ପାକିସ୍ତାନ ୧୦୫ ରନ୍‌ରେ ସଫା

ନଟ୍ଟିଂହାମ୍: ଆଇସିସି ବିଶ୍ୱକପର ଦ୍ୱିତୀୟ ମ୍ୟାଚ୍ ଶୁକ୍ରବାର ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟ ଖେଳାଯାଉଛି। ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ବୋଲିଂ ଆକ୍ରମଣ ଆଗରେ ପାକିସ୍ତାନ ସମ୍ପୂର୍ଣ୍ଣ ଭାବେ ଆତ୍ମସମର୍ପଣ କରି ଦେଇଛି। ଓଶାନି ଥୋମାସ ଓ ଅଧିନାୟକ ଜେସନ୍ ହୋଲ୍ଡରଙ୍କ ଘାତକ ବୋଲିଂ ସହାୟତାରେ ୱେଷ୍ଟଇଣ୍ଡିଜ୍ ପାକିସ୍ତାନକୁ ମାତ୍ର ୨୧.୪ ଓଭରରେ ୧୦୫ ରନରେ ଅଲ୍ ଆଉଟ୍ କରିଛି। ଫଳରେ ଏହି ମ୍ୟାଚକୁ ଜିତିବା ପାଇଁ ୱେଷ୍ଟଇଣ୍ଡିଜକୁ ମାତ୍ର ୧୦୬ ରନ୍ କରିବାକୁ ପଡ଼ିବ। ପାକିସ୍ତାନ ବ୍ୟାଟ୍ସମ୍ୟାନ୍ […]

west

west

Hemant Lenka
  • Published: Friday, 31 May 2019
  • Updated: 31 May 2019, 05:06 PM IST

Sports

Latest News

ନଟ୍ଟିଂହାମ୍: ଆଇସିସି ବିଶ୍ୱକପର ଦ୍ୱିତୀୟ ମ୍ୟାଚ୍ ଶୁକ୍ରବାର ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟ ଖେଳାଯାଉଛି। ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ବୋଲିଂ ଆକ୍ରମଣ ଆଗରେ ପାକିସ୍ତାନ ସମ୍ପୂର୍ଣ୍ଣ ଭାବେ ଆତ୍ମସମର୍ପଣ କରି ଦେଇଛି। ଓଶାନି ଥୋମାସ ଓ ଅଧିନାୟକ ଜେସନ୍ ହୋଲ୍ଡରଙ୍କ ଘାତକ ବୋଲିଂ ସହାୟତାରେ ୱେଷ୍ଟଇଣ୍ଡିଜ୍ ପାକିସ୍ତାନକୁ ମାତ୍ର ୨୧.୪ ଓଭରରେ ୧୦୫ ରନରେ ଅଲ୍ ଆଉଟ୍ କରିଛି।

ଫଳରେ ଏହି ମ୍ୟାଚକୁ ଜିତିବା ପାଇଁ ୱେଷ୍ଟଇଣ୍ଡିଜକୁ ମାତ୍ର ୧୦୬ ରନ୍ କରିବାକୁ ପଡ଼ିବ। ପାକିସ୍ତାନ ବ୍ୟାଟ୍ସମ୍ୟାନ୍ ଆରମ୍ଭରୁ ୱିଣ୍ଡିଜ୍ ବୋଲରଙ୍କୁ ବୁଝିବାରେ ବିଫଳ ହୋଇଥିଲେ। ୱିଣ୍ଡିଜ୍ ପକ୍ଷରୁ ସଫଳ ବୋଲର ଭାବେ ଥୋମାସ ୨୭ ରନ୍ ଦେଇ ୪ଟି ଓ ହୋଲ୍ଡର ୪୨ ରନ୍ ଦେଇ ୩ଟି ୱିକେଟ୍ ନେଇଛନ୍ତି।

ବିଶ୍ୱକପରେ ପାକିସ୍ତାନର ଏହା ଦ୍ୱିତୀୟ ସର୍ବନିମ୍ନ ସ୍କୋର। ଏହା ପୂର୍ବରୁ ୧୯୯୨ ବିଶ୍ୱକପରେ ଆଡିଲେଡରେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ପାକିସ୍ତାନ ୪୦.୨ ଓଭରରେ ମାତ୍ର ୭୪ ରନ୍ କରି ଅଲଆଉଟ୍ ହୋଇଥିଲା। କିନ୍ତୁ ଏହି ମ୍ୟାଚ୍ ପାକିସ୍ତାନ ପାଇଁ ଲକି ସାବ୍ୟସ୍ତ ହୋଇଥିଲା। କାରଣ ବର୍ଷା ଯୋଗୁ ମ୍ୟାଚ୍ ବିନା ଫଳାଫଳରେ ଶେଷ ହୋଇଥିଲା ଏବଂ ପାକିସ୍ତାନ ପରାଜୟରୁ ବର୍ତ୍ତି ଯାଇଥିଲା।

ଆଜି ଟ୍ରେଣ୍ଟବ୍ରିଜରେ ଖେଳାଯାଇଥିବା ମ୍ୟାଚରେ ଟସ୍ ଜିତିବା ୱେଷ୍ଟଇଣ୍ଡିଜ୍ ଅଧିନାୟକ ହୋଲ୍ଡରଙ୍କ ପାଇଁ ଫଳପ୍ରଦ ସାବ୍ୟସ୍ତ ହୋଇଥିଲା। ମ୍ୟାଚର ତୃତୀୟ ଓଭରରେ ହିଁ ୱେଷ୍ଟଇଣ୍ଡିଜକୁ ସଫଳତା ମିଳିଥିଲା। ପାକିସ୍ତାନ ଓପ୍ନର ଇମାମ୍-ଉଲ୍-ହକ୍ ମାତ୍ର ୨ ରନ୍ କରି ୱିଣ୍ଡିଜ୍ ବାମହାତୀ ପେସର ଶେଲଡନ୍ କଟ୍ଟରେଲଙ୍କ ବଲରେ ଆଉଟ୍ ହୋଇଥିଲେ।

ଅନ୍ୟତମ ଓପ୍ନର ଫକର ଜମାନ୍ ଓ ଟିମର ସବୁଠାରୁ ଭରସାଯୋଗ୍ୟ ବ୍ୟାଟ୍ସମ୍ୟାନ୍ ବାବର ଆଜମ କ୍ରିଜରେ ବେଶୀ ସମୟ ତିଷ୍ଠିପାରି ନଥିଲେ। ଫକର ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ, କିନ୍ତୁ ତାଙ୍କୁ ୱିଣ୍ଡିଜ୍ ଟିମର ଷ୍ଟାର ଅଲରାଉଣ୍ଡର ଆନ୍ଦ୍ରେ ରସେଲ କ୍ଲିନ୍ ବୋଲ୍ଡ କରିଥିଲେ। ଫକର ୧୬ ବଲରେ ୨ ଚୌକା ଓ ୧ ଛକା ସହ ୨୨ ରନ୍ କରିଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ହାରିସ୍ ସୋହେଲ୍ (୮) ମଧ୍ୟ ନିରାଶ କରିଥିଲେ। ବାବର ଆଜମ (୨୨) ଓ ଅଧିନାୟକ ସର୍ଫରାଜ ଅହମ୍ମଦ (୮) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ।

ନିଜର ବିଦାୟୀ ବିଶ୍ୱକପ୍ ଖେଳୁଥିବା ମହମ୍ମଦ ହଫିଜ୍ ୧୬ ରନ୍ କରି ଥୋମାସଙ୍କ ବଲରେ କଟ୍ଟରେଲଙ୍କୁ କ୍ୟାଚ୍ ଦେଇ ବସିଥିଲେ। ଶେଷଭାଗରେ ଇମାନ ୱାସିମ୍ (୧), ଶଦାବ ଖାନ୍ (୦) ଓ ହାସନ୍ ଅଲୀ (୧) ଦୁଇଅଙ୍କ ଛୁଇଁବାକୁ ସକ୍ଷମ ହୋଇନଥିଲେ।

ତେବେ ଦଶମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ୱହାବ ରିଆଜ କିଛି ଆକର୍ଷଣୀୟ ଶଟ୍ ମାରିଥିଲେ, ଯେଉଁ କାରଣରୁ ପାକିସ୍ତାନ ୧୦୦ ରନ୍ ଅତିକ୍ରମ କରିବାକୁ ସଫଳ ହୋଇଥିଲା। ରିଆଜ ୧୧ ବଲରେ ୧ ଚୌକା ଓ ୨ ଛକା ସହ ୧୮ ରନ୍ କରି ଅନ୍ତିମ ୱିକେଟ୍ ଭାବେ ଆଉଟ୍ ହୋଇଥିଲେ। ମହମ୍ମଦ ଆମୀର ୩ ରନ୍ କରି ଅପରାଜିତ ଥିଲେ। ୱେଷ୍ଟଇଣ୍ଡିଜ୍ ପକ୍ଷରୁ ରସେଲ୍ ୨ଟି ଓ କଟ୍ଟରେଲ୍ ଗୋଟିଏ ୱିକେଟ୍ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story