ରୋହିତ-କୋହଲି ମୁହାଁମୁହିଁ: ଅଧିନାୟକ କହିଲେ କ୍ୟାଚ୍‌ ଧରା ଜଣାନାହିଁ ଯଦି ସ୍ଲିପ୍‌ରେ କ’ଣ ପାଇଁ ରହିଛ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  କୋଲକାତା ଦିନିକିଆକୁ  ୫୦ରନ୍‌ରେ ଜିତିବା ପରେ ୫ ଟିକିଆ ସିରିଜରେ ଟିମ୍‌ ଇଣ୍ଡିଆ ୨-୦ରେ ଆଗ୍ରଣୀ ଲାଭ କରିଛି। ଭାରତ ପକ୍ଷରୁ ଏହି ମ୍ୟାଚ୍‌ରେ କୁଲଦୀପ ଯାଦବ ହ୍ୟାଟ୍ରିକ୍‌ ୱିକେଟ୍‌ ନେଇଥିବା ସହ ଅଧିନାୟକ କୋହଲି ଆକର୍ଷଣୀୟ ୯୨ ରନ କରିଥିଲେ। ଆପଣ ଜାଣିଥିବେ ଅଧିନାୟକ କୋହଲି ପଡିଆ ମଧ୍ୟରେ ନିଜର ଆକ୍ରମଣାତ୍ମକ ଶୈଳୀ ପାଇଁ ବେଶ ଜଣାଶୁଣା। କୋଲକାତା ଦିନିକିଆରେ ଏମିତି କିଛି ଘଟିଥିଲା ଯାହା ପୁଣିଥିରେ କୋହଲିଙ୍କୁ ଚର୍ଚ୍ଚା ଘେରକୁ […]

dev

dev

Rakesh Mallick
  • Published: Friday, 22 September 2017
  • Updated: 22 September 2017, 04:28 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  କୋଲକାତା ଦିନିକିଆକୁ  ୫୦ରନ୍‌ରେ ଜିତିବା ପରେ ୫ ଟିକିଆ ସିରିଜରେ ଟିମ୍‌ ଇଣ୍ଡିଆ ୨-୦ରେ ଆଗ୍ରଣୀ ଲାଭ କରିଛି। ଭାରତ ପକ୍ଷରୁ ଏହି ମ୍ୟାଚ୍‌ରେ କୁଲଦୀପ ଯାଦବ ହ୍ୟାଟ୍ରିକ୍‌ ୱିକେଟ୍‌ ନେଇଥିବା ସହ ଅଧିନାୟକ କୋହଲି ଆକର୍ଷଣୀୟ ୯୨ ରନ କରିଥିଲେ। ଆପଣ ଜାଣିଥିବେ ଅଧିନାୟକ କୋହଲି ପଡିଆ ମଧ୍ୟରେ ନିଜର ଆକ୍ରମଣାତ୍ମକ ଶୈଳୀ ପାଇଁ ବେଶ ଜଣାଶୁଣା। କୋଲକାତା ଦିନିକିଆରେ ଏମିତି କିଛି ଘଟିଥିଲା ଯାହା ପୁଣିଥିରେ କୋହଲିଙ୍କୁ ଚର୍ଚ୍ଚା ଘେରକୁ ଟାଣିଆଣିଛି। ପ୍ରକୃତ କଥାଟି ହେଲେ, କୋଲକାତାରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଭୁବନେଶ୍ୱର କୁମାର ବୋଲିଂ କରୁଥିବା ସମୟରେ ଅଷ୍ଟ୍ରେଲିଆର ଟ୍ରାଭିସ୍‌ ହେଡ୍‌ ବ୍ୟାଟିଂ କରୁଥିଲେ, ଏବଂ ଏହି ସମୟରେ ଟ୍ରାଭିସ୍ ହେଡ୍‌ଙ୍କ ବ୍ୟାଟ୍‌ରୁ ସ୍ଲିପ୍‌ରେ ଠିଆ ହୋଇଥିବା ରୋହିତ ଶର୍ମାଙ୍କ ନିକଟକୁ ଏକ କ୍ୟାଚ୍ ଯାଇଥିଲା। ହେଲେ ରୋହିତ ଶର୍ମା ଏହି କ୍ୟାଚ୍‌କୁ ଧରିପାରିନଥିଲେ। ଏହାକୁ ଦେଖି ଅଧିନାୟକ ରାଗି ଯାଇଥିଲେ ଏବଂ ରୋହିତଙ୍କ ନିକଟକୁ ଯାଇ କହିଥିଲେ ଯଦି କ୍ୟାଚ୍‌ ଧରିଆସୁନାହିଁ ତେବେ ସ୍ଲିପ୍‌ରେ ରହିବା କ’ଣ ଅବଶ୍ୟକ। ଏହି ମ୍ୟାଚ୍‌ରେ ବ୍ୟାଟିଂରେ ମାତ୍ର ୭ରନ୍‌ କରି ଆଉଟ୍‌ ହୋଇଯାଇବା ବେଳେ ସ୍ଲିପ୍‌ରେ ଏକ ସହଜ କ୍ୟାଚ୍‌ ଛାଡିଥିବାରୁ ରୋହିତଙ୍କ ଉପରେ ଅଧିନାୟକ ରାଗିଯାଇ ଏମିତି କହିଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story