ଇଣ୍ଡିଜ୍‌ ଠାରୁ ପୁଣି ହାରିଲା ଆଫଗାନିସ୍ତାନ

ଲକ୍ଷ୍ନୌ: ପ୍ରଥମ ଦିନିକିଆ ଭଳି ଦ୍ୱିତୀୟ ଦିନିକିଆରେ ମଧ୍ୟ ୱେଷ୍ଟଇଣ୍ଡିଜ୍‌ ଠାରୁ ହାରିଛି ଆଫଗାନିସ୍ତାନ। ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଖେଳାଯାଉଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ ହରାଇ ୨୪୭ ରନ୍‌ କରିଥିଲା। ଏହାର ଜବାବରେ ଆଫଗାନିସ୍ତାନ ୪୫.୪ ଓଭରରେ ୨୦୦ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। ଫଳରେ ୱେଷ୍ଟଇଣ୍ଡିଜ୍‌ ଏହି ମ୍ୟାଚ୍‌କୁ ୪୭ ରନ୍‌ରେ ଜିତି ସିରିଜ୍‌ ୨-୦ରେ ଆଗୁଆ ଜିତି ନେଇଛି। ପ୍ରଥେମ ବ୍ୟାଟିଂ କରିଥିବା ଇଣ୍ଡିଜ […]

df

df

Hemant Lenka
  • Published: Sunday, 10 November 2019
  • Updated: 10 November 2019, 05:04 PM IST

Sports

Latest News

ଲକ୍ଷ୍ନୌ: ପ୍ରଥମ ଦିନିକିଆ ଭଳି ଦ୍ୱିତୀୟ ଦିନିକିଆରେ ମଧ୍ୟ ୱେଷ୍ଟଇଣ୍ଡିଜ୍‌ ଠାରୁ ହାରିଛି ଆଫଗାନିସ୍ତାନ। ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଖେଳାଯାଉଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ ହରାଇ ୨୪୭ ରନ୍‌ କରିଥିଲା। ଏହାର ଜବାବରେ ଆଫଗାନିସ୍ତାନ ୪୫.୪ ଓଭରରେ ୨୦୦ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା।

ଫଳରେ ୱେଷ୍ଟଇଣ୍ଡିଜ୍‌ ଏହି ମ୍ୟାଚ୍‌କୁ ୪୭ ରନ୍‌ରେ ଜିତି ସିରିଜ୍‌ ୨-୦ରେ ଆଗୁଆ ଜିତି ନେଇଛି। ପ୍ରଥେମ ବ୍ୟାଟିଂ କରିଥିବା ଇଣ୍ଡିଜ ଶାଇ ହୋପ ୪୩, ଇଭିନ୍‌ ଲ୍ୟୁସ ୫୪, ଶିମରନ ହେଟମେୟର ୩୪ ଓ ଶେଷ ଭାଗରେ ନିକୋଲାସ ପୋରାନ ୬୭ ରନ୍‌ କରିବାରୁ ୫୦ ଓଭରରେ ୯ ୱିକେଟ ହରାଇ ୨୪୭ ରନ୍‌ କରିଥିଲା। ୨୪୮ ରନ୍‌ର ଟାର୍ଗେଟ ପିଛା କରୁଥିବା ଆଫଗାନିସ୍ତାନ ଆରମ୍ଭରୁ ଜାଭେଦ ଅହମାଦିଙ୍କୁ ହରାଇଥିଲା।

ଏହାପରେ ହଜରତୁଲ୍ଲା ଜଜାଇ ୨୩ ଓ ରହମତ ଶାହ ୩୩ ରନ୍‌ କରି ସ୍ଥିତି ସମ୍ଭାଳିଥିଲେ। ନଜବୁଲ୍ଲା ଜର୍ଦ୍ଦାନ ୫୬ ଓ ମହମ୍ମଦ ନାବି ୩୨ ଲଢ଼େଇ କରିଥିଲେ। ହେଲେ ଏହି ଦୁଇ ବ୍ୟାଟସମ୍ୟାନ ଆଉଟ୍‌ ହେବା ପରେ ଆଫଗାନିସ୍ତାନ ୨୦୦ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। ଇଣ୍ଡିଜ ପକ୍ଷରୁ ଶେଲଡନ, ରୋଷ୍ଟନ ଚେଜ ଓ ହାୟଡନ ୱାଲେସ ୩ଟି ଲେଖାଏ ୱିକେଟ୍‌ ନେଇଥିବା ବେଳେ ଗୋଟିଏ ୱିକେଟ ରନ୍‌ ଆଉଟ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos