ଧୋନିଙ୍କ ମନ୍ଥର ବ୍ୟାଟିଂ ସମ୍ପର୍କରେ ଏମିତି କହିଲେ ବିରାଟ୍‌

ବର୍ମିଂହାମ: ଟିମ୍‌ ଇଣ୍ଡିଆର ଅଭିଜ୍ଞ କ୍ରିକେଟର ମହେନ୍ଦ୍ର ସିଂହ ଧୋନି ମଧ୍ୟକ୍ରମରେ ଧିମା ବ୍ୟାଟିଂ କରୁଥିବାରୁ ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା। ଏଥିପାଇଁ ଧୋନିଙ୍କୁ ସୋଶାଲ୍‌ ମିଡିଆରେ ମଧ୍ୟ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ହେଲେ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ୍‌ କୋହଲି ଆସନ୍ତାକାଲିର ମ୍ୟାଚ୍‌ ପୂର୍ବରୁ ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି।

ବିରାଟ କହିଛନ୍ତି, “ଆମେ ଧୋନିଙ୍କ ଉପରେ ବିଶ୍ୱାସ ରଖିଛୁ। ମଧ୍ୟକ୍ରମରେ କ’ଣ କରିବାକୁ ପଡ଼େ ଧୋନି ସେକଥା ଭଲ ଭାବେ ଜାଣିଛନ୍ତି। ମୁଁ ଭାବୁଛି ଏ ସମ୍ପର୍କରେ ଗତ ମ୍ୟାଚ୍‌ ଶେଷ ହେବା ପରେ ଏ ବିଷୟରେ କହି ସାରିଛି।

ସେ(ଏମ୍‌ଏସ୍‌ଡି) ଭଲ ଭାବେ ଜାଣିଛନ୍ତି, କେଉଁଠି କ’ଣ କରିବା ଦରକାର। ଆମେ ତାଙ୍କୁ କ’ଣ କରିବା ଦରକାର, ସେକଥା କହିବାର ଆବଶ୍ୟକତା ନାହିଁ। ଆମେ ସର୍ବଦା ଧୋନିଙ୍କ ଉପରେ ବିଶ୍ୱାସ ରଖିଛୁ। ସେ ପ୍ରତିଥର ଆବଶ୍ୟକତା ଅନୁସାରେ ବ୍ୟାଟିଂ କରିଛନ୍ତି। ସେ ଏବେ ଯେଉଁ ଭଳି ବ୍ୟାଟିଂ କରୁଛନ୍ତି, ଆମେ ସେଥିରେ ଖୁସି।”