ବର୍ଷିଲା ରୋହିତଙ୍କ ବ୍ୟାଟ, ଇଣ୍ଡିଜକୁ ୩୮୮ ରନ୍‌ର ଟାର୍ଗେଟ

ବିଶାଖାପଟନମ: ୱେଷ୍ଟଇଣ୍ଡିଜ ବିପକ୍ଷ କର ବା ମର ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ଉପ ଅଧିନାୟକ ରୋହିତ ଶର୍ମାଙ୍କ ବ୍ୟାଟ୍‌ ବର୍ଷିଛି। ରୋହିତଙ୍କ ସହ କେଏଲ ରାହୁଲ, ରିଷଭ ପନ୍ତ ଓ ଶ୍ରେୟସ ଆୟରଙ୍କ ବ୍ୟାଟରୁ ମଧ୍ୟ ରନ୍‌ ବାହାରିଛି। ରୋହିତଙ୍କ ବିସ୍ଫୋରକ ୧୫୯ ଓ କେଏଲ ରାହୁଲଙ୍କ ୧୦୨ ରନ୍‌ ବଳରେ ଟିମ୍‌ ଇଣ୍ଡିଆ ଦ୍ୱିତୀୟ ଦିନିକିଆରେ ୫ ୱିକେଟ ହରାଇ ୩୮୭ ରନ୍‌ କରିଛି। ଫଳରେ ସିରିଜ୍‌ ଜିତିବା ପାଇଁ ଇଣ୍ଡିଜକୁ ୩୮୮ ରନ୍‌ର ଟାର୍ଗେଟ […]

we

we

Hemant Lenka
  • Published: Wednesday, 18 December 2019
  • Updated: 18 December 2019, 06:15 PM IST

Sports

Latest News

ବିଶାଖାପଟନମ: ୱେଷ୍ଟଇଣ୍ଡିଜ ବିପକ୍ଷ କର ବା ମର ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ଉପ ଅଧିନାୟକ ରୋହିତ ଶର୍ମାଙ୍କ ବ୍ୟାଟ୍‌ ବର୍ଷିଛି। ରୋହିତଙ୍କ ସହ କେଏଲ ରାହୁଲ, ରିଷଭ ପନ୍ତ ଓ ଶ୍ରେୟସ ଆୟରଙ୍କ ବ୍ୟାଟରୁ ମଧ୍ୟ ରନ୍‌ ବାହାରିଛି।

ରୋହିତଙ୍କ ବିସ୍ଫୋରକ ୧୫୯ ଓ କେଏଲ ରାହୁଲଙ୍କ ୧୦୨ ରନ୍‌ ବଳରେ ଟିମ୍‌ ଇଣ୍ଡିଆ ଦ୍ୱିତୀୟ ଦିନିକିଆରେ ୫ ୱିକେଟ ହରାଇ ୩୮୭ ରନ୍‌ କରିଛି। ଫଳରେ ସିରିଜ୍‌ ଜିତିବା ପାଇଁ ଇଣ୍ଡିଜକୁ ୩୮୮ ରନ୍‌ର ଟାର୍ଗେଟ ମିଳିଛି। ଭାରତ ପ୍ରଥମ ଦିନିକିଆ ହାରି ଯାଇଥିବାରୁ ଆଜି ଦଳକୁ ସିରିଜରେ ରହିବାକୁ ହେଲେ ମ୍ୟାଚ ଜିତିବାକୁ ପଡ଼ିବ।

ଆଜି ବିଶାଖାପଟନମରେ ୱେଷ୍ଟଇଣ୍ଡିଜ ପୁଣି ଟସ ଜିତିଥିଲା। ଦଳର ଅଧିନାୟ କାଏରନ ପୋଲାର୍ଡ ଟିମ୍‌ ଇଣ୍ଡିଆକୁ ପ୍ରଥମେ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଥିଲେ। ଦଳର ଦୁଇ ଓପନର କେଏଲ ରାହୁଲ ଓ ରୋହିତ ଶର୍ମା ଧିମା ଆରମ୍ଭ କରିଥିଲେ। ତେବେ ରାହୁଲ ପ୍ରଥମେ ବଡ଼ ଶଟ ଖେଳିବା ଆରମ୍ଭ କରିଥିଲେ। ରୋହିତ ତାଙ୍କୁ ଭରପୂର ସହଯୋଗ କରିଥିଲେ। ରାହୁଲ ମାତ୍ର ୪୬ଟି ବଲରେ ନିଜର ଅର୍ଦ୍ଧଶତକ ହାସଲ କରିବା ପରେ ସାମାନ୍ୟ ଧିମା ହୋଇ ଯାଇଥିଲେ। ଏହି ସମୟରେ ରୋହିତ ତାଙ୍କ ଜଲୱା ଦେଖାଇବା ଆରମ୍ଭ କରିଥିଲେ। ସେ ଇଣ୍ଡିଜ୍‌ର ବୋଲରମାନଙ୍କୁ କଡ଼ା ପ୍ରହାର କରି ପ୍ରଥମେ ନିଜର ଅର୍ଦ୍ଧଶତକ ହାସଲ କରିଥିଲା।

ଏହାପରେ ସେ ଆହୁରି ବିସ୍ଫୋରକ ଶଟ ମାନ ଖେଳି ମାତ୍ର ୧୦୭ଟି ବଲରେ ନିଜ ଅନ୍ତର୍ଜାତୀୟ କ୍ୟାରିୟରର ୨୮ତମ ଶତକ ହାସଲ କରିଥିଲେ। ରୋହିତଙ୍କ ଶତକ ପରେ ରାହୁଲ ମଧ୍ୟ ଚୌକା ମାରି ଶତକ ହାସଲ କରିଥିଲେ।

ହେଲେ ସେ ୧୦୨ ରନ କରିଥିବା ବେଳେ ତାଙ୍କୁ ଯୋଜେଫ ଆଉଟ କରି ଭାରତକୁ ପ୍ରଥମ ଝଟକା ଦେଇଥିଲେ। ରାହୁଲ ଓ ରୋହିତ ପ୍ରଥମ ୱିକେଟ ପାଇଁ ୨୨୭ ରନ୍‌ ଯୋଡ଼ି ଭାରତକୁ ଦୃଷ୍ଟି ସ୍ଥିତିରେ ପହଞ୍ଚାଇ ଦେଇଥିଲେ। ୩ନଂରେ ବ୍ୟାଟିଂ କରିବାକୁ ଆସିଥିବା ବିରାଟ ପ୍ରଥମ ବଲରେ ଆଉଟ୍‌ ହୋଇ ସମସ୍ତଙ୍କୁ ନିରାଶ କରିଥିଲେ।

ଦଳ ଲଗାତାର ୨ଟି ୱିକେଟ ହରାଇଥିଲେ ହେଁ ଏହା ରୋହିତଙ୍କ ଉପରେ କୌଣସି ପ୍ରଭାବ ପକାଇ ନଥିଲା। ସେ ଛକା ଓ ଚୌକା ବର୍ଷା ଜାରି ରଖି ପ୍ରଥମେ ନିଜର ୧୫୦ ରନ୍‌ ପୂରଣ କରିଥିଲେ। ତାଙ୍କୁ ଶ୍ରେୟସ ଆୟର ମଧ୍ୟ ସହଯୋଗ କରିଥିଲେ। ଦଳୀୟ ସ୍କୋର ୨୯୨ ଥିବା ବେଳେ ବ୍ୟକ୍ତିଗତ ୧୫୫ ରନ୍‌ କରି ରୋହିତ ଆଉଟ ହୋଇଥିଲେ। ଏହି ୧୫୯ ରନର ଇନିଂସରେ ୧୭ଟି ଚୌକା ଓ ୫ଟି ଛକା ମାରିଛନ୍ତି। ଏହାପରେ ପନ୍ତ ଓ ଆୟର ଯୋଡ଼ି ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିବା ଆରମ୍ଭ କରିଥିଲେ। ରିଷଭ ପନ୍ତ ଦ୍ରୁତ ବୋଲର ସେଲଡନ କଟ୍ରେଲଙ୍କୁ ଗୋଟିଏ ଓଭରରେ ୨