ଅଢ଼େଇ ଦିନରେ ଲଢ଼େଇ ଶେଷ: ଶୋଚନୀୟ ପରାଜୟ ସମ୍ପର୍କରେ କ’ଣ କହିଲେ ବିରାଟ

ଆଡିଲେଡ: ଐତିହାସିକ ଦିବାରାତ୍ର ଟେଷ୍ଟରେ ଟିମ୍‌ ଇଣ୍ଡିଆ ଅତ୍ୟନ୍ତ ଲଜ୍ଜାଜନକ ଭାବେ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଛି। ୫ ଦିନ ବିଶିଷ୍ଟ ଟେଷ୍ଟ ମ୍ୟାଚ୍‌କୁ ଭାରତ ମାତ୍ର ଅଢ଼େଇ ଦିନରେ ହାରି ଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ଦଳ ଦ୍ୱିତୀୟ ଇନିଂସ୍‌ରେ ୩୬ ରନ୍‌ କରିବାକୁ ସକ୍ଷମ ହୋଥିଲା। ଅଷ୍ଟ୍ରେଲିଆ ୮ ୱିକେଟରେ ମ୍ୟାଚ୍‌ ଜିତି ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ୧-୦ରେ ଆଗୁଆ ହୋଇଯାଇଛି। ପ୍ରଥମ ଇନିଂସ୍‌ରେ ଟିମ୍‌ ଇଣ୍ଡିଆ ୫୩ ରନ୍‌ର ଲିଡ୍‌ […]

g

g

Hemant Lenka
  • Published: Saturday, 19 December 2020
  • Updated: 19 December 2020, 06:38 PM IST

Sports

Latest News

ଆଡିଲେଡ: ଐତିହାସିକ ଦିବାରାତ୍ର ଟେଷ୍ଟରେ ଟିମ୍‌ ଇଣ୍ଡିଆ ଅତ୍ୟନ୍ତ ଲଜ୍ଜାଜନକ ଭାବେ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଛି। ୫ ଦିନ ବିଶିଷ୍ଟ ଟେଷ୍ଟ ମ୍ୟାଚ୍‌କୁ ଭାରତ ମାତ୍ର ଅଢ଼େଇ ଦିନରେ ହାରି ଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ଦଳ ଦ୍ୱିତୀୟ ଇନିଂସ୍‌ରେ ୩୬ ରନ୍‌ କରିବାକୁ ସକ୍ଷମ ହୋଥିଲା।

ଅଷ୍ଟ୍ରେଲିଆ ୮ ୱିକେଟରେ ମ୍ୟାଚ୍‌ ଜିତି ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ୧-୦ରେ ଆଗୁଆ ହୋଇଯାଇଛି। ପ୍ରଥମ ଇନିଂସ୍‌ରେ ଟିମ୍‌ ଇଣ୍ଡିଆ ୫୩ ରନ୍‌ର ଲିଡ୍‌ ପାଇଥିଲା। ତଥାପି ଦଳକୁ ମ୍ୟାଚ୍‌ ହାରିବାକୁ ପଡ଼ିଛି। ଏହି ପରାଜୟ ପରେ ଦଳର ଅଧିନାୟକ ବିରାଟ କୋହଲି କହିଛନ୍ତି, ତୃତୀୟ ଦିନରେ ବ୍ୟାଟସମ୍ୟାନମାନେ ଆଦୌ ଭଲ ପ୍ରଦର୍ଶନ କରିନାହାନ୍ତି। ଅଷ୍ଟ୍ରେଲିଆର ବୋଲରମାନେ ପ୍ରଥମ ଇନିଂସ୍‌ରେ ଯେଉଁଭଳି ଲେନ୍ଥ ଓ ଲାଇନରେ ବୋଲିଂ କରିଥିଲେ ଦ୍ୱିତୀୟ ଇନିଂସରେ ମଧ୍ୟ ସାମନ ଢଙ୍ଗରେ ବଲ କରିଥିଲେ। ହେଲେ ସେମାନଙ୍କ ସକାରାତ୍ମକ ଚିନ୍ତାଧାରା ଦ୍ୱିତୀୟ ଇନିଂସ୍‌ରେ ବେଶ ଭଲ ପ୍ରଦର୍ଶନ କରିବାରେ ସହାୟକ ହେଲା।

ଆମେ ଯେଉଁଭଳି ସ୍ଥିତିରେ ମ୍ୟାଚ୍‌ ହାରିଲୁ, ତା’ର କଷ୍ଟ ଶବ୍ଦରେ କହିବା ସମ୍ଭବ ନୁହେଁ। ୬୦ ରନ୍‌ରୁ ଅଧିକ ଲିଡ୍‌ ଆମ ପାଖରେ ଥିଲା। କିନ୍ତୁ ଆଜି ପୂରା ବିପର୍ଯ୍ୟୟ ଘଟିଲା। ଦୁଇ ଦିନ ଭଲ ଖେଳ ପ୍ରଦର୍ଶନ କରି ଡ୍ରାଇଭର ସିଟ୍‌ରେ ବସିବା ପରେ ଘଣ୍ଟାକ ଭିତରେ ଆମେ ସବୁ କିଛି ହରାଇଲୁ। ଏହା ବେଶ ଯନ୍ତ୍ରଣା ଦାୟକ। ଆଜି ବ୍ୟାଟିଂରେ ଆମେ କିଛି କରି ପାରିଲୁ ନାହିଁ। ଆମକୁ ଅନେକ କିଛି ଏହି ମ୍ୟାଚ୍‌ରୁ ଶିଖିବାକୁ ମିଳିଛି ବୋଲି ବିରାଟ କହିଛନ୍ତି।

ବ୍ୟାଟିଂ କରିବା ବେଳେ ଆହତ ହୋଇ ଅଧାରୁ ପଡ଼ିଆ ଛାଡ଼ିଥିବା ମହମ୍ମଦ ଶାମିଙ୍କ ସମ୍ପର୍କରେ ସେ କହିଛନ୍ତି, ଶାମିଙ୍କ ସମ୍ପର୍କରେ କିଛି ବି ଖବର ଏଯାଏ ମିଳିନି। ସେ ଏବେ ସ୍କାନ ପାଇଁ ଯାଇଛନ୍ତି। ତାଙ୍କୁ ବହୁତ କଷ୍ଟ ହେଉଥିଲା। ଏପରି କି ସେ ହାତ ମଧ୍ୟ ଟେକି ପାରୁ ନଥିଲେ। ଆସନ୍ତାକାଲି ସୁଦ୍ଧା ତାଙ୍କ ସମ୍ପର୍କରେ ଖବର ସ୍ପଷ୍ଟ ହୋଇଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos