ବିସିସିଆଇ ଉପରେ ଯୁବି ନାଖୁସ୍

ମୁମ୍ବାଇ: ସୋମବାର ଯୁବରାଜ ସିଂହ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି। ଏହି ଅବସରରେ ଯୁବି ଏକ ବଡ଼ ଖୁଲାସା କରି କହିଛନ୍ତି, ବିସିସିଆଇ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲା ଯେ, ଯଦି ସେ ୟୋ ୟୋ ଟେଷ୍ଟରେ ବିଫଳ ହୁଅନ୍ତି, ତାହେଲେ ବିଦାୟୀ ମ୍ୟାଚ୍ ଖେଳିବାକୁ ସୁଯୋଗ ମିଳିବ। ତେବେ ଯୁବି ୟୋ ୟୋ ଟେଷ୍ଟରେ ପାସ୍ ହୋଇଥିଲେ ଏବଂ ତାଙ୍କୁ ବିଦାୟୀ ମ୍ୟାଚ୍ ଖେଳିବାର ସୁଯୋଗ ମିଳିଲା ନାହିଁ। ପ୍ରାୟ ୧୭ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟ୍ […]

BCCI AND YUVI

Hemant Lenka
  • Published: Monday, 10 June 2019
  • , Updated: 10 June 2019, 06:38 PM IST

ମୁମ୍ବାଇ: ସୋମବାର ଯୁବରାଜ ସିଂହ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି। ଏହି ଅବସରରେ ଯୁବି ଏକ ବଡ଼ ଖୁଲାସା କରି କହିଛନ୍ତି, ବିସିସିଆଇ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲା ଯେ, ଯଦି ସେ ୟୋ ୟୋ ଟେଷ୍ଟରେ ବିଫଳ ହୁଅନ୍ତି, ତାହେଲେ ବିଦାୟୀ ମ୍ୟାଚ୍ ଖେଳିବାକୁ ସୁଯୋଗ ମିଳିବ। ତେବେ ଯୁବି ୟୋ ୟୋ ଟେଷ୍ଟରେ ପାସ୍ ହୋଇଥିଲେ ଏବଂ ତାଙ୍କୁ ବିଦାୟୀ ମ୍ୟାଚ୍ ଖେଳିବାର ସୁଯୋଗ ମିଳିଲା ନାହିଁ। ପ୍ରାୟ ୧୭ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟ୍ ଖେଳି ସନ୍ନ୍ୟାସ ନେଇଥିବା ୩୭ ବର୍ଷୀୟ ଯୁବରାଜ ଭାରତ ପକ୍ଷରୁ ନିଜର ଶେଷ ମ୍ୟାଚ୍ ଜୁନ୍, ୨୦୧୭ରେ ଖେଳିଥିଲେ।

ଯୁବରାଜ ସନ୍ନ୍ୟାସ ଘୋଷଣା କରିବା ପାଇଁ ଡକାଇଥିବା ପ୍ରେସ୍ କନଫରେନ୍ସରେ କହିଥିଲେ, ମୋତେ କୁହାଯାଇଥିଲା ଯେ, ଯଦି ତୁମେ ୟୋ-ୟୋ ଟେଷ୍ଟରେ ପାସ୍ ନ ହୁଅ, ତାହେଲେ ତୁମେ ବିଦାୟୀ ମ୍ୟାଚ୍ ଖେଳିପାରିବ। ବିଦାୟୀ ମ୍ୟାଚ୍ ନଖେଳିବାର କଷ୍ଟ ବୀରେନ୍ଦ୍ର ସେହ୍ୱାଗ ମୋତେ କହିଥିଲେ। କିନ୍ତୁ ମୁଁ ବୀରୁଙ୍କୁ କହିଥିଲି ଯେ, ମୁଁ ବିଦାୟୀ ମ୍ୟାଚ୍ ଖେଳିବାକୁ ଚାହୁଁନି।

ଭିଭିଏସ୍ ଲକ୍ଷ୍ମଣ ଓ ରାହୁଲ ଡ୍ରାଭିଡଙ୍କ ଭଳି ଅଭିଜ୍ଞ କ୍ରିକେଟରଙ୍କୁ ବିଦାୟୀ ମ୍ୟାଚ୍ ଖେଳିବାକୁ ସୁଯୋଗ ମିଳିଲା ନାହିଁ। ତେଣୁ ମୁଁ ମଧ୍ୟ ଏଭଳି ବିଦାୟୀ ମ୍ୟାଚ୍ ପାଇଁ ଆଦୌ ଆଶାୟୀ ନଥିଲି। ମୁଁ ବିସିସିଆଇରେ ଥିବା କୌଣସି ଅଧିକାରୀଙ୍କୁ ବିଦାୟୀ ମ୍ୟାଚ୍ ଖେଳିବା ନେଇ କିଛି ବି କହିନଥିଲି।

ଯଦି ମୁଁ ଭଲ ଥିଲି ଏବଂ ମୋ ଭିତରେ ଦକ୍ଷତା ଥିଲା, ତାହେଲେ ମୁଁ ଗ୍ରାଉଣ୍ଡରୁ ହିଁ ଅବସର ନେଇପାରିଥାନ୍ତି। ତେଣୁ ମୁଁ ଏଭଳି ଗୋଟିଏ ମ୍ୟାଚ୍ ଖେଳି ଅବସର ନେବାକୁ ପସନ୍ଦ କରେ ନାହିଁ। ମୁଁ ସେହି ସମୟରେ କହିଥିଲି ଯେ, ମୋତେ ବିଦାୟୀ ମ୍ୟାଚର ଆବଶ୍ୟକତା ନାହିଁ। ୟୋ-ୟୋ ଟେଷ୍ଟରେ ଯଦି ପାସ ନହେଲି, ତାହେଲେ ସିଧା ଘରକୁ ପଳାଇବି। କିନ୍ତୁ ମୁଁ ୟୋ-ୟୋ ଟେଷ୍ଟ ପାସ୍ କରିଥିଲି ଏବଂ ଏହା ପରେ ବାକି କିଛି ବି ମୋ ହାତରେ ନଥିଲା।"

ସୂଚନାଯୋଗ୍ୟ, ୟୋ-ୟୋ ଟେଷ୍ଟରେ ୨୦ ମିଟର ଦୂରତାରେ ଦୁଇଟି କୋନ୍ ରଖାଯାଏ ଏବଂ ବିପ୍ ଶବ୍ଦ ସହ ଖେଳାଳିଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପହଞ୍ଚିବାକୁ ପଡ଼ିଥାଏ। ଏଥିରେ ଖେଳାଳିଙ୍କ ଫିଟନେସ୍ ଓ ଶକ୍ତିର ଆକଳନ କରାଯାଏ। ଭାରତୀୟ ଟିମରେ ସ୍ଥାନ ହାସଲ କରିବା ପାଇଁ ଏବେ ଏହି ଟେଷ୍ଟକୁ ପାସ କରିବାକୁ ପଡ଼ିବ। ଶେଷରେ ଯୁବି କହିଥିଲେ, "ଏବେ କିଛି ମନ୍ତବ୍ୟ ଦେବାକୁ ଚାହୁଁନାହିଁ, କାରଣ ବର୍ତ୍ତମାନ ବିଶ୍ୱକପ୍ ଚାଲିଛି ଏବଂ ମୁଁ କୌଣସି ଖେଳାଳିଙ୍କୁ ନେଇ କୌଣସି ପ୍ରକାରର ବିବାଦ ଚାହୁଁନାହିଁ।"

Related story