ପ୍ରଥମ ଦିନିକିଆରେ ପାଗ କେମିତି ରହିବ

ଧର୍ମଶାଳା: ଆସନ୍ତାକାଲି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍‌ ଧର୍ମଶାଳାରେ ଅନୁଷ୍ଠିତ ହେବ। ନ୍ୟୁଜିଲ୍ୟାଣ୍ଡଠାରୁ ଦିନିକିଆ ସିରିଜ୍‌ ହାରିଥିବା ଭାରତ ଫ୍ରେଶ ଷ୍ଟାର୍ଟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଉପରେ ବର୍ଷା ଦାଉ ସାଧି ପାରେ। ଆସନ୍ତକାଲି ଧର୍ମଶାଳାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଆଜି ଦିନ ତମାମ ପାଗ ଶୁଖିଲା ରହିଥିଲା। ଖେଳାଳିମାନେ ଦୀର୍ଘ ସମୟ ଧରି ଅଭ୍ୟାସ ମଧ୍ୟ କରିଛନ୍ତି। ହେଲେ ଆସନ୍ତାକାଲି ଏଠାରେ ବର୍ଷାର […]

e

e

Hemant Lenka
  • Published: Wednesday, 11 March 2020
  • Updated: 11 March 2020, 06:04 PM IST

Sports

Latest News

ଧର୍ମଶାଳା: ଆସନ୍ତାକାଲି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍‌ ଧର୍ମଶାଳାରେ ଅନୁଷ୍ଠିତ ହେବ। ନ୍ୟୁଜିଲ୍ୟାଣ୍ଡଠାରୁ ଦିନିକିଆ ସିରିଜ୍‌ ହାରିଥିବା ଭାରତ ଫ୍ରେଶ ଷ୍ଟାର୍ଟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଉପରେ ବର୍ଷା ଦାଉ ସାଧି ପାରେ।

ଆସନ୍ତକାଲି ଧର୍ମଶାଳାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଆଜି ଦିନ ତମାମ ପାଗ ଶୁଖିଲା ରହିଥିଲା। ଖେଳାଳିମାନେ ଦୀର୍ଘ ସମୟ ଧରି ଅଭ୍ୟାସ ମଧ୍ୟ କରିଛନ୍ତି। ହେଲେ ଆସନ୍ତାକାଲି ଏଠାରେ ବର୍ଷାର ଆଶଙ୍କା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତାକାଲି ଧର୍ମଶାଳାରେ ଦିନ ବେଳା ତାମାତ୍ରା ୧୨ ଡିଗ୍ରୀ ରହିବା ସହ ଆକାଶ ମେଘାଚ୍ଛନ୍ନ ରହିବ। ସେହିପରି ପ୍ରବଳ ବର୍ଷାର ମଧ୍ୟ ସମ୍ଭାବନା ରହିଛି। ରାତି ବେଳା ତାମପାତ୍ରା ହ୍ରାସ ପାଇଁ ୮ ଡିଗ୍ରୀରେ ପହଞ୍ଚି ଯିବ।

ସନ୍ଧ୍ୟା ବେଳେ ବି ବର୍ଷା ଓ ଘଡ଼ଘଡ଼ି ସହ କୁଆ ପଥର ପଡ଼ିବାର ଆଶଙ୍କା ରହିଛି। ଏଥିସହ ପବନ ବୋହିବାର ମଧ୍ୟ ସମ୍ଭାବନା ରହିଛି ବୋଲି ବିଭାଗ ଆକଳନ କରିଛି।

ଅନ୍ୟପକ୍ଷରେ ଯଦି ବର୍ଷା ନ ହୁଏ, ତା’ହେଲେ ଆକାଶ ମେଘାଚ୍ଛନ ରହିବ ଓ ଦ୍ରୁତ ବୋଲରଙ୍କୁ ଏହା ଯଥେଷ୍ଟ ସୁହାଇବ। ଧର୍ମଶାଳା ବ୍ୟାଟିଂ ପିଚ୍‌ ଭାବେ ଜଣାଶୁଣା। ହେଲେ ପାଗ ଆସନ୍ତାକାଲି କେମିତି ରହୁଛି, ତା’ହେଲେ ସମସ୍ତଙ୍କ ନଜର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos