ବିରାଟଙ୍କ ଦମଦାର ବ୍ୟାଟିଂ, ଚେନ୍ନାଇ ଆଗରେ ୧୭୦ ରନ୍ର ଟାର୍ଗେଟ
ଦୁବାଇ: ପୁଣିଥରେ ବ୍ୟାଟିଂରେ କମାଲ କରିଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲି। ବିରାଟଙ୍କ ଦମଦାର ବ୍ୟାଟିଂ ବଳରେ ବାଙ୍ଗାଲୋର ନିର୍ଦ୍ଧାରିତ ୨୦ ଓଭର୍ରେ ୪ ୱିକେଟ ହରାଇ ୧୬୯ ରନର ଚ୍ୟାଲେଞ୍ଜି ସ୍କୋର କରିଛି। ଫଳରେ ଚେନ୍ନାଇ ସୁପର କିଙ୍ଗସ ଆଗରେ ୧୭୦ ରନ୍ର ଟାର୍ଗେଟ ରହିଛି। ବିରାଟ ୫୨ ବଲ୍ରେ ୯୦ ରନ୍ କରି ଅପରାଜିତ ରହିଥିବା ବେଳେ ଶିବମ ଦୁବେ ୨୨ ରନ୍ର ଇନିଂସ୍ ଖେଳିଛନ୍ତି।
ଟସ୍ ଜିତି ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ତେବେ ଦଳ ୩ୟ ଓଭର୍ରେ ଆରୋନ ଫିଞ୍ଚ(୨)ଙ୍କୁ ହରାଇଥିଲା। ଦେବଦତ୍ତ ପାଡିକ୍କଲ ଓ ବିରାଟ କୋହଲି ସ୍ଥିତି ସମ୍ଭାଳି ୧୦.୨ ଓଭର୍ରେ ଦଳ ପାଇଁ ମାତ୍ର ୬୬ ରନ୍ ସଂଗ୍ରହ କରିଥିଲେ। ପାଡିକ୍କଲ ୩୩ ରନ୍ କରିଥିବା ବେଳେ ଶାର୍ଦ୍ଦୁଲ ଠାକୁରଙ୍କ ବଲରେ ଆଉଟ ହୋଇଥିଲେ। ଏବି ଡିଭିଲିୟର୍ସ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲେ। ୱାଶିଂଟନ ସୁନ୍ଦର ମାତ୍ର ୧୦ ରନ୍ କରିଥିଲେ।
କିନ୍ତୁ ବିରାଟ କୋହଲି ଦମଦାର ବ୍ୟାଟିଂ କରି ଏକାକୀ ଲଢ଼େଇ କରିଥିଲେ। ସେ ୫୨ ବଲ୍ରେ ୯୦ ରନ୍ର ଇନିଂସ୍ ଖେଳି ଶେଷ ଯାଏ ଅପରାଜିତ ରହିଥିଲେ। ଏହି ଇନିଂସ୍ରେ ସେ ୪ଟି ଛକା ଓ ସମାନ ସଂଖ୍ୟକ ଚୌକା ମାରିଛନ୍ତି। ଶିବମ ଦୁବେ ମଧ୍ୟ ୧୪ ବଲରେ ୨୨ ରନ୍ କରି ଶେଷ ଯାଏ ଅପରାଜିତ ରହିଥିଲେ। ବିରାଟ ଓ ଶିବମ ଦୁବେଙ୍କ ପାଇଁ ବାଙ୍ଗାଲୋର ୧୬୯ ରନ୍ କରିବାକୁ ସକ୍ଷମ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।