ଇଂଲଣ୍ଡରେ ନାହିଁ ଗ୍ରାଉଣ୍ଡ୍ କଭର୍‌, ଉଠୁଛି ପ୍ରଶ୍ନ

ନୂଆଦିଲ୍ଲୀ: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ବିଶ୍ୱକପ୍ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଥିଲା। ଚଳିତ ବିଶ୍ୱକପରେ ତୃତୀୟ ମ୍ୟାଚ୍ ବର୍ଷା ଯୋଗୁ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଥିଲା। ଏପର୍ଯ୍ୟନ୍ତ ଯେତେ ବି ବିଶ୍ୱକପ୍ ଆୟୋଜନ ହୋଇଛି, ସେଥିରୁ ମାତ୍ର ୨ଟି ମ୍ୟାଚ୍ ବର୍ଷା କାରଣରୁ ବାତିଲ୍ ହୋଇଥିଲା। କିନ୍ତୁ ଚଳିତ ବିଶ୍ୱକପରେ ଏପର୍ଯ୍ୟନ୍ତ ୩ ମ୍ୟାଚ୍ ରଦ୍ଦ ହୋଇସାରିଛି। ଚଳିତ ବିଶ୍ୱକପ୍ ପାଇଁ ପ୍ରସ୍ତୁତିକୁ ନେଇ ଏବେ ଚାରିଆଡ଼ୁ ପ୍ରଶ୍ନ ଉଠିବାରେ ଲାଗିଛି। ଏପରିକି ଆୟୋଜନର ବଡ଼ ଷ୍ଟେକହୋଲ୍ଡର […]

eng

eng

Hemant Lenka
  • Published: Friday, 14 June 2019
  • Updated: 14 June 2019, 05:51 PM IST

Sports

Latest News

ନୂଆଦିଲ୍ଲୀ: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ବିଶ୍ୱକପ୍ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଥିଲା। ଚଳିତ ବିଶ୍ୱକପରେ ତୃତୀୟ ମ୍ୟାଚ୍ ବର୍ଷା ଯୋଗୁ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଥିଲା। ଏପର୍ଯ୍ୟନ୍ତ ଯେତେ ବି ବିଶ୍ୱକପ୍ ଆୟୋଜନ ହୋଇଛି, ସେଥିରୁ ମାତ୍ର ୨ଟି ମ୍ୟାଚ୍ ବର୍ଷା କାରଣରୁ ବାତିଲ୍ ହୋଇଥିଲା। କିନ୍ତୁ ଚଳିତ ବିଶ୍ୱକପରେ ଏପର୍ଯ୍ୟନ୍ତ ୩ ମ୍ୟାଚ୍ ରଦ୍ଦ ହୋଇସାରିଛି। ଚଳିତ ବିଶ୍ୱକପ୍ ପାଇଁ ପ୍ରସ୍ତୁତିକୁ ନେଇ ଏବେ ଚାରିଆଡ଼ୁ ପ୍ରଶ୍ନ ଉଠିବାରେ ଲାଗିଛି। ଏପରିକି ଆୟୋଜନର ବଡ଼ ଷ୍ଟେକହୋଲ୍ଡର ଖୋଲାଖୋଲି ଭାବେ ନିଜର ଅସନ୍ତୋଷ ଜାହିର କରିସାରିଛି।

ଆୟୋଜକ ବିଶେଷକରି ବିଶ୍ୱକପର ସମୟକୁ ନେଇ ଅଧିକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଜୁନରେ ବିଶ୍ୱକପ୍ ଆରମ୍ଭ କରିବାର ନିଷ୍ପତ୍ତି ଉପରେ ମଧ୍ୟ ପ୍ରଶ୍ନ ଉଠୁଛି। ଏଥିସହ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି ଯେ, ବର୍ଷା ସମୟରେ ପିଚକୁ ଢ଼ାଙ୍କିବା ପାଇଁ ପର୍ଯ୍ୟାପ୍ତ ଗ୍ରାଉଣ୍ଡ କଭରର ବ୍ୟବସ୍ଥା କରାଯାଇନାହିଁ। ଏକ ବଡ଼ ଷ୍ଟେକହୋଲ୍ଡର ନିଜର ଅସନ୍ତୋଷ ପ୍ରକାଶ କରି କହିଛି ଯେ, ଯେତେବେଳେ ଜଣେ ଇଂଲଣ୍ଡ ଆସେ, ସେ ସର୍ବପ୍ରଥମେ ନିଜକୁ ବର୍ଷାରୁ ରକ୍ଷା କରିବା ପାଇଁ ରେନ୍ କଭରର ବ୍ୟବସ୍ଥା କରିଥାଏ। ଏହା ଏକ ସାଧାରଣ କଥା। ତେଣୁ ଗ୍ରାଉଣ୍ଡ ପାଇଁ କାହିଁକି ରେନ୍ କଭରର ବ୍ୟବସ୍ଥା କରାଗଲା ନାହିଁ।

ଟ୍ରେଣ୍ଟ ବ୍ରିଜର ଗ୍ରାଉଣ୍ଡ ଆଧୁନିକ ସୁବିଧାରେ ଭରପୂର ଅଛି। ଏହାର ସ୍କୋୟାର ସମ୍ପୂର୍ଣ୍ଣ ଭାବେ ଢ଼ାଙ୍କି ହୋଇ ସାରିଛି। ଡ୍ରେନେଜ୍ ସିଷ୍ଟମ୍ ମଧ୍ୟ ଜବରଦସ୍ତ ରହିଛି। କିନ୍ତୁ ପୂରା ଗ୍ରାଉଣ୍ଡକୁ ଢ଼ାଙ୍କିବା ପାଇଁ ଗ୍ରାଉଣ୍ଡ୍ କଭରର ବ୍ୟବସ୍ଥା କାହିଁକି କରାଯାଇ ନାହିଁ? ସୂଚନାଯୋଗ୍ୟ, ଆଉଟଫିଲ୍ଡ ଶୁଖି ନପାରିବାରୁ ନଟ୍ଟିଂହାମରେ ଗୁରୁବାର ହୋଇଥିବା ମ୍ୟାଚ୍ ବାତିଲ୍ କରିବାକୁ ପଡ଼ିଥିଲା। ସୀମିତ ଓଭରର ମ୍ୟାଚ୍ ଗତକାଲି କରାଯାଇପାରି ଥାନ୍ତା, କିନ୍ତୁ ଆଉଟ୍ ଫିଲ୍ଡ ଓଦା ଯୋଗୁ ଏହା ସମ୍ଭବ ହୋଇନଥିଲା। ନଟ୍ଟିଂହାମରେ ଗତ ୪୮ ଘଣ୍ଟା ହେବ ବର୍ଷାର ଲୁଚକାଳି ଖେଳ ଜାରି ରହିଥିଲା ଏବଂ ଆଉଟ୍ ଫିଲ୍ଡ ନ ଢ଼ାଙ୍କିବା ଯୋଗୁ ଓଦା ହୋଇଥିଲା। ଏହି ମାମଲାରେ ଇଂଲଣ୍ଡ କ୍ରିକେଟ୍ ବୋର୍ଡ ଓ ଆଇସିସି ଉପରେ ଏବେ ପ୍ରଶ୍ନ ଉଠିବାରେ ଲାଗିଛି।

ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବର୍ତ୍ତମାନ ଇଂଲଣ୍ଡରେ ବିଶ୍ୱକପ୍ କମେଣ୍ଟ୍ରି କରୁଛନ୍ତି। ସେ ପ୍ରସ୍ତୁତିକୁ ନେଇ ନିରାଶା ପ୍ରକାଶ କରି କହିଛନ୍ତି, "ଇଡେନ୍ ଗାର୍ଡେନ୍ସ ପାଖରେ ଫୁଲ୍ ଗ୍ରାଉଣ୍ଡ୍ କଭର ଉପଲବ୍ଧ ଅଛି। ହାସ୍ୟାସ୍ପଦ କଥା ହେଉଛି, ଆମେ ଏହି କଭର ଇଂଲଣ୍ଡରୁ ହିଁ ମଗାଇଥିଲୁ ଏବଂ ଏହାକୁ ଆମେ ବ୍ୟବହାର କରୁଛୁ। ତେବେ ମୁଁ ଆଶ୍ଚର୍ଯ୍ୟ ଯେ, ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) କ'ଣ ପାଇଁ ନିଜ ଗ୍ରାଉଣ୍ଡରେ ଏହି କଭରର ବ୍ୟବହାର କରୁନାହିଁ।"

ମ୍ୟାଚ୍ ରଦ୍ଦ ହେବା ଦ୍ୱାରା ଟୁର୍ଣ୍ଣାମେଣ୍ଟର ବ୍ରଡକାଷ୍ଟର୍ସକୁ ଅଧିକ କ୍ଷତି ହୋଇଛି। ଏପର୍ଯ୍ୟନ୍ତ ମୋଟ ୪ଟି ମ୍ୟାଚ୍ ବାତିଲ ହୋଇସାରିଛି, ଯେଉଁଥିରେ କୌଣସି ଫଳାଫଳ ମିଳିପାରି ନାହିଁ। ଏଥିରୁ ତିନୋଟି ମ୍ୟାଚ୍ ବର୍ଷା ଯୋଗୁ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି। ଜଣେ ବରିଷ୍ଠ କ୍ରିକେଟ୍ ଏକଜିକ୍ୟୁଟିଭ୍ କହିଛନ୍ତି, ଗୋଟିଏ ଗ୍ରାଉଣ୍ଡର କଭରର ଦାମ୍ କେତେ? ବିସିସିଆଇର ଜଣେ ଅଧିକାର ଏହାର ଜବାବ ଦେଇପାରିବେ, କାରଣ ୨୦୧୬ ଟି-୨୦ ବିଶ୍ୱକପ୍ ପାଇଁ ସେମାନେ ଇଂଲଣ୍ଡରୁ ହିଁ ଗ୍ରାଉଣ୍ଡ୍ କଭର ମଗାଇଥିଲେ। ଭାରତରେ ଟି-୨୦ ବିଶ୍ୱକପ୍ ଆୟୋଜନ ବେଳେ ମୌସୁମୀ ନଥିଲା, ତଥାପି ସେମାନେ ଏତେ ଅର୍ଥ ବ୍ୟୟ କରି ଗ୍ରାଉଣ୍ଡ୍ କଭର କିଣିଥିଲେ। ଇଡେନରେ ଭାରତ ଓ ପାକିସ୍ତାନ ମ୍ୟାଚ୍ ବର୍ଷା ବାଧାପ୍ରାପ୍ତ ସତ୍ତ୍ୱେ ସମ୍ଭବ ହୋଇଥିଲା, କାରଣ ପୂରା ଗ୍ରାଉଣ୍ଡକୁ କଭର୍ କରିଦିଆଯାଇଥିଲା।

ଇଂଲଣ୍ଡ କ୍ରିକେଟ୍ ବୋର୍ଡ ପାଖରେ ଅର୍ଥର ଅଭାବ ନାହିଁ। ବିଜେପି ସାଂସଦ ତଥା ବିସିସିଆଇର ପୂର୍ବତନ ସଭାପତି ଅନୁରାଗ ଠାକୁର କହିଛନ୍ତି, ୨୦୧୯ ବିଶ୍ୱକପ୍ ଆୟୋଜନ ପାଇଁ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍ ବୋର୍ଡକୁ ବଡ଼ ଅର୍ଥ ରାଶି ଦିଆଯାଇଛି। ଭାରତରେ ୨୦୧୬ରେ ଆୟୋଜିତ ଟି-୨୦ ବିଶ୍ୱକପ୍ ଆୟୋଜନ ତୁଳନାରେ ଚଳିତ ବର୍ଷର ବିଶ୍ୱକପ୍ ଆୟୋଜନର ଖର୍ଚ୍ଚ ତିନିଗୁଣା ଅଧିକ ବୋଲି ଠାକୁର କହିଛନ୍ତି।

ଏକ ସୂତ୍ରରୁ ଖବର ମିଳିଛି ଯେ, ୨୦୧୭ ଚାମ୍ପିଅନ୍ସ ଟ୍ରଫି ଆୟୋଜନ ଏବଂ ୨୦୧୯ ବିଶ୍ୱକପ୍ ଆୟୋଜନ ପାଇଁ ଇସିବି ଆଇସିସିକୁ ବଜେଟ୍ ବଢ଼ାଇବା ପାଇଁ କହିଥିଲା। ଇସିବି ବିଶ୍ୱକପ୍ ପ୍ରସ୍ତୁତି ପାଇଁ ବୋର୍ଡ ସେଣ୍ଟ୍ରାଲ ଲଣ୍ଡନରେ ଏକ ପ୍ରପର୍ଟି ଭଡ଼ାରେ ନେବାକୁ ଆଇସିସିକୁ କହିଥିଲା। ସେଣ୍ଟ୍ରାଲ ଲଣ୍ଡନର ଏହି ପ୍ରପର୍ଟିକୁ ବିଶ୍ୱର ସବୁଠାରୁ ମହଙ୍ଗା ପ୍ରପର୍ଟି କୁହାଯାଏ। ଏହି ମେଗା ଟୁର୍ଣ୍ଣାମେଣ୍ଟର ଆୟୋଜନ ପାଇଁ ଆଇସିସି ଆବଶ୍ୟକ ବଜେଟ୍ ପାଇଁ ଅନୁମୋଦନ ଦେଇଥିଲା, କିନ୍ତୁ ବିସିସିଆଇ ଏହାର ବିରୋଧ କରିଥିଲା। ଏତେ ବଡ଼ ଟୁର୍ଣ୍ଣାମେଣ୍ଟ ପାଇଁ ଗ୍ରାଉଣ୍ଡ୍ କଭରର ବ୍ୟବହାର କରାଯିବା ନୈରାଶ୍ୟଜନକ।

ଇଂଲଣ୍ଡରେ ଜୁନ୍-ଜୁଲାଇ ସବୁଠାରୁ କଷ୍ଟକର ସମୟ। ଏହି ସମୟରେ ବର୍ଷା ହେବାର ଅଧିକ ସମ୍ଭାବନା ଥାଏ। ଯେଉଁ କାରଣରୁ ଏଠାରେ ଘରୋଇ ସିରିଜ୍ ଜୁଲାଇ ମଧ୍ୟଭାଗରେ ଆୟୋଜିତ ହୋଇଥାଏ। ଗତବର୍ଷ ଭାରତ ଇଂଲଣ୍ଡ ଗସ୍ତ କରିଥିଲା। ଦିନିକିଆ ସିରିଜ୍ ଜୁଲାଇ ୧୨ରୁ ଆରମ୍ଭ ହୋଇଥିଲା ଏବଂ ଟେଷ୍ଟ ସିରିଜ୍ ଅଗଷ୍ଟରେ ଖେଳାଯାଇଥିଲା। ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁଥିବା ଟି-୨୦ ବିଶ୍ୱକପ୍ ମଧ୍ୟ ପ୍ରଶ୍ନ ଘେରରେ ରହିଛି। କାରଣ ଏହି ବିଶ୍ୱକପ୍ ଅଗଷ୍ଟରେ ଆୟୋଜିତ ହେବ। ସେମିତିରେ ଅଷ୍ଟ୍ରେଲିଆରେ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ନଭେମ୍ବରରେ ଆରମ୍ଭରୁ ହୋଇଥାଏ। ତେବେ ଏଠି ପ୍ରଶ୍ନ ଉଠୁଛି ଯେ, ଆଇସିସି କ'ଣ ପାଇଁ ଏମିତି କାର୍ଯ୍ୟସୂଚୀ ପ୍ରସ୍ତୁତି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos