ୱାଶିଂଟନଙ୍କ ‘ନୋ ଲୁକ୍’ ଛକାର ଭିଡିଓ ଭାଇରାଲ
ବ୍ରିସବେନ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୪ର୍ଥ ତଥା ଅନ୍ତିମ ଟେଷ୍ଟରେ ଭାରତରୁ ସଙ୍କଟରୁ ଉଦ୍ଧାର କରିଛନ୍ତି ୱାଶିଂଟନ ସୁନ୍ଦର ଓ ଶାର୍ଦ୍ଦୁଲ ଠାକୁର। ଭାରତର ୧୮୬ ରନ୍ରେ ୬ ୱିକେଟ ହରାଇଥିବା ବେଳେ ସୁନ୍ଦର ଓ ଠାକୁର ଦମଦାର ଭାଗିଦାରୀ କରିଥିଲେ।
ଉଭୟ ୭ମ ୱିକେଟ ପାଇଁ ୧୨୩ ରନ୍ ଯୋଡ଼ିଥିଲେ। ଠାକୁର ୬୭ ରନ୍ କରିଥିବା ବେଳେ ସୁନ୍ଦର ୬୨ ରନ୍ର ଇନିଂସ ଖେଳିଛନ୍ତି। ତେବେ ୬୨ ରନ୍ କରିଥିବା ସୁନ୍ଦର ମାରିଥିବା ଗୋଟିଏ ଛକାର ଭିଡିଓ ଭାଇରାଲ ହେବାରେ ଲାଗିଛି। ନେଥନ ଲାୟନଙ୍କୁ ସେ ଗୋଟିଏ ନୋ ଲୁକ ଛକା ମାରିଛନ୍ତି।
That’s spicy! A no-look six from Sundar 6️⃣
Live #AUSvIND: https://t.co/IzttOVtrUu pic.twitter.com/6JAdnEICnb
— cricket.com.au (@cricketcomau) January 17, 2021
ଆପଣ ଭାବୁଥିବେ ନୋ ଲୁକ ଛକା କ’ଣ? ପୂରା ଘଟଣା ହେଉଛି ଏମିତି- ଭାରତୀୟ ଇନିଂସର ୧୦୪ତମ ଓଭର୍ର ଶେଷ ବଲରେ ୨୧ ବର୍ଷୀୟ ସୁନ୍ଦର ଅଷ୍ଟ୍ରେଲୀୟ ସ୍ପିନ ବୋଲର ଲାୟନଙ୍କୁ ଛକା ମାରିଥିଲେ। ଶଟ୍ ମାରିବା ପରେ ସେ ଏହାକୁ ଆଦୌ ଚାହିଁ ନଥିଲେ।
କିନ୍ତୁ ବଲଟି ସିଧା ମିଡ ଅନ୍ ବାଉଣ୍ଡରୀ ଉପରେ ଛକା ହୋଇଯାଇଥିଲା। ଏପରି କି ସେ ବଲଟି ବାଉଣ୍ଡରୀ ବାହାରକୁ ଯିବା ଯାଏ ସେ ପିଚ୍କୁ ହିଁ ଚାହିଁ ରହିଥିଲେ। ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।