୨୨୨ରେ ୱେଷ୍ଟଇଣ୍ଡିଜ୍‌ ଅଲଆଉଟ୍‌, ଇଶାନ୍ତ ଶର୍ମାଙ୍କୁ ୫ ୱିକେଟ୍‌

ଆଣ୍ଟିଗୁଆ: ଇଶାନ୍ତ ଶର୍ମାଙ୍କ ୫ ୱିକେଟ୍‌ ସଫଳତା ବଳରେ ଘରୋଇ ୱେଷ୍ଟଇଣ୍ଡିଜ୍‌କୁ ୨୨୨ ରନ୍‌ରେ ଅଲଆଉଟ୍‌ କରିଦେଇଛି ଟିମ୍‌ ଇଣ୍ଡିଆ। ଫଳରେ ପ୍ରଥମ ଇନିଂସ୍‌ରେ ବିରାଟ ବାହିନୀ ଗୁରୁତ୍ୱପୂର୍ଣ୍ଣ ୭୫ ରନ୍‌ର ଅଗ୍ରଣୀ ହାସଲ କରିଛି। ଭାରତ ତା’ର ପ୍ରଥମ ଇନିଂସ୍‌ରେ ୨୯୭ ରନ୍‌ କରିଥିଲା। ଦ୍ୱିତୀୟ ଦିବସ ଷ୍ଟମ୍ପ ଅପସାରଣ ବେଳକୁ ୱେଷ୍ଟଇଣ୍ଡିଜ୍‌ ଟିମ୍‌ ୮ ୱିକେଟ୍‌ ହରାଇ ୧୮୯ ରନ୍‌ କରିଥିଲା। ଆଜି ଦୁଇ ଅପରାଜିତ ବ୍ୟାଟସ୍‌ମ୍ୟାନ୍‌ ଜେସନ ହୋଲ୍ଡର ଏବଂ ଏମ କୁମିନ୍ସ […]

i

i

Hemant Lenka
  • Published: Saturday, 24 August 2019
  • Updated: 24 August 2019, 08:47 PM IST

Sports

Latest News

ଆଣ୍ଟିଗୁଆ: ଇଶାନ୍ତ ଶର୍ମାଙ୍କ ୫ ୱିକେଟ୍‌ ସଫଳତା ବଳରେ ଘରୋଇ ୱେଷ୍ଟଇଣ୍ଡିଜ୍‌କୁ ୨୨୨ ରନ୍‌ରେ ଅଲଆଉଟ୍‌ କରିଦେଇଛି ଟିମ୍‌ ଇଣ୍ଡିଆ। ଫଳରେ ପ୍ରଥମ ଇନିଂସ୍‌ରେ ବିରାଟ ବାହିନୀ ଗୁରୁତ୍ୱପୂର୍ଣ୍ଣ ୭୫ ରନ୍‌ର ଅଗ୍ରଣୀ ହାସଲ କରିଛି। ଭାରତ ତା’ର ପ୍ରଥମ ଇନିଂସ୍‌ରେ ୨୯୭ ରନ୍‌ କରିଥିଲା।

ଦ୍ୱିତୀୟ ଦିବସ ଷ୍ଟମ୍ପ ଅପସାରଣ ବେଳକୁ ୱେଷ୍ଟଇଣ୍ଡିଜ୍‌ ଟିମ୍‌ ୮ ୱିକେଟ୍‌ ହରାଇ ୧୮୯ ରନ୍‌ କରିଥିଲା। ଆଜି ଦୁଇ ଅପରାଜିତ ବ୍ୟାଟସ୍‌ମ୍ୟାନ୍‌ ଜେସନ ହୋଲ୍ଡର ଏବଂ ଏମ କୁମିନ୍ସ ଇଣ୍ଡିଜ୍‌ ସ୍କୋରକୁ ଆଗକୁ ନେଇଥିଲେ। ହୋଲ୍ଡର ବଡ଼ ବଡ଼ ଶଟ ଖେଳିଥିବା ବେଳେ କମିନ୍ସ ତାଙ୍କୁ ଭରପୂର ସହଯୋଗ କରିଥିଲେ। ତେବେ ମହମ୍ମଦ ଶାମି ୩୯ ରନ୍‌ କରିଥିବା ହୋଲ୍ଡରଙ୍କୁ ୱିକେଟ୍‌ କିପର ରିଷଭ ପନ୍ତଙ୍କ ହାତରେ ଆଉଟ୍‌ କରି ଭାରତକୁ ଦିବସର ପ୍ରଥମ ସଫଳତା ଦେଇଥିଲା।

ହୋଲ୍ଡର ଆଉଟ୍‌ ହେବା ବେଳକୁ ଇଣ୍ଡିଜ୍‌ ସ୍କୋର ୨୨୦ ଥିଲା। ଏହାପରେ ରବୀନ୍ଦ୍ର ଜାଡେଜା କମିନ୍ସଙ୍କୁ କ୍ଲିନ୍‌ ବୋଲ୍ଡ କରି ଇଣ୍ଡିଜ୍‌ ଇନିଂସ୍‌ରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ଫଳରେ ଇଣ୍ଡିଜ୍‌ ୨୨୨ ରନ୍‌ କରି ଭାରତର ପ୍ରଥମ ଇନିଂସ୍‌ ଠାରୁ ୭୫ ରନ୍‌ ପଛରେ ରହିଯାଇଛି।

ଶୁକ୍ରବାର ବିଳମ୍ବିତ ରାତି ଯାଏ ବ୍ୟାଟିଂ କରିଥିବା ଇଣ୍ଡିଜ୍‌ ଟିମ୍‌କୁ ଇଶାନ୍ତ ଶର୍ମା ଘାଇଲା କରିଥିଲେ। ସେ ତାଙ୍କ ଟେଷ୍ଟ କ୍ୟାରିୟରର ୯ମ ଥର ପାଇଁ ୫ଟି ୱିକେଟ୍‌ ଦଖଲ କରି ଇଣ୍ଡିଜ୍‌ ବ୍ୟାଟିଂ ଲାଇନ୍‌ ଅପ୍‌କୁ ଛାରଖାର କରିଦେଇଥିଲେ।

ଭାରତ ୨୯୭ ରନ୍‌ କରି ଅଲଆଉଟ୍‌ ହେବା ପରେ ଇଣ୍ଡିଜ୍‌ ତା’ର ପ୍ରଥମ ପାଳି ଆରମ୍ଭ କରିଥିଲା। ତେବେ ଓପନର କେ ବ୍ରାଥୱେଟଙ୍କୁ ଇଶାନ୍ତ ଶର୍ମା ମାତ୍ର ୧୪ ରନ୍‌ କରିଥିବା ବେଳେ ଆଉଟ୍‌ କରି ଦେଇଥିଲେ। ଜନ୍‌ କାମ୍ପେବଲ୨୩ ରନ୍‌ କରି ମହମ୍ମଦ ଶାମିଙ୍କ ବଲ୍‌ରେ କ୍ଲିନ୍‌ବୋଲ୍ଡ ହୋଇଥିଲେ।

ଏସ୍‌ ବ୍ରୁକ୍ସ ୧୧ ରନ୍‌ କରିଥିବେ ବେଳେ ଡାରେନ୍‌ ବ୍ରାଭୋ ୧୮ ରନ୍‌ କରି ଯଥାକ୍ରମେ ରବୀନ୍ଦ୍ର ଜାଡେଜା ଓ ଯଶପ୍ରୀତ ବୁମ୍ରାଙ୍କ ଶିକାର ହୋଇଥିଲେ। ୮୮ ରନ୍‌ କରି ୪ଟି ୱିକେଟ୍‌ ହରାଇଥିବା ଇଣ୍ଡିଜ୍‌ର ବ୍ୟାଟିଂ ମଙ୍ଗ ରୋଷ୍ଟନ୍‌ ଚେଜ୍‌ ଓ ଶାଇ ହୋପ ସମ୍ଭାଳିଥିଲେ।

ଉଭୟ ଭାରତୀୟ ବୋଲରଙ୍କୁ କଡ଼ା ମୁକାବିଲା କରିଥିଲେ। ଏଥିସହ ୫ମ ୱିକେଟ୍‌ ପାଇଁ ୪୨ ରନ୍‌ ଯୋଡ଼ିଥିଲେ। କିନ୍ତୁ ଇଶାନ୍ତ ଶର୍ମା ଏହି ଯୋଡ଼ିକୁ ଭାଙ୍ଗିଥିଲେ। ୪୮ ରନ୍‌ କରିଥିବା ଚେଜ୍‌ ଇଶାନ୍ତ ଶର୍ମାଙ୍କ ଦ୍ୱିତୀୟ ଶିକାର ବନିଥିଲେ। ଶାଇ ହୋପ ମଧ୍ୟ ୨୪ ରନ୍‌ କରି ଇଶାନ୍ତଙ୍କ ବଲରେ ପନ୍ତ ଦ୍ୱାରା କ୍ୟାଚ୍‌ ଆଉଟ୍‌ ହୋଇଥିଲେ।

ଖେଳ ଶେଷ ହେବାକୁ କିଛି ସମୟ ଥିବା ବେଳେ ଇଶାନ୍ତ ଶର୍ମା ଗୋଟିଏ ଓଭରରେ ୩୫ ରନ୍‌ କରିଥିବା ଶିମରନ୍‌ ହେଟମେୟର ଓ କେମା ରୋଚଙ୍କୁ ଆଉଟ୍‌ କରି ୱେଷ୍ଟଇଣ୍ଡିଜକୁ ୮ମ ଝଟ୍‌କା ଦେଇଥିଲେ। ଏଥିସହ ରୋଚଙ୍କୁ ଆଉଟ୍‌ କରି ନିଜର ୫ମ ୱିକେଟ୍‌ ଦଖଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos