ବ୍ରାଏନ୍ ଲାରା ମୁମ୍ବାଇର ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ୱେଷ୍ଟଇଣ୍ଡିଜର ମହାନ୍ ବ୍ୟାଟ୍ସମ୍ୟାନ୍ ବ୍ରାଏନ୍ ଲାରା ଛାତିରେ ଯନ୍ତ୍ରଣା କାରଣରୁ ମଙ୍ଗଳବାର ମୁମ୍ବାଇସ୍ଥିତ ପରେଲର ଗ୍ଲୋବାଲ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମଙ୍ଗଳବାର ଲାରା ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭୂତ କରିଥିଲେ, ଯେଉଁ କାରଣରୁ ତାଙ୍କୁ ତୁରନ୍ତ ହସ୍ପିଟାଲ୍ ନିଆଯାଇଥିଲା। ଲାରାଙ୍କ ସ୍ୱାସ୍ଥାବସ୍ଥା ଦେଇ ଡାକ୍ତର କୌଣସି ସୂଚନା ଦେବାକୁ ମନା କରିଛନ୍ତି। ତେବେ ସେ ଡାକ୍ତରଙ୍କ ମୁତାକବ ଲାରା ବର୍ତ୍ତମାନ ସୁସ୍ଥ ଅଛନ୍ତି। ହସ୍ପିଟାଲରେ ତାଙ୍କର ଏଞ୍ଜିଓଗ୍ରାଫି ହୋଇସାରିଛି। ଲାରା ଦିନକ ପାଇଁ ଡାକ୍ତରଙ୍କ ଅବଜରଭେସନରେ […]

lara

Hemant Lenka
  • Published: Tuesday, 25 June 2019
  • , Updated: 25 June 2019, 05:25 PM IST

ମୁମ୍ବାଇ: ୱେଷ୍ଟଇଣ୍ଡିଜର ମହାନ୍ ବ୍ୟାଟ୍ସମ୍ୟାନ୍ ବ୍ରାଏନ୍ ଲାରା ଛାତିରେ ଯନ୍ତ୍ରଣା କାରଣରୁ ମଙ୍ଗଳବାର ମୁମ୍ବାଇସ୍ଥିତ ପରେଲର ଗ୍ଲୋବାଲ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମଙ୍ଗଳବାର ଲାରା ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭୂତ କରିଥିଲେ, ଯେଉଁ କାରଣରୁ ତାଙ୍କୁ ତୁରନ୍ତ ହସ୍ପିଟାଲ୍ ନିଆଯାଇଥିଲା।

ଲାରାଙ୍କ ସ୍ୱାସ୍ଥାବସ୍ଥା ଦେଇ ଡାକ୍ତର କୌଣସି ସୂଚନା ଦେବାକୁ ମନା କରିଛନ୍ତି। ତେବେ ସେ ଡାକ୍ତରଙ୍କ ମୁତାକବ ଲାରା ବର୍ତ୍ତମାନ ସୁସ୍ଥ ଅଛନ୍ତି। ହସ୍ପିଟାଲରେ ତାଙ୍କର ଏଞ୍ଜିଓଗ୍ରାଫି ହୋଇସାରିଛି। ଲାରା ଦିନକ ପାଇଁ ଡାକ୍ତରଙ୍କ ଅବଜରଭେସନରେ ରହିବେ। ଏହା ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବ।

୫୦ ବର୍ଷୀୟ ଲାରାଙ୍କୁ ମଙ୍ଗଳବାର ଦ୍ୱିପହର ୧୨.୩୦ ମିନିଟରେ ହସ୍ପିଟାଲ ଅଣାଯାଇଥିଲା ଏବଂ ତାଙ୍କର ତୁରନ୍ତ ଚିକିତ୍ସାର କରାଯାଇଥିଲା। ସେ ନିକଟରେ ଏକ ହୋଟେଲରେ କାର୍ଯକ୍ରମରେ ଉପସ୍ଥିତ ଥିଲେ, ଯେଉଁଠାରେ ସେ ଛାତିରେ ଯନ୍ତ୍ରଣା ଅନୁଭୂତ ହୋଇଥିବା କହିଥିଲେ।

ଲାରା ଚଳିତ ବିଶ୍ୱକପରେ ଷ୍ଟାର୍ ସ୍ପୋର୍ଟ୍ସରେ ବିଶେଷଜ୍ଞ ଭାବେ ମୁମ୍ବାଇ ଷ୍ଟୁଡିଓରେ କମେଣ୍ଟ୍ରି ଟିମର ସଦସ୍ୟ ଅଛନ୍ତି। ଲାରା ୱେଷ୍ଟଇଣ୍ଡିଜ୍ ପକ୍ଷରୁ ୧୩୧ ଟେଷ୍ଟରେ ୧୧୯୫୩ ରନ୍ କରିଛନ୍ତି। ତାଙ୍କର ସର୍ବୋଚ୍ଚ ସ୍କୋର ଅପରାଜିତ ୪୦୦ ରନ, ଯାହା ଏକ ବିଶ୍ୱ ରେକର୍ଡ। ଲାରା ନିଜ ଟେଷ୍ଟ କ୍ୟାରିୟରରେ ୩୪ ଶତକ ମାରିଛନ୍ତି। ସେହିପରି ସେ ୨୯୯ ଦିନିକିଆ ମ୍ୟାଚ୍ ଖେଳି ୧୦୪୦୫ ରନ୍ କରିଛନ୍ତି, ଯେଉଁଥିରେ ୧୯ ଶତକ ଓ ୬୩ ଅର୍ଦ୍ଧଶତକ ସାମିଲ୍ ଅଛି।

Related story