IPL ପୂର୍ବରୁ ବିରାଟ କଲେ ନୂଆ ହେୟାର ଷ୍ଟାଇଲ୍‌: ଦାମ୍‌ କେତେ ଜାଣନ୍ତି?

ନୂଆଦିଲ୍ଲୀ: କେବଳ ଖେଳ ନୁହେଁ ନିଜର ଷ୍ଟାଇଲିସ୍‌ ଏବଂ ୟୁନିକ୍‌ ଲୁକ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ବିରାଟ କୋହଲି। ସେଥିପାଇଁ ତାଙ୍କର ପ୍ରଶଂସକମାନେ ତାଙ୍କୁ ପଡିଆ ଉପରେ ଦେଖିବାକୁ ଯେତିକି ଇଚ୍ଛା କରନ୍ତି ପଡିଆ ବାହାରେ ଦେଖିବାକୁ ସେତିକି ଭଲ ପାଆନ୍ତି। ସବୁବେଳେ ଫିଟ୍‌ ଏବଂ ହଟ୍‌କେ ରହିବାକୁ ବିରାଟ ମଧ୍ୟ ପ୍ରୟାସ କରନ୍ତି। ଏଇ ଯେମିତି ତାଙ୍କର ଆଗାମୀ IPL ପାଇଁ ପ୍ରସ୍ତୁତି ଚାଲିଛି । IPL ପୂର୍ବରୁ ବିରାଟ ସେୟାର କରିଛନ୍ତି ତାଙ୍କ […]

virat look

virat look

Rakesh Mallick
  • Published: Wednesday, 21 March 2018
  • Updated: 21 March 2018, 02:01 PM IST

Sports

Latest News

ନୂଆଦିଲ୍ଲୀ: କେବଳ ଖେଳ ନୁହେଁ ନିଜର ଷ୍ଟାଇଲିସ୍‌ ଏବଂ ୟୁନିକ୍‌ ଲୁକ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ବିରାଟ କୋହଲି। ସେଥିପାଇଁ ତାଙ୍କର ପ୍ରଶଂସକମାନେ ତାଙ୍କୁ ପଡିଆ ଉପରେ ଦେଖିବାକୁ ଯେତିକି ଇଚ୍ଛା କରନ୍ତି ପଡିଆ ବାହାରେ ଦେଖିବାକୁ ସେତିକି ଭଲ ପାଆନ୍ତି। ସବୁବେଳେ ଫିଟ୍‌ ଏବଂ ହଟ୍‌କେ ରହିବାକୁ ବିରାଟ ମଧ୍ୟ ପ୍ରୟାସ କରନ୍ତି। ଏଇ ଯେମିତି ତାଙ୍କର ଆଗାମୀ IPL ପାଇଁ ପ୍ରସ୍ତୁତି ଚାଲିଛି । IPL ପୂର୍ବରୁ ବିରାଟ ସେୟାର କରିଛନ୍ତି ତାଙ୍କ ନୂଆ ଲୁକ୍‌। ଯେଉଁଥିରେ ତାଙ୍କ ନୂଆ ହେୟାର ଷ୍ଟାଇଲ୍‌ ଦେଖିବାକୁ ମିଳିଛି। ବିଅଡ୍‌ ଲୁକ୍‌ ବା ଦାଢି ପରେ ଏବେ ବିରାଟ ତାଙ୍କ ହେୟାର ଷ୍ଟାଇଲ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି।

ନିଦହାସ ଟ୍ରଫିରେ ବିରାଟ ଖେଳି ନଥିଲେ। କିନ୍ତୁ ୭ ଏପ୍ରିଲ୍‌ରୁ ଆରମ୍ଭ ହେବାରୁ ଯାଉଥିବା ଇଣ୍ଡିଆଲ୍‌ ପ୍ରିମିୟର ଲିଗ୍‌ରେ ସେ ଟିମ୍‌ ଆରସିବିର ଅଧିନାୟକ ରହିବେ।

ବିରାଟ ନିଜ ନୂଆ ଲୁକ୍‌ର ଫଟୋ ଟ୍ୱିଟରରେ ସେୟାର କରି ତାଙ୍କ ହେୟାର ଷ୍ଟାଇଲିସ୍ଟ ଆଲିମ୍‌ ହକିମ୍‌ଙ୍କୁ ଏହାର ଶ୍ରେୟ ଦେଇଛନ୍ତି।

କିଏ ଏହି ଆଲିମ୍‌ ହାକିମ?

ଆଲିମ୍‌ ହାକିମ୍‌ ଜଣେ ଜଣାଶୁଣା ହେୟାର ଷ୍ଟାଇଲିସ୍ଟ। କିଛି ଦିନ ତଳେ ସେ ସୋନୁ ନିଗମଙ୍କୁ ଲଣ୍ଡା କରିଥିଲେ। ଆଲିମ୍‌ ହେୟାରକଟ୍‌ କରିବା ପାଇଁ ୨୦.୦୦୦ଟଙ୍କା ପର୍ଯନ୍ତ ଫିସ୍ ନିଅନ୍ତି।

ଆଲିମ୍‌ଙ୍କ ବାପା ହାକିମ୍‌ କେରାନବି ଭାରତର ପ୍ରଥମ ସେଲିବ୍ରେଟି ହେୟାର ଡ୍ରେସର ଥିଲେ। ସେ ଦିଲୀପ୍ କୁମାର , ସୁନିଲ ଦତ୍ତ, ବିନୋଦ ଖନ୍ନା ଏବଂ ଅମିତାଭ ବଚ୍ଚନଙ୍କ ଚୁଟି କାଟୁଥିଲେ। ଆଲିମ ୧୬ବର୍ଷ ବୟସରୁ ଏହି ପେସାରେ ରହିଆସିଛନ୍ତି। ମୁମ୍ବାଇ, ହାଇଦ୍ରାବାଦ୍‌ ବ୍ୟତୀତ ଦୁବାଇରେ ମଧ୍ୟ ଆଲିମ୍‌ଙ୍କର ସେଲୁନ୍‌ ଅଛି।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos