ରେକର୍ଡ ଠାରୁ ୧୯ ରନ୍‌ ପଛରେ ବିରାଟ୍‌

ଆଣ୍ଟିଗୁଆ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ଆଉ ଏକ ରେକର୍ଡ ଠାରୁ ୧୯ ରନ୍‌ ଦୂରରେ ରହିଛନ୍ତି। ଯଦି ଆସନ୍ତାକାଲି ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ୱିତୀୟ ଦିନିକିଆରେ ସେ ୧୯ ରନ୍‌ କରିଦେବେ, ତା’ହେଲେ ତାଙ୍କ ନାଁରେ ଆଉ ଏକ କୀର୍ତ୍ତିମାନ ସ୍ଥାପନ ହେବ। ୧୯ ରନ୍‌ କଲେ ବିରାଟ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ସର୍ବାଧିକ ରନ୍‌ ହାସଲକାରୀ ଖେଳାଳି ହେବାର ରେକର୍ଡ କରିବେ। ଏଯାଏ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ସର୍ବାଧିକ ରନ୍‌ ହାସଲ କରିବା ରେକର୍ଡ ପାକିସ୍ତାନର ପୂର୍ବତନ କ୍ରିକେଟର ଜାଭେଦ ମିଆଁଦାଦଙ୍କ ନାଁରେ ରହିଛି। ସେ ୬୪ଟି ଇନିଂସ୍‌ରେ ୧୯୩୦ ରନ୍‌ କରିଛନ୍ତି। ବିରାଟ୍‌ ତାଙ୍କ ପଛକୁ ୩୩ଟି ଇନିଂସ୍‌ରେ ୧୯୧୨ ରନ୍‌ କରିଛନ୍ତି।

ବିରାଟ୍‌ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦିନିକିଆ ମ୍ୟାଚ୍‌ରେ ୭ଟି ଶତକ ଓ ୧୦ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ହେଲେ ମିଆଁଦାଦ କେବଳ ଗୋଟିଏ ଶତକ ଓ ୧୨ଟି ଅର୍ଦ୍ଧଶତକ ହାସଲ କରିବାକୁ ସକ୍ଷମ ହୋଇଥିଲେ। ମିଆଁଦାଦ ୧୯୯୩ରେ ଶେଷଥର ପାଇଁ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଦିନିକିଆ ମ୍ୟାଚ୍‌ ଖେଳିଥିଲେ। ତେଣୁ ବିରାଟ୍‌ ଦୀର୍ଘ ୨୬ ବର୍ଷ ପରେ ତାଙ୍କ ରେକର୍ଡ ଭାଙ୍ଗିବାର କୀର୍ତ୍ତିମାନ ସ୍ଥାପନ କରିବାର ସୁଯୋଗ ପାଇଛନ୍ତି।