଳି ୯୧୯ ପଏଣ୍ଟ ସହ ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କେନ୍‌ ୱିଲିୟମସନ ରହିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ଋଷଭ ପନ୍ତ ସିଡ୍‌ନୀ ଟେଷ୍ଟରେ ୩୬ ଓ ୯୭ ରନ୍‌ର ଇନିଂସ୍‌ ଖେଳିଥିଲେ। ଏଥିପାଇଁ ସେ ତାଲିକାର ୧୯ଟି ସ୍ଥାନ ଉପରକୁ ଉଠି ୨୬ ନଂରେ ପହଞ୍ଚି ଯାଇଛନ୍ତି। ନାଟକୀୟ ଢଙ୍ଗରେ ସିଡନୀ ଟେଷ୍ଟକୁ ଡ୍ର କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ହନୁମା ବିହାରୀ ଓ ରବିଚନ୍ଦ୍ରନ ଅଶ୍ୱିନ ଯଥାକ୍ରମେ ତାଲିକାର ୫୨ ଓ ୮୯ତମ ସ୍ଥାନରେ ରହିଛନ୍ତି।

ବୋଲିଂ କଥା ବିଚାରକୁ ନେଲେ ଅଶ୍ୱିନ ୨ଟି ସ୍ଥାନ ତଳକୁ ଖସି ୯ମରେ ପହଞ୍ଚିଥିବା ବେଳେ ଯଶପ୍ରୀତ ବୁମ୍ରା ଗୋଟିଏ ସ୍ଥାନ ଖସି ୧୦ମରେ ପହଞ୍ଚିଛନ୍ତି। ଅନ୍ୟ କୌଣସି ଭାରତୀୟ ବୋଲର ଶ୍ରେଷ୍ଠ ୧୦ରେ ସ୍ଥାନ ପାଇନାହାନ୍ତି। ପୂର୍ବଭଳି ପ୍ୟାଟ କମିନ୍ସ ୧ନଂ, ଷ୍ଟୁଆର୍ଟ ବ୍ରଡ ୨ ନଂ ଓ ନ୍ୟୁଜିଲ୍ୟାଣ୍ଡର ନେଲ ୱାଙ୍ଗନର ୩ୟ ସ୍ଥାନରେ ରହିଛନ୍ତି। ୪ର୍ଥରେ ଟିମ ସାଉଦି, ୫ମରେ ଜୋଶ ହେଜେଲଉଡ, ୬ଷ୍ଠରେ କାଗିସୋ ରାବଡା, ୭ମରେ ଜେମ୍ସ ଆଣ୍ଡରସନ, ୮ମରେ ମିଚେଲ ଷ୍ଟାର୍କ ରହିଛନ୍ତି।

ଅଲରାଉଣ୍ଡ ତାଲିକାର ଟପ୍‌ ୧୦ରେ ଦୁଇ ଜଣ ଖେଳାଳି ରହିଛନ୍ତି। ରାଙ୍କିଙ୍ଗର ୨ନଂ ସ୍ଥାନରେ ରବୀନ୍ଦ୍ର ଜାଡେଜା ଥିବା ବେଳେ ୭ନଂରେ ଅଶ୍ୱିନ ରହିଛନ୍ତି। ଏହି ତାଲିକାର ୧ନଂ ସ୍ଥାନରେ ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ୍ସ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story