ନର୍ଭସ 90ରେ ସର୍ବାଧିକ ଥର ଆଉଟ୍‌ ହୋଇଛନ୍ତି ସଚିନ: ଜାଣନ୍ତୁ ଟପ୍‌-10 ଅନ୍‌ଲକି କ୍ରିକେଟର୍‌ଙ୍କ ଲିଷ୍ଟ୍‌

ମୁମ୍ବାଇ: ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର। କ୍ରିକେଟ୍‌ ଦୁନିଆରେ ଏମିତି ଏକ ନାଁ ଯାହାକୁ ଉଚ୍ଚାରଣ କରିବା ବେଳେ ଷ୍ଟାର ଖେଳାଳି ମଧ୍ୟ ମୁଣ୍ଡ ନୂଆଁଇଥାନ୍ତି। ଖାଲି ସେତିକି ନୁହେଁ କ୍ରିକେଟ୍‌ ଜଗତର ଭଗବାନ ବୋଲି ସଚିନଙ୍କୁ କୁହାଯାଇଥାଏ। ସେ ଆନ୍ତର୍ଜାତୀୟ କ୍ରିକେଟ୍‌ରେ ୧୦୦ଟି ସେଞ୍ଜୁରୀ ମାରିବାର ରେକର୍ଡ କରିଛନ୍ତି। ଯାହାକୁ ହୁଏତ ଭାଙ୍ଗିବା କଷ୍ଟକର ହେବ। ବାଂଲାଦେଶ ବିରୋଧରେ ୨୦୧୨ ମାର୍ଚ୍ଚ ୧୬ ତାରିଖରେ ସଚିନ ଶତକ ମାରି ଏହି ରେକର୍ଡର ଅଧିକାରୀ ହୋଇଥିଲେ। କ୍ରିକେଟ୍‌ରେ ସଚିନ […]

548b134d750642e71aea4c37fec8a53f

548b134d750642e71aea4c37fec8a53f

Rakesh Mallick
  • Published: Saturday, 17 March 2018
  • Updated: 17 March 2018, 11:53 AM IST

