ରସେଲଙ୍କ ବିସ୍ଫୋରଣ, ଇଣ୍ଡିଜ ଜିତିଲା ସିରିଜ୍‌

ପାଲ୍ଲେକେଲେ: ଅଲରାଉଣ୍ଡର ଆନ୍ଦ୍ରେ ରସେଲଙ୍କ ୧୪ ବଲରେ ବିସ୍ଫୋରକ ୪୦ ରନ୍‌ ବଳରେ ୱେଷ୍ଟଇଣ୍ଡିଜ୍‌ ଘରୋଇ ଶ୍ରୀଲଙ୍କାକୁ ଦ୍ୱିତୀୟ ଟି-୨୦ରେ ୭ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଦଳ ଟି-୨୦ ସିରିଜ୍‌କୁ ୨-୦ରେ ଜିତି ନେଇଛି। ଖାଲି ସେତିକି ନୁହେଁ ଶ୍ରୀଲଙ୍କା ଠାରୁ ୩-୦ରେ ହାରିଥିବା ଦିନିକିଆ ସିରିଜ୍‌ର ମଧୁର ପ୍ରତିଶୋଧ ମଧ୍ୟ ନେଇଛି। ରସେଲ ୬ଟି ବିଶାଳ ଛକା ମାରିବା ସହ ଅପରାଜିତ ୪୦ ରନର ଇନିଂସ୍‌ ଖେଳିଥିଲେ। ଏଥିପାଇଁ ତାଙ୍କୁ ଉଭୟ […]

n

n

Hemant Lenka
  • Published: Saturday, 07 March 2020
  • Updated: 07 March 2020, 06:11 PM IST

Sports

Latest News

ପାଲ୍ଲେକେଲେ: ଅଲରାଉଣ୍ଡର ଆନ୍ଦ୍ରେ ରସେଲଙ୍କ ୧୪ ବଲରେ ବିସ୍ଫୋରକ ୪୦ ରନ୍‌ ବଳରେ ୱେଷ୍ଟଇଣ୍ଡିଜ୍‌ ଘରୋଇ ଶ୍ରୀଲଙ୍କାକୁ ଦ୍ୱିତୀୟ ଟି-୨୦ରେ ୭ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଦଳ ଟି-୨୦ ସିରିଜ୍‌କୁ ୨-୦ରେ ଜିତି ନେଇଛି। ଖାଲି ସେତିକି ନୁହେଁ ଶ୍ରୀଲଙ୍କା ଠାରୁ ୩-୦ରେ ହାରିଥିବା ଦିନିକିଆ ସିରିଜ୍‌ର ମଧୁର ପ୍ରତିଶୋଧ ମଧ୍ୟ ନେଇଛି।

ରସେଲ ୬ଟି ବିଶାଳ ଛକା ମାରିବା ସହ ଅପରାଜିତ ୪୦ ରନର ଇନିଂସ୍‌ ଖେଳିଥିଲେ। ଏଥିପାଇଁ ତାଙ୍କୁ ଉଭୟ ମ୍ୟାନ ଅଫ ଦି ମ୍ୟାଚ୍‌ ଓ ସିରିଜ୍‌ ମିଳିଛି। ରସେଲଙ୍କ ବ୍ୟତୀତ ଶିମରନ ହେଟମେୟର ମଧ୍ୟ ଅପରାଜିତ ୪୭ ରନର ଇନିଂସ ଖେଳିଛନ୍ତି। ଶ୍ରୀଲଙ୍କା ୬ ୱିକେଟ ହରାଇ ୧୫୫ ରନ୍‌ କରିଥିବା ବେଳେ ଇଣ୍ଡିଜ୍‌ ଟିମ୍‌ ୧୮ଟି ବଲ ପୂର୍ବରୁ ୩ ୱିକେଟ ହରାଇ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରିନେଇଛି।

ରସେଲ ଶ୍ରୀଲଙ୍କା ବିପକ୍ଷ ଦୁଇଟି ଯାକ ଟି-୨୦ରେ ମୋଟ ୧୦ଟି ଛକା ମାରିଛନ୍ତି। ସେହିପରି ୨ଟି ଯାକ ମ୍ୟାଚ୍‌ରେ ସେ ମୋଟ ୨୮ଟି ବଲର ସମ୍ମୁଖୀନ ହୋଇଛନ୍ତି। ରସେଲ ଦୁଇଟି ମ୍ୟାଚ୍‌ରେ ଏକାକୀ ୧୦ଟି ଛକା ମାରିଥିବା ବେଳେ ଶ୍ରୀଲଙ୍କାର ସମସ୍ତ ଖେଳାଳି ମିଳିତ ଭାବେ ୭ଟି ଛକା ମାରିଛନ୍ତି।

୧୫୬ ରନ୍‌ର ଟାର୍ଗେଟ ପିଛା କରୁଥିବା ଇଣ୍ଡିଜ୍‌ ଓପନର ଲେଣ୍ଡଲ ସିମନ୍ସଙ୍କୁ ତୃତୀୟ ଓଭରରେ ହରାଇଥିଲା। ଏହାପରେ ବ୍ରାନଣ୍ଡନ କିଙ୍ଗ ୨୧ ବଲରେ ୪୩ ରନ କରି ଆଉଟ ହୋଇଥିଲେ। ରୋଭମାନ ପାୱେଲ ଓ ହେଟମେୟର ମିଳିତ ଭାବେ ଦଳୀୟ ସ୍କୋରକୁ ୧୦୦ ପାର କରାଇଥିଲେ।

ଦାସୁନ ଶଣକା ୧୩ତମ ଓଭରରେ ପାୱେଲ(୧୭)ଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ। ଶେଷରେ ହେଟମେୟର ୪୩ ଓ ରସେଲ ୪୦ ରନ୍ କରି ଶେଷ ଯାଏ ଅପରାଜିତ ରହିବା ସହ ଦଳକୁ ବିଜୟ କରାଇଥିଲେ।

ଏହାପୂର୍ବରୁ ଶଣକାଙ୍କ ୩୧ ଓ ପେରରାଙ୍କ ୨୩ ରନ୍‌ ବଳରେ ଶ୍ରୀଲଙ୍କା ୬ ୱିକେଟ ହରାଇ ୧୫୫ ରନ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos