୮୫ ବର୍ଷରେ ଅବସର ନେବେ ଏହି କ୍ରିକେଟର୍

ଲଣ୍ଡନ: ସାଧାରଣତଃ ଜଣେ କ୍ରିକେଟର୍ ଅତିବେଶୀରେ ୩୫ କିମ୍ବା ୪୦ ବର୍ଷ ପର୍ଯ୍ୟନ୍ତ କ୍ରିକେଟ୍ ଖେଳିଥାଏ। ତେବେ ପେସ୍ ବୋଲରଙ୍କ କ୍ୟାରିୟର ବହୁତ ଛୋଟ ହୋଇଥଯାଏ। କିନ୍ତୁ ଜଣେ କ୍ରିକେଟରଙ୍କ ସହ ଏଭଳି କିଛି ହୋଇନାହିଁ। ୱେଷ୍ଟଇଣ୍ଡିର ୮୫ ବର୍ଷୀୟ ପେସ୍ ବୋଲର ସେସିଲ ରାଇଟ୍ ବୟସକୁ ବେଖାତିର କରି ଏବେ କ୍ରିକେଟକୁ ଅଲବିଦା କହିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ରାଇଟ୍ କହିଛନ୍ତି, ସେ ଆଗାମୀ ଦୁଇ ସପ୍ତାହରେ କ୍ରିକେଟରୁ ସନ୍ନ୍ୟାସ ନେବେ। ରାଇଟ୍ ଜାମାଇକା ପକ୍ଷରୁ […]

cecil

cecil

Ranjit Kumar Jena
  • Published: Tuesday, 27 August 2019
  • Updated: 27 August 2019, 08:55 PM IST

ଲଣ୍ଡନ: ସାଧାରଣତଃ ଜଣେ କ୍ରିକେଟର୍ ଅତିବେଶୀରେ ୩୫ କିମ୍ବା ୪୦ ବର୍ଷ ପର୍ଯ୍ୟନ୍ତ କ୍ରିକେଟ୍ ଖେଳିଥାଏ। ତେବେ ପେସ୍ ବୋଲରଙ୍କ କ୍ୟାରିୟର ବହୁତ ଛୋଟ ହୋଇଥଯାଏ। କିନ୍ତୁ ଜଣେ କ୍ରିକେଟରଙ୍କ ସହ ଏଭଳି କିଛି ହୋଇନାହିଁ। ୱେଷ୍ଟଇଣ୍ଡିର ୮୫ ବର୍ଷୀୟ ପେସ୍ ବୋଲର ସେସିଲ ରାଇଟ୍ ବୟସକୁ ବେଖାତିର କରି ଏବେ କ୍ରିକେଟକୁ ଅଲବିଦା କହିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ରାଇଟ୍ କହିଛନ୍ତି, ସେ ଆଗାମୀ ଦୁଇ ସପ୍ତାହରେ କ୍ରିକେଟରୁ ସନ୍ନ୍ୟାସ ନେବେ।