ମୁମ୍ବାଇ: ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର। କ୍ରିକେଟ୍‌ ଦୁନିଆରେ ଏମିତି ଏକ ନାଁ ଯାହାକୁ ଉଚ୍ଚାରଣ କରିବା ବେଳେ ଷ୍ଟାର ଖେଳାଳି ମଧ୍ୟ ମୁଣ୍ଡ ନୂଆଁଇଥାନ୍ତି। ଖାଲି ସେତିକି ନୁହେଁ କ୍ରିକେଟ୍‌ ଜଗତର ଭଗବାନ ବୋଲି ସଚିନଙ୍କୁ କୁହାଯାଇଥାଏ। ସେ ଆନ୍ତର୍ଜାତୀୟ କ୍ରିକେଟ୍‌ରେ ୧୦୦ଟି ସେଞ୍ଜୁରୀ ମାରିବାର ରେକର୍ଡ କରିଛନ୍ତି। ଯାହାକୁ ହୁଏତ ଭାଙ୍ଗିବା କଷ୍ଟକର ହେବ। ବାଂଲାଦେଶ ବିରୋଧରେ ୨୦୧୨ ମାର୍ଚ୍ଚ ୧୬ ତାରିଖରେ ସଚିନ ଶତକ ମାରି ଏହି ରେକର୍ଡର ଅଧିକାରୀ ହୋଇଥିଲେ। କ୍ରିକେଟ୍‌ରେ ସଚିନ କେବେ କିଛି ଭୁଲ କରନ୍ତି ନାହିଁ ବୋଲି କୁହାଯାଇଥାଏ। ହେଲେ ସେ ଏମିତି ଏକ ଭୁଲ ବାରମ୍ବାର କରିଥିଲେ, ଯାହା ଉପରେ କାବୁ ପାଇଯାଇଥିଲେ ତାଙ୍କ ଶତକ ରେକର୍ଡ ଆହୁରି ଉପରେ ରହିଥାନ୍ତି। ଏହି ଭୁଲଟି ହେଲା Nervous 90s।
ଆନ୍ତର୍ଜାତୀୟ କ୍ରିକେଟ୍‌ରେ ସବୁଠାରୁ ଅଧିକ Nervous 90s ର ଶିକାର ହୋଇଥିବା ଖେଳାଳିଙ୍କ ତାଲିକାର ଟପ୍‌ରେ ରହିଛି ସଚିନଙ୍କ ନାଁ। ସେ ନିଜ କ୍ୟାରିୟରରେ ୨୮ ଥର ଏହି ଭୁଲ କରିଛନ୍ତି। କେବଳ ୯୯ ରନ୍‌ରେ ସେ ୮ ଥର ଆଉଟ୍‌ ହୋଇଛନ୍ତି। ଟେଷ୍ଟରେ ସେ Nervous 90s ର ଶିକାର ୧୦ ଥର ହୋଇଥିବା ବେଳେ ଦିନିକିଆରେ ୧୮ ଥର ହୋଇଛନ୍ତି।
ଯଦି ସଚିନ ଏହି ୨୮ ଥର ଶତକ ମାରିଦେଇଥାନ୍ତେ ତେବେ ତାଙ୍କ ଶତକ ସଂଖ୍ୟା ୧୨୮ରେ ପହଞ୍ଚି ଯାଇଥାନ୍ତି। ଯାହାକୁ ଭାଙ୍ଗିବା ହୁଏତ କାହା ପକ୍ଷେ ସମ୍ଭବ ହୋଇପାରିନଥାନ୍ତା। ବର୍ତ୍ତମାନ ଶତକ ରେକର୍ଡର ଦ୍ୱିତୀୟ ସ୍ଥାନରେ ବିରାଟ କୋହଲି ଅଛନ୍ତି। ତାଙ୍କ ଶତକ ସଂଖ୍ୟା ୫୬ରେ ପହଞ୍ଚି ସାରିଛି। ବିରାଟ ଯେଉଁ ଫର୍ମରେ ଖେଳୁଛନ୍ତି ସେ ସଚିନଙ୍କ ରେକର୍ଡ ଭାଙ୍ଗିବ ତାଙ୍କ ପକ୍ଷେ ସମ୍ଭବ ବୋଇପରେ। ଏପରିକି ନିଜେ ସଚିନ ବି କହିଛନ୍ତି, “ତାଙ୍କ ନାଁରେ ଥିବା ଶତକରେ ଶତକ ରେକର୍ଡ ଭାଙ୍ଗିବାର ଦକ୍ଷତା ବିରାଟଙ୍କ ପାଖରେ ରହିଛି। ବିରାଟ ଏହି ରେକର୍ଡ ଭାଙ୍ଗିଲେ ମୁଁ ସବୁଠାରୁ ଅଧିକ ଖୁସି ହେବି।”

Nervous 90s ର ଶିକାର ହୋଇଥିବା TOP-10 ବ୍ୟାଟ୍ସମ୍ୟାନ
୧. ସଚିନ ତେନ୍ଦୁଲକର (ଭାରତ)- ୨୮ ଥର
୨. ରାହୁଲ ଦ୍ରାବିଡ (ଭାରତ)- ୧୪ ଥର
୩. ଜାକ୍ କାଲିସ୍ (ଦକ୍ଷିଣ ଆଫ୍ରିକା)- ୧୩ ଥର
୪. ରିକି ପଣ୍ଟିଂ (ଅଷ୍ଟ୍ରେଲିଆ)- ୧୨ ଥର
୫. ଇଞ୍ଜାମାମ-ଉଲ୍‌-ହକ୍‌ (ପାକିସ୍ତାନ)- ୧୨ ଥର
୬. ମ୍ୟାଥ୍ୟୁ ହେଡେନ (ଅଷ୍ଟ୍ରେଲିଆ)- ୧୧ ଥର
୭. ନାଥନ ଏଷ୍ଟଲ (ନ୍ୟୁଜଲ୍ୟାଣ୍ଡ)- ୧୧ ଥର
୮. ଅରବିନ୍ଦ ଡିସିଲଭା (ଶ୍ରୀଲଙ୍କା)- ୧୧ ଥର
୯. ଷ୍ଟିଭ ୱ (ଅଷ୍ଟ୍ରେଲିଆ)- ୧୧ ଥର
୧୦. ହର୍ସଲ ଗିବ୍ସ୍‌ (ଦକ୍ଷିଣ ଆଫ୍ରିକା)- ୧୦ ଥର

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos