ଆଜି କ୍ୟାପିଟାଲ୍ସ ବନାମ ରୟାଲ୍ ଚ୍ୟାଲେଞ୍ଜର୍ସ: ଆରସିବି ଉପରେ ଭାରି ପଡ଼ି ପାରନ୍ତି ରାବଡା, ନର୍ଜେ ଓ ଅଶ୍ୱିନ୍

ନୂଆଦିଲ୍ଲୀ: ଆଜି ଦୁବାଇରେ ଦୁଇ ଇନଫର୍ମ ଦଳଙ୍କ ମଧ୍ୟରେ ହେବ ଲଢ଼େଇ। ରାଜସ୍ଥାନ ରୟାଲ୍ସ ବିପକ୍ଷ ଗତ ମ୍ୟାଚରେ ଦମଦାର ପ୍ରଦର୍ଶନ ସହ ଫର୍ମକୁ ଫେରିଥିବା କ୍ୟାପଟେନ୍ ବିରାଟ କୋହଲିଙ୍କ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, କୋଲକାତା ନାଇଟ୍ ରାଇଡର୍ସ ମ୍ୟାଚକୁ ସହଜରେ ଜିତିଥିବା ଶ୍ରେୟସ ଆୟରଙ୍କ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ। ଉଭୟ ଦଳ ଚାରିଟି ମ୍ୟାଚରୁ ତିନିଟିରେ ବିଜୟ ଲାଭ କରିଛନ୍ତି। ଆଜିର ମ୍ୟାଚ୍ ଦୁଇ ଦଳ ପାଇଁ ଚଳିତ ସିଜିନର ପଞ୍ଚମ ମୁକାବିଲା। ଲୟକୁ ଫେରିବା […]

c

c

Hemant Lenka
  • Published: Monday, 05 October 2020
  • Updated: 05 October 2020, 05:04 PM IST

Sports

Latest News

ନୂଆଦିଲ୍ଲୀ: ଆଜି ଦୁବାଇରେ ଦୁଇ ଇନଫର୍ମ ଦଳଙ୍କ ମଧ୍ୟରେ ହେବ ଲଢ଼େଇ। ରାଜସ୍ଥାନ ରୟାଲ୍ସ ବିପକ୍ଷ ଗତ ମ୍ୟାଚରେ ଦମଦାର ପ୍ରଦର୍ଶନ ସହ ଫର୍ମକୁ ଫେରିଥିବା କ୍ୟାପଟେନ୍ ବିରାଟ କୋହଲିଙ୍କ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, କୋଲକାତା ନାଇଟ୍ ରାଇଡର୍ସ ମ୍ୟାଚକୁ ସହଜରେ ଜିତିଥିବା ଶ୍ରେୟସ ଆୟରଙ୍କ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ। ଉଭୟ ଦଳ ଚାରିଟି ମ୍ୟାଚରୁ ତିନିଟିରେ ବିଜୟ ଲାଭ କରିଛନ୍ତି। ଆଜିର ମ୍ୟାଚ୍ ଦୁଇ ଦଳ ପାଇଁ ଚଳିତ ସିଜିନର ପଞ୍ଚମ ମୁକାବିଲା।

ଲୟକୁ ଫେରିବା ପରେ ଅଧିନାୟକ ବିରାଟ କୋହଲି ଏବେ ପ୍ରତିପକ୍ଷଙ୍କ ପାଇଁ ଆହ୍ୱାନ ସୃଷ୍ଟି କରିଛନ୍ତି। ଯୁବ ପ୍ରତିଭା ଦେବଦତ୍ତ ପାଡିକ୍କଲଙ୍କ ବ୍ୟାଟରୁ ନିୟମିତ ରନ୍ ଆସୁଛି ଓ ଏବି ଡିଭିଲୟର୍ସ ଏଯାଏ ନିଜ ପୂର୍ବ ଚମକ ବଜାୟ ରଖିଛନ୍ତି। ସେହିପରି ଅଷ୍ଟ୍ରେଲୀୟ ଅଧିନାୟକ ଆରୋନ ଫିଞ୍ଚଙ୍କ ଉପସ୍ଥିତି ଦଳୀୟ ବ୍ୟାଟିଂ ଶକ୍ତିକୁ ଶିଖରରେ ରଖିଛି। ଶିଭମ୍ ଦୁବେ ଉଭୟ ବ୍ୟାଟ୍ ଓ ବଲରେ ସ୍ଥିର ପ୍ରଦର୍ଶନ ଦେଉଥିବାବେଳେ ଦଳର ମୁଖ୍ୟ ବୋଲିଂ ଅସ୍ତ୍ର ସାଜିଛନ୍ତି ଯଜୁବେନ୍ଦ୍ର ଚହଲ।

ଯୁଏଇର ଧୀମା ପିଚରେ ଚହଲଙ୍କ ସହ ୱାଶିଂଟନ୍ ସୁନ୍ଦର ଓ ଆଡାମ୍ ଜାମ୍ପା ପ୍ରତିଦ୍ୱନ୍ଦ୍ୱୀଙ୍କ ସ୍କୋରିଂକୁ ଲଗାମ ଦେବାକୁ ପୂର୍ଣ୍ଣ କ୍ଷମତା ରଖିଛନ୍ତି। ସେହିପରି ଯୁବ ଭାରତୀୟ ତାରକା ନଭଦୀପ ସଇନିଙ୍କ ବୋଲିଂ ବିଶେଷଜ୍ଞଙ୍କୁ ଏଯାଏ ପ୍ରଭାବିତ କରି ଆସିଥିବାବେଳେ ସିଂହଳୀ ଅଲରାଉଣ୍ଡର ଇଶୁରୁ ଉଦାନା ଦଳୀୟ ଆକ୍ରମଣକୁ ସନ୍ତୁଳିତ କରିଛନ୍ତି।

ଦିଲ୍ଲୀ କ୍ୟାପିଟାଲସର ଯୁବ ଖେଳାଳିମାନେ ମଧ୍ୟ ଟୁର୍ଣ୍ଣାମେଣ୍ଟରେ ଏଯାଏ ଚମତ୍କାର କ୍ରିକେଟ୍ ଖେଳିଛନ୍ତି। ଅଧିନାୟକ ଶ୍ରେୟସ ଆୟାର୍ ସ୍ଥିର ଓ ବିସ୍ଫୋରକ ପ୍ରଦର୍ଶନ ଦ୍ୱାରା ଦଳକୁ ଫ୍ରଣ୍ଟରୁ ଲିଡ୍ କରୁଥିବାବେଳେ ପୃଥ୍ୱୀ ଶ ଓ ରିଷଭ ପନ୍ତ ମଧ୍ୟ ଦମଦାର ବ୍ୟାଟିଂ କରୁଛନ୍ତି। ମାର୍କସ୍ ଷ୍ଟୋଇନିସ୍ ଦଳ ପାଇଁ ପ୍ରମୁଖ ସଂପତ୍ତି ପାଲଟି ଯାଇଥିବାବେଳେ ଦିଲ୍ଲୀର ବୋଲିଂ ଆକ୍ରମଣ ବି ଜବରଦସ୍ତ ଫର୍ମରେ ରହିଛି।

ଦୁଇ ଦକ୍ଷିଣ ଆଫ୍ରିକା ତାରକା କାଗିସୋ ରାବଡା ଓ ଆନରିକ୍ ନର୍ଜେଙ୍କ ନେତୃତ୍ୱରେ ଦଳୀୟ ଆକ୍ରମଣ ଶାଣିତ ରହିଛି। ତେବେ ଆହତ ସମସ୍ୟାରୁ ମୁକୁଳି ଦଳକୁ ଫେରିଥିବା ରବି ଅଶ୍ୱିନ ଦଳର ମୁଖ୍ୟ ଅସ୍ତ୍ର ସାଜିବା ସୁଯୋଗକୁ ପୁଣି ସଦବ୍ୟବହାର କରିବା ଲକ୍ଷ୍ୟରେ ରହିବେ। ମୋଟାମୋଟି ଆଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ସବୁଠୁ ବଡ଼ ଆହ୍ୱାନ ସାଜି ପାରନ୍ତି ଅଶ୍ୱିନ, ରାବଡା ଓ ନର୍ଜେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story