ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ୍‌ ଖେଳିବେନି ବିରାଟ୍

ନୂଆଦିଲ୍ଲୀ: ନଭେମ୍ବର ୨ରୁ ଆରମ୍ଭ ହେବାକୁ ଥିବା ବାଂଲାଦେଶ ଟି-୨୦ ସିରିଜ୍‌ରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲିଙ୍କୁ ଦେଖିବାକୁ ମିଳିବ ନାହିଁ। ତାଙ୍କୁ ଏହି ସିରିଜ୍‌ରେ ବିଶ୍ରାମ ଦେବାକୁ ବିସିସିଆଇ ନିଷ୍ପତ୍ତି ନେଇଛି। ବିରାଟ୍‌ ମାର୍ଚ୍ଚ ମାସରୁ କ୍ରମାଗତ କ୍ରିକେଟ ଖେଳି ଆସୁଛନ୍ତି। ଆଗକୁ ଟି-୨୦ ବିଶ୍ୱକପ୍‌ ଥିବାରୁ ବିସିସିଆଇ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଶେଷଥର ପାଇଁ ବିରାଟ୍‌ ଜାନୁଆରୀ ମାସରେ ଅନୁଷ୍ଠିତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୨ଟି ଦିନିକିଆ ଓ ଟି-୨୦ ସିରିଜ୍‌ ଖେଳି […]

cb

cb

Hemant Lenka
  • Published: Saturday, 19 October 2019
  • Updated: 19 October 2019, 06:50 PM IST

Sports

Latest News

ନୂଆଦିଲ୍ଲୀ: ନଭେମ୍ବର ୨ରୁ ଆରମ୍ଭ ହେବାକୁ ଥିବା ବାଂଲାଦେଶ ଟି-୨୦ ସିରିଜ୍‌ରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲିଙ୍କୁ ଦେଖିବାକୁ ମିଳିବ ନାହିଁ। ତାଙ୍କୁ ଏହି ସିରିଜ୍‌ରେ ବିଶ୍ରାମ ଦେବାକୁ ବିସିସିଆଇ ନିଷ୍ପତ୍ତି ନେଇଛି।

ବିରାଟ୍‌ ମାର୍ଚ୍ଚ ମାସରୁ କ୍ରମାଗତ କ୍ରିକେଟ ଖେଳି ଆସୁଛନ୍ତି। ଆଗକୁ ଟି-୨୦ ବିଶ୍ୱକପ୍‌ ଥିବାରୁ ବିସିସିଆଇ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ଶେଷଥର ପାଇଁ ବିରାଟ୍‌ ଜାନୁଆରୀ ମାସରେ ଅନୁଷ୍ଠିତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୨ଟି ଦିନିକିଆ ଓ ଟି-୨୦ ସିରିଜ୍‌ ଖେଳି ନଥିଲେ। ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, “ବିରାଟଙ୍କୁ ଟି-୨୦ ସିରିଜ୍‌ରେ ବିଶ୍ରାମ ଦେବାକୁ ନିଷ୍ପତ୍ତି ହୋଇଛି। ସେ ଦୀର୍ଘ ମାସ ହେଲାଣି ନିୟମିତ ଖେଳି ଆସୁଛନ୍ତି। ପ୍ରଥମେ ଅଷ୍ଟ୍ରେଲିଆ ଟୁର ତା’ ପରେ ଆଇପିଏଲ, ବିଶ୍ୱକପ୍‌, ୱେଷ୍ଟଇଣ୍ଡିଜ୍‌ ଟୁର ଓ ଏବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିରାଟ କ୍ରିକେଟ ଖେଳିବାରେ ବ୍ୟସ୍ତ ରହିଛନ୍ତି। ଆମକୁ ଜଣେ ଖେଳାଳିଙ୍କ ୱାର୍କଲୋଡ୍‌ କଥା ଚିନ୍ତା କରିବାକୁ ପଡ଼ିବ। ବିଶେଷ କରି ୩ଟି ଯାକ ଫର୍ମାଟ ଖେଳୁଥିବା ଖେଳାଳିଙ୍କ କଥା ବିସିସିଆଇ ଅଧିକ ଚିନ୍ତା କରେ। ଆମେ ପ୍ରତିଟି ଖେଳାଳିଙ୍କୁ ଫ୍ରେସ ରଖିବାକୁ ଚାହୁଁଛୁ। ତେଣୁ ବିରାଟ୍‌ଙ୍କୁ ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇଛୁ।”

ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ୍‌ ପାଇଁ ଆସନ୍ତା ୨୪ ତାରିଖରେ ଦଳ ଘୋଷଣା ହେବ। ଅନ୍ୟପକ୍ଷରେ ଏହି ସିରିଜ୍‌ରେ ମହେନ୍ଦ୍ର ସିଂହ ଧୋନି ଫେରିବେ କି ନାହିଁ ତା’କୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos