ଆଫଗାନିସ୍ତାନ ବିପକ୍ଷରେ ଇଣ୍ଡିଜର ସିରିଜ୍‌ କ୍ଲିନସୁଇପ

ଲକ୍ଷ୍ନୌ: ଷ୍ଟାର ବ୍ୟାଟସମ୍ୟାନ ଶାଇ ହୋପଙ୍କ ଅପରାଜିତ ଶତକ ବଳରେ ତୃତୀୟ ତଥା ଅନ୍ତିମ ଦିନିକିଆରେ ଆଫଗାନିସ୍ତାନକୁ ୱେଷ୍ଟଇଣ୍ଡିଜ୍‌ ୫ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଇଣ୍ଡିଜ୍‌ ଟିମ୍‌ ଆଫଗାନିସ୍ତାନ ବିପକ୍ଷ ସମସ୍ତ ୩ଟି ଯାକ ଦିନିକିଆ ଜିତି ସିରିଜ କ୍ଲିନ ସୁଇପ କରିଛି। ଆଗୁଆ ୨-୦ରେ ସିରିଜ କବଜା କରିନେଇଥିବା ୱେଷ୍ଟଇଣ୍ଡିଜ୍ ଶେଷ ମ୍ୟାଚରେ ଜିତିବା ପାଇଁ ୨୫୦ ରନର ଟାର୍ଗେଟ ପାଇଥିଲା। ତେବେ ୪୮.୪ ଓଭରରେ ଦଳ ୫ ୱିକେଟ ହରାଇ […]

s1

s1

Hemant Lenka
  • Published: Tuesday, 12 November 2019
  • Updated: 12 November 2019, 03:44 PM IST

Sports

Latest News

ଲକ୍ଷ୍ନୌ: ଷ୍ଟାର ବ୍ୟାଟସମ୍ୟାନ ଶାଇ ହୋପଙ୍କ ଅପରାଜିତ ଶତକ ବଳରେ ତୃତୀୟ ତଥା ଅନ୍ତିମ ଦିନିକିଆରେ ଆଫଗାନିସ୍ତାନକୁ ୱେଷ୍ଟଇଣ୍ଡିଜ୍‌ ୫ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଇଣ୍ଡିଜ୍‌ ଟିମ୍‌ ଆଫଗାନିସ୍ତାନ ବିପକ୍ଷ ସମସ୍ତ ୩ଟି ଯାକ ଦିନିକିଆ ଜିତି ସିରିଜ କ୍ଲିନ ସୁଇପ କରିଛି।

ଆଗୁଆ ୨-୦ରେ ସିରିଜ କବଜା କରିନେଇଥିବା ୱେଷ୍ଟଇଣ୍ଡିଜ୍ ଶେଷ ମ୍ୟାଚରେ ଜିତିବା ପାଇଁ ୨୫୦ ରନର ଟାର୍ଗେଟ ପାଇଥିଲା। ତେବେ ୪୮.୪ ଓଭରରେ ଦଳ ୫ ୱିକେଟ ହରାଇ ୨୫୩ ରନ୍‌ କରି ମ୍ୟାଚ୍‌ଟିକୁ ଜିତି ନେଇଥିଲା।

ଇଣ୍ଡିଜ୍‌ ପକ୍ଷରୁ ଶାଇ ହୋପ ୧୪୫ ବଲରେ ୧୦୯ ରନ୍‌ କରି ଶେଷ ଯାଏ ଅପରାଜିତ ଥିଲେ। ସେ ତାଙ୍କର ଏହି ଶତକୀୟ ଇନିଂସ୍‌ରେ ୩ଟି ଛକା ଓ ୮ଟି ଚୌକା ମାରିଛନ୍ତି। ହୋପଙ୍କ ବ୍ୟତୀତ ରୋଷ୍ଟନ ଚେଜ ଶେଷ ଯାଏ ୪୨ ରନ୍‌ କରି ନଟଆଉଟ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ରାଣ୍ଡନ କିଙ୍ଗ ୩୯, ନିକୋଲାସ ପୋରାନ ୨୧ ଓ ଅଧିନାୟକ କାଏରନ ପୋଲାର୍ଡ ୩୨ ରନ୍‌ର ଇନିଂସ ଖେଳିଥିଲେ।

ଏହାପୂର୍ବରୁ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଆଫଗାନିସ୍ତାନ ଅଶଗର ଆଫଗାନଙ୍କ ୮୬, ହଜରତୁଲ୍ଲା ଜଜାଇଙ୍କ ୫୦ ଓ ମହମ୍ମଦ ନାବିଙ୍କ ୫୦ ରନ୍‌ ବଳରେ ୭ ୱିକେଟ ହରାଇ ୨୪୯ ରନ୍‌ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos