ମହିଳା ବିଶ୍ୱକପ: ଡେବ୍ୟୁଟାଣ୍ଟ ଥାଇଲ୍ୟାଣ୍ଡକୁ ହରାଇଲା ଇଣ୍ଡିଜ

ପର୍ଥ: ମହିଳା ଟି-୨୦ ବିଶ୍ୱକପରେ ୱେଷ୍ଟଇଣ୍ଡିଜ୍‌ ତା’ର ପ୍ରଥମ ମ୍ୟାଚ୍‌ରେ ଥାଇଲ୍ୟାଣ୍ଡକୁ ଅତି ସହଜରରେ ୭ ୱିକେଟରେ ପରାସ୍ତ କରିଛି। ପ୍ରଥମଥର ପାଇଁ ଥାଇଲ୍ୟାଣ୍ଡ ଚଳିତ ବର୍ଷ ମହିଳା ଟି-୨୦ ବିଶ୍ୱକପ ଖେଳିବାକୁ ଯୋଗ୍ୟତା ଅର୍ଜନ କରି ଥିଲା। ହେଲେ ପ୍ରଥମ ମ୍ୟାଚ୍‌ରେ ଦଳକୁ ପରାଜୟବରଣ କରିବାକୁ ପଡ଼ିଛି।

ପ୍ରଥମେ ବ୍ୟାଟିଂ କରୁଥିବା ଥାଇଲ୍ୟାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ମାତ୍ର ୭୮ ରନ୍‌ କରିଥିଲା। ଏହାର ଜବାବରେ ଇଣ୍ଡିଜ୍‌ ଟିମ୍‌ କ୍ୟାପ୍ଟେନ ଷ୍ଟିପେନ ଟେଲର(୨୬) ଓ ଶେମେନ କ୍ୟାମ୍ବେଲ(୨୫) ରନ୍‌ କରି ଅପରାଜିତ ରହିବା ସହ ଦଳକୁ ୭ ୱିକେଟରେ ବିଜୟ କରାଇଥିଲେ।

ଥାଇଲ୍ୟାଣ୍ଡ ପକ୍ଷରୁ ନାନ୍ନାପଟ କୋନଚାରେନେକାଇ ୩୩ ରନ୍‌ କରିଥିବା ବେଳେ ଏନ୍‌ ଚାଇୱାଇ ୧୩ ରନ୍‌ର ଇନିଂସ ଖେଳିଥିଲେ। ତେବେ ଅନ୍ୟ କୌଣସି ବ୍ୟାଟସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନଥିଲେ। ଏହାର ଜବାବରେ ଇଣ୍ଡିଜ୍‌ ଟିମ୍‌ ୨୭ ରନ୍‌ରେ ୩ ୱିକେଟ ହରାଇଥିଲା। ତେବେ ଟେଲର ଓ କ୍ୟାମ୍ବେଲ ଦଳକୁ ଆଉ କୌଣସି କ୍ଷତି ଘଟାଇବାକୁ ନ ଦେଇ ବିଜୟୀ କରାଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।