ଭାରତୀୟ କ୍ରିକେଟ୍ ଟିମକୁ ପ୍ରଶଂସା କରି ଏମିତି କହିଲେ ଭନ୍

ଲଣ୍ଡନ: ବିଶ୍ୱକପରେ ବିରାଟ କୋହଲିଙ୍କ ଟିମ୍ ଇଣ୍ଡିଆର ଦମଦାର ପ୍ରଦର୍ଶନ ଜାରି ରହିଛି। ଟିମ୍ ଇଣ୍ଡିଆ ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ କୌଣସି ମ୍ୟାଚ୍ ହାରିନାହିଁ। ଗୁରୁବାର ଖେଳାଯାଇଥିବା ମ୍ୟାଚରେ ବିରାଟ କୋହଲିଙ୍କ ଟିମ୍ ୱେଷ୍ଟଇଣ୍ଡିଜକୁ ୧୨୫ ରନର ବଡ଼ ବ୍ୟବଧାନରେ ପରାସ୍ତ କରିଥିଲା। ଇଂଲଣ୍ଡର ପୂର୍ବତନ କ୍ୟାପଟେନ୍ ମାଇକେଲ୍ ଭନଙ୍କ ସମେତ ଭାରତର ଅନେକ କ୍ରିକେଟର୍ ଟିମ୍ ଇଣ୍ଡିଆର ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି। ଭନ୍ ଭାରତୀୟ କ୍ରିକେଟ୍ ଟିମକୁ ପ୍ରଶଂସା କରିଛନ୍ତି, ‘ ମୁଁ ମୋର ପୂର୍ବ କଥାରେ […]

vaughan

vaughan

Hemant Lenka
  • Published: Friday, 28 June 2019
  • Updated: 28 June 2019, 04:12 PM IST

Sports

Latest News

ଲଣ୍ଡନ: ବିଶ୍ୱକପରେ ବିରାଟ କୋହଲିଙ୍କ ଟିମ୍ ଇଣ୍ଡିଆର ଦମଦାର ପ୍ରଦର୍ଶନ ଜାରି ରହିଛି। ଟିମ୍ ଇଣ୍ଡିଆ ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ କୌଣସି ମ୍ୟାଚ୍ ହାରିନାହିଁ। ଗୁରୁବାର ଖେଳାଯାଇଥିବା ମ୍ୟାଚରେ ବିରାଟ କୋହଲିଙ୍କ ଟିମ୍ ୱେଷ୍ଟଇଣ୍ଡିଜକୁ ୧୨୫ ରନର ବଡ଼ ବ୍ୟବଧାନରେ ପରାସ୍ତ କରିଥିଲା।

ଇଂଲଣ୍ଡର ପୂର୍ବତନ କ୍ୟାପଟେନ୍ ମାଇକେଲ୍ ଭନଙ୍କ ସମେତ ଭାରତର ଅନେକ କ୍ରିକେଟର୍ ଟିମ୍ ଇଣ୍ଡିଆର ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି। ଭନ୍ ଭାରତୀୟ କ୍ରିକେଟ୍ ଟିମକୁ ପ୍ରଶଂସା କରିଛନ୍ତି, ' ମୁଁ ମୋର ପୂର୍ବ କଥାରେ ଅଟଳ ଯେ ଯେଉଁ ଟିମ୍ ଚଳିତ ବିଶ୍ୱକପରେ ଭାରତକୁ ହରାଇବାରେ ସଫଳ ହେବ, ସେହି ଟିମ୍ ହିଁ ଟୁର୍ଣ୍ଣାମେଣ୍ଟ ଟାଇଟଲ୍ ନିଜ ନାମରେ କରିବ।'

ଭାରତୀୟ ଟିମ୍ ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ଅପରାଜେୟ ରହିଛି। ଦୁଇଥରର ଚାମ୍ପିଅନ୍ ଭାରତ ଚଳିତ ଟୁର୍ଣ୍ଣାମେଣ୍ଟରେ ୫ ବିଜୟ ସହ ୧୧ ପଏଣ୍ଟ ହାସଲ କରି ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ଏହା ମଧ୍ୟରେ ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧୱନ୍ ମଧ୍ୟ ଟ୍ୱିଟ୍ କରି ଭାରତୀୟ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି, "ଏହିଭଳି ପ୍ରଦର୍ଶନର ସ୍ତର ଉଚ୍ଚରେ ରଖ, ବହୁତ ବଢ଼ିଆ।'

ସୁରେଶ ରାଇନା କହିଛନ୍ତି, କୁହାଯାଏ ଯେ ଏକ ସଫଳ ଟିମର ସନ୍ତୁଳନ ରହିଥାଏ ଏବଂ ଏଥିରେ ସମସ୍ତେ ପରସ୍ପରକୁ ସହଯୋଗ କରିଥାନ୍ତି। ଲାଗୁଥିଲା ଯେ, ଭାରତୀୟ ଟିମ୍ ୩୦ ରନ୍ କମ୍ କଲା, କିନ୍ତୁ ବୋଲରମାନେ ନିଜ ନିଜ ଦାୟିତ୍ୱ ସୁଚାରୁରୂପେ ତୁଲାଇଥିଲେ। ଖେଳାଳିମାନେ ଚମତ୍କାର ପ୍ରଦଶନ କଲେ। ସାବାସ୍ ୟୁଜବେନ୍ଦ୍ର ଚହଲ୍।

ସେହିପରି ମହମ୍ମଦ କୈଫ୍, ବୀରେନ୍ଦ୍ର ସେହ୍ୱାଗ, ଆରପି ସିଂହ ମଧ୍ୟ ଟିମ୍ ଇଣ୍ଡିଆର ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos