ଆଉଟ୍ ନଥିଲେ, ତଥାପି ପ୍ୟାଭିଲିୟନ୍ ଫେରିଗଲେ ବିରାଟ୍

ମାଞ୍ଚେଷ୍ଟର: ଭାରତୀୟ ଟିମ୍ କ୍ୟାପଟେନ୍ ବିରାଟ କୋହଲି ପାକିସ୍ତାନ ବିପକ୍ଷ ମୁକାବିଲାରେ ୭୭ ରନ୍ କରି ମହମ୍ମଦ ଆମୀରଙ୍କ ବଲରେ ସର୍ଫରାଜ ଅହମ୍ମଦଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ତେବେ ରିପ୍ଲେ’ରେ ସ୍ପଷ୍ଟ ହୋଇଥିଲା ଯେ, ବଲ୍ ବିରାଟଙ୍କ ବ୍ୟାଟରୁ ବହୁ ଦୂରରେ ଥିଲା। ଭାରତ ଇନିଂସର ୪୮ତମ ଓଭରରେ ବିରାଟ୍ ଅମ୍ପାୟାରଙ୍କ ଆଉଟ୍ ଦେବା ପୂର୍ବରୁ ହିଁ ନିଜେ ନିଜେ ମଇଦାନରୁ ବାହାରକୁ ଚାଲିଯାଇଥିଲେ। ସେ ଆମୀରଙ୍କ ଶର୍ଟ ବଲକୁ ପୁଲ୍ ମାରିବା ପ୍ରୟାସ କରିଥିଲେ, […]

virat out

virat out

Hemant Lenka
  • Published: Sunday, 16 June 2019
  • Updated: 16 June 2019, 09:22 PM IST

Sports

Latest News

ମାଞ୍ଚେଷ୍ଟର: ଭାରତୀୟ ଟିମ୍ କ୍ୟାପଟେନ୍ ବିରାଟ କୋହଲି ପାକିସ୍ତାନ ବିପକ୍ଷ ମୁକାବିଲାରେ ୭୭ ରନ୍ କରି ମହମ୍ମଦ ଆମୀରଙ୍କ ବଲରେ ସର୍ଫରାଜ ଅହମ୍ମଦଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ତେବେ ରିପ୍ଲେ'ରେ ସ୍ପଷ୍ଟ ହୋଇଥିଲା ଯେ, ବଲ୍ ବିରାଟଙ୍କ ବ୍ୟାଟରୁ ବହୁ ଦୂରରେ ଥିଲା।

ଭାରତ ଇନିଂସର ୪୮ତମ ଓଭରରେ ବିରାଟ୍ ଅମ୍ପାୟାରଙ୍କ ଆଉଟ୍ ଦେବା ପୂର୍ବରୁ ହିଁ ନିଜେ ନିଜେ ମଇଦାନରୁ ବାହାରକୁ ଚାଲିଯାଇଥିଲେ। ସେ ଆମୀରଙ୍କ ଶର୍ଟ ବଲକୁ ପୁଲ୍ ମାରିବା ପ୍ରୟାସ କରିଥିଲେ, କିନ୍ତୁ ବଲ୍ ଓ ବ୍ୟାଟର ସମ୍ପର୍କ ହୋଇପାରିନଥିଲେ। ଏହି ସମୟରେ ଆମୀର ଓ ସର୍ଫରାଜ ଜୋରଦାର ଅପିଲ୍ କରିଥିଲେ।

ବଲ୍ ଯେତେବେଳେ ବ୍ୟାଟ୍ ନିକଟରୁ ପାସ୍ କଲା, ସେହି ସମୟରେ ଏକ ଶବ୍ଦ ଶୁଣିବାକୁ ମିଳିଥିଲା। କୋହଲି ଭାବିଲେ ଯେ ବଲ୍ ତାଙ୍କ ବ୍ୟାଟରେ ବାଜିଛି ଏବଂ ଏହି କାରଣରୁ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ଅପେକ୍ଷା ନକରି ଗ୍ରାଉଣ୍ଡ ବାହାରକୁ ଚାଲିଯାଇଥିଲେ। ତେବେ ପରେ ଯେତେବେଳେ ବିରାଟ୍ ଡ୍ରେସିଂ ରୁମରେ ରିପ୍ଲେ ଦେଖିଲେ, ସେତେବେଳେ ଜାଣିବାକୁ ପାଇଲେ ଯେ ଅଲଟ୍ରାଏଜରେ ବଲ୍ ବ୍ୟାଟ୍ ସହ ଆଦୌ ସମ୍ପର୍କ କରିନଥିଲା।

କୋହଲି ଯେତେବେଳେ ଆଉଟ୍ ହୋଇ ପ୍ୟାଭିଲିୟନ୍ ଫେରିଥିଲେ, ସେହି ସମୟରେ ଭାରତର ସ୍କୋର ୫ ୱିକେଟରେ ୩୧୪ ରନରେ ଥିଲା। ଶେଷ ଦୁଇ ଓଭରରେ କେଦାର ଯାଦବ ଓ ବିଜୟ ଶଙ୍କର ୨୨ ରନ୍ ଯୋଡ଼ିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos