ଆଉ କ୍ରିକେଟକୁ ଫେରିବେନି କି ଧୋନି, ମୁହଁ ଖୋଲିଲେ ରବି ଶାସ୍ତ୍ରୀ

ପୁଣେ: ପୁଣିଥରେ ମହେନ୍ଦ୍ର ସିଂହ ଧୋନିଙ୍କ ଅବସରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ୨୦୧୯ ବିଶ୍ୱକପ ପରେ ଧୋନି କ୍ରିକେଟରୁ ଦୂରେଇ ରହିଛନ୍ତି। ସେ ଆଉ କ୍ରିକେଟ ଖେଳିବେ କି ନାହିଁ, ସେକଥା ଜାଣିବା ପାଇଁ ପ୍ରଶଂସକମାନେ ଚାତକ ଭଳି ଅନେଇ ବସିଛନ୍ତି। ଏଭଳି ସ୍ଥିତିରେ ଆଜି ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ ରବି ଶାସ୍ତ୍ରୀ ଏ ସମ୍ପର୍କରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, “ଧୋନି କ୍ରିକେଟ ଖେଳିବାକୁ ଉପଲବ୍ଧ ହେବ କି ନାହିଁ, ସେକଥା ଆମେ […]

d

d

Hemant Lenka
  • Published: Wednesday, 09 October 2019
  • Updated: 09 October 2019, 04:38 PM IST

Sports

Latest News

ପୁଣେ: ପୁଣିଥରେ ମହେନ୍ଦ୍ର ସିଂହ ଧୋନିଙ୍କ ଅବସରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ୨୦୧୯ ବିଶ୍ୱକପ ପରେ ଧୋନି କ୍ରିକେଟରୁ ଦୂରେଇ ରହିଛନ୍ତି। ସେ ଆଉ କ୍ରିକେଟ ଖେଳିବେ କି ନାହିଁ, ସେକଥା ଜାଣିବା ପାଇଁ ପ୍ରଶଂସକମାନେ ଚାତକ ଭଳି ଅନେଇ ବସିଛନ୍ତି।

ଏଭଳି ସ୍ଥିତିରେ ଆଜି ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ ରବି ଶାସ୍ତ୍ରୀ ଏ ସମ୍ପର୍କରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, “ଧୋନି କ୍ରିକେଟ ଖେଳିବାକୁ ଉପଲବ୍ଧ ହେବ କି ନାହିଁ, ସେକଥା ଆମେ କହିପାରିବୁ ନାହିଁ। ଧୋନି ହିଁ ନିଜର କମବ୍ୟାକ୍‌ ଉପରେ ନିଷ୍ପତ୍ତି ନେବେ।

ଧୋନି ପୁଣିଥରେ କେବେଠାରୁ କ୍ରିକେଟ ଖେଳିବା ଆରମ୍ଭ କରିବେ, ସେକଥା ନିଜେ କହିବା ଦରକାର। ସେହିପରି ସେ ଚୟନକର୍ତ୍ତାଙ୍କୁ ମଧ୍ୟ ନିଜ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ କହିବା ଉଚିତ। ମୁଁ ତାଙ୍କୁ ବିଶ୍ୱକପ ପରେ ଭେଟିନାହିଁ। ପ୍ରଥମେ ସେ ଖେଳ ଆରମ୍ଭ କରନ୍ତୁ। ତା’ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ମୁଁ ଭାବୁଛି ବିଶ୍ୱକପରେ ସେ ଆଉ କ୍ରିକେଟ ଖେଳିନାହାନ୍ତି। ସେ ଜଣେ ମହାନ କ୍ରିକେଟର। ସର୍ବାଦା ଇତିହାସରେ ତାଙ୍କ ନାଁ ବର୍ଣ୍ଣିତ ହୋଇ ରହିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos