କ୍ରମାଗତ ୯ମ ଥର ପାଇଁ ଡିଆରଏସ୍‌ ନେଇ ନିରାଶ ହେଲେ ବିରାଟ୍‌

ରାଞ୍ଚି: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ବ୍ୟାଟସ୍‌ମ୍ୟାନ୍‌ ହିସାବରେ କ୍ରମାଗତ ୯ମ ଥର ପାଇଁ ଡିଆରଏସ୍‌ ନେଇ ବିଫଳ ହୋଇଛନ୍ତି। ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷ ରାଞ୍ଚି ଟେଷ୍ଟରେ ବିରାଟ୍‌ ବ୍ୟାଟିଂ କରୁଥିବା ବେଳେ ଡିଆରଏସ୍‌ ନେଇଥିଲେ ହେଁ ତାଙ୍କୁ ଆଉଟ୍‌ ହୋଇ ପ୍ୟାଭିଲିୟନ ଫେରିବାକୁ ପଡ଼ିଛି।

ଗତ ୨ ବର୍ଷ ମଧ୍ୟରେ ବିରାଟ୍‌ ବ୍ୟାଟିଂ କରିବା ବେଳେ ଯେତେଥର ବି ଡିଆରଏସ୍‌ ନେଇଛନ୍ତି, ସବୁଥର ତାଙ୍କୁ ବିଫଳତାର ସ୍ୱାଦ ଚାଖିବାକୁ ହିଁ ପଡ଼ିଛି। ୨୦୧୭ରେ ଶ୍ରୀଲଙ୍କା ବିପକ୍ଷ ଚାଲିଥିବା ଟେଷ୍ଟ ସିରିଜ୍‌ ସମୟରେ ଅମ୍ପାୟାର ବିରାଟଙ୍କୁ ଆଉଟ୍‌ ଦେଇଥିଲେ। ହେଲେ ସେ ଡିଆରଏସ୍‌ର ସଠିକ୍‌ ବ୍ୟବହାର କରିବାରେ ସଫଳ ହୋଇଥିଲେ।

ସେବେଠାରୁ ବିରାଟ୍‌ ୯ଥର ଟେଷ୍ଟ ମ୍ୟାଚ୍‌ରେ ଡିଆରଏସ୍‌ ନେଇଥିଲେ ହେଁ କେବେ ବି ସଫଳତା ମିଳିନାହିଁ। ଆଜି ତୃତୀୟ ଦିବସର ପ୍ରଥମ ଇନିଂସ୍‌ରେ ବିରାଟ୍‌ ୧୨ ରନ୍‌ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ବୋଲର ଆନରିଚ୍‌ ନୋର୍ଟଜେଙ୍କ ବଲ୍‌ରେ ଏଲବିଡବ୍ଲ୍ୟୁ ହୋଇଯାଇଥିଲେ।

ଅମ୍ପାୟାର ଏହାକୁ ଆଉଟ୍‌ ଦେଇଥିଲେ ହେଁ ବିରାଟ୍‌ ରିଭ୍ୟୁ ନେଇଥିଲେ। ହେଲେ ତାଙ୍କୁ କୌଣସି ଫାଇଦା ମିଳି ନଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନୋର୍ଟଜେଙ୍କ ଏହା ଟେଷ୍ଟ କ୍ୟାରିୟରର ପ୍ରଥମ ୱିକେଟ୍ ଥିଲା।

ସେ ପୁଣେ ଟେଷ୍ଟରେ ଖେଳିଥିଲେ ହେଁ କୌଣସି ୱିକେଟ୍ ପାଇ ନଥିଲେ। ହେଲେ ଆଜି ସେ ବିରାଟଙ୍କ ୱିକେଟ୍ ନେଇଥିଲେ। ନୋର୍ଟଜେ ବିଶ୍ୱର ୪ର୍ଥ ବୋଲର ଭାବେ ନିଜର ପ୍ରଥମ ଟେଷ୍ଟ ୱିକେଟ୍‌ ରୂପେ ବିରାଟ୍‌ଙ୍କୁ ଆଉଟ୍‌ କରିଛନ୍ତି।

ଏହାପୂର୍ବରୁ କାଗିସୋ ରବାଡା,ସେନୁରାନ ମୁଥସାମୀ ଓ ୱେଷ୍ଟଇଣ୍ଡିଜର ଅଲଜାରୀ ଯୋଜେଫ ନିଜର ପ୍ରଥମ ଟେଷ୍ଟ ୱିକେଟ ଭାବେ ବିରାଟ୍‌ଙ୍କୁ ଆଉଟ୍ କରିଥିଲେ।

ଆହୁରି ପଢ଼ନ୍ତୁ

ତେଜସ୍ୱୀ ଯାଦବଙ୍କ ଉପରକୁ କିଏ ଫିଙ୍ଗିଲା ଚପଲ?

‘କଂଗ୍ରେସ କମଲନାଥଙ୍କୁ ବହିଷ୍କାର କରିବା ଦରକାର’

କେନ୍ଦ୍ରର କୃଷି ଆଇନକୁ କାଉଣ୍ଟର ପାଇଁ ବିଲ୍‌ ପାସ, ଏମଏସପି ନିୟମ ଭାଙ୍ଗିଲେ ଜେଲ

ବିହାର ନିର୍ବାଚନ ପୂର୍ବରୁ ଜନମତ ସର୍ଭେ: ନୀତୀଶ କୁମାରଙ୍କ ତୁଳନାରେ ମୋଦି ଅଧିକ ଲୋକ ପ୍ରିୟ

ଟିଆରପି ସ୍କାମ: ୟୁପିର ଏଫଆଇଆର ଆଧାରରେ ସିବିଆଇ ରୁଜୁ କଲା ମାମଲା

ପୁଲୱାମାରେ ଗଡ଼ିଲା ୨ ଆତଙ୍କୀଙ୍କ ମୁଣ୍ଡ

ଭାରତୀୟ ସୀମାରୁ ଧରା ପଡ଼ିଲା ପାକିସ୍ତାନୀ ଅନୁପ୍ରବେଶକାରୀ

ରାହୁଲ ଗାନ୍ଧିଙ୍କ ଅସନ୍ତୋଷ ସତ୍ତ୍ୱେ ‘ଆଇଟମ୍‌’ ବୟାନ ପାଇଁ କ୍ଷମା ମାଗିବାକୁ ମନାକଲେ କମଲନାଥ

ଲଦାଖରୁ ଧରା ପଡ଼ିଥିବା ଚାଇନିଜ୍‌ ଯବାନଙ୍କୁ ଏବେ ଛାଡ଼ିବନି ଭାରତ

ଚୀନକୁ ରପ୍ତାନୀ ଯୋଗୁଁ ଦେଶରେ ଲୁହା ପଥରର ଅଭାବ, ଷ୍ଟିଲ ଶିଳ୍ପ ପ୍ରଭାବିତ

ଚାଇନା ସହ ତିକ୍ତତା: ତାଇୱାନ ସହ ବ୍ୟବସାୟିକ ସମ୍ପର୍କ ଆରମ୍ଭ କରିବ ଭାରତ

ପତଳା ଶରୀର ପାଇଁ ଚିନ୍ତିତ କି? ଏହି ସବୁ ଫଳ ଖାଇ ବଢ଼ାନ୍ତୁ ଓଜନ