ରାଇଟ୍ ଜାମାଇକା ପକ୍ଷରୁ ଗ୍ୟାରୀ ସୋବର୍ସ ଓ ୱେସ୍ ହଲଙ୍କ ଭଳି କିମ୍ବଦନ୍ତୀ କ୍ରିକେଟରଙ୍କ ସହ ଗୋଟିଏ ପ୍ରଥମଶ୍ରେଣୀ ମ୍ୟାଚ୍ ଖେଳିଛନ୍ତି। ବାର୍ବାଡୋସ୍ ବିପକ୍ଷ ଏହି ମୁକାବିଲା ୧୯୫୮ରେ ଖେଳାଯାଇଥିଲା। ଏହା ପରେ ରାଇଟ୍ ୧୯୫୯ରେ ଇଂଲଣ୍ଡ ଚାଲିଯାଇଥିଲେ ଏବଂ ସେ ସେଣ୍ଟ୍ରାଲ୍ ଲାଙ୍କାଶାୟାର୍ ଲିଗରେ କ୍ରମ୍ପଟନ୍ ପକ୍ଷରୁ ପେସାଦାର କ୍ରିକେଟ୍ ଖେଳି ନିଜ କ୍ୟାରିୟର ଶୁଭାରମ୍ଭ କରିଥିଲେ। ଏହା ପରେ ସେ ଇଂଲଣ୍ଡରେ ହିଁ ବସବାସ କରିଥିଲେ। ରାଇଟ୍ ଭିଭିଆନ୍ ରିଚାର୍ଡ୍ସ ଏବଂ ଜୋଏଲ୍ ଗାର୍ନରଙ୍କ ଭଳି କିଦମ୍ବନ୍ତୀ କ୍ରିକେଟରଙ୍କ ସହ ମଧ୍ୟ ଖେଳିଛନ୍ତି।

ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, ତାଙ୍କ କ୍ରିକେଟ୍ କ୍ୟାରିୟର ହେଉଛି ମୋଟ ୬୦ ବର୍ଷ, ଯେଉଁଥିରେ ସେ ୭ହଜାରରୁ ଅଧିକ ୱିକେଟ୍ ନେଇଛନ୍ତି। ତେବେ ରାଇଟ୍ ଏବେ ଏହି ଖେଳରୁ ଅବସର ନେବାକୁ ମନ ବଳାଇଛନ୍ତି। ରାଇଟ୍ କହିଛନ୍ତି, ମୁଁ ନିଜେ ଜାଣିନି ଯେ ମୋ କ୍ୟାରିୟର ଏତେ ଲମ୍ବା କେମିତି ହେଲା। ରାଇଟ୍ ହଜାର ହଜାର ସଂଖ୍ୟକ ମ୍ୟାଚ୍ ଖେଳିଥିବା ଅନୁମାନ କରାଯାଉଛି।

ରାଇଟ୍ ନିଜର ଫିଟନେସର ଶ୍ରେୟ ଲାଙ୍କାଶାୟର ପାରମ୍ପରିକ ଖାଦ୍ୟକୁ ଦେଇଛନ୍ତି। ରାଇଟ୍ କହିଛନ୍ତି, ସତ କହିବାକୁ ଗଲେ ମୁଁ କିଛି ବି ଖାଇ ନିଏ, କିନ୍ତୁ ମୁଁ ମଦ୍ୟପାନ ବେଶୀ ସେବନ କରେ ନାହିଁ। ବେଳେବେଳେ ବିୟର ପାନ କରିଥାଏ। ମୁଁ କେବେବି ନିଜ ବୟସକୁ ନେଇ ବାହାନା କରେ ନାହିଁ ଏବଂ ଏହି କାରଣରୁ ହିଁ ମୁଁ ନିଜକୁ ଫିଟ୍ ରଖିପାରିଛି। ମୋ ମତରେ ନିଜକୁ ସକ୍ରିୟ ରଖିବା ଦ୍ୱାରା ଯନ୍ତ୍ରଣାରୁ ରକ୍ଷା ମିଳିଥାଏ। ମୋତେ ଟିଭି ଦେଖିବା ପସନ୍ଦ ନୁହେଁ। ଏହା ବଦଳରେ ମୁଁ ଖାଲି ପାଦରେ ବୁଲିବାକୁ ପସନ୍ଦ କରେ। ରାଇଟ୍ ସେପ୍ଟେମ୍ବର ୭ ତାରିଖରେ ନିଜର ଶେଷ ମ୍ୟାଚ୍ ଖେଳିବେ। ସେ ପୋନ୍ନିନୀ ଲିଗରେ ସ୍ପ୍ରିଙ୍ଗହେଡ୍ ବିପକ୍ଷରେ ଆପରମିଲ୍ ପକ୍ଷରୁ ଖେଳିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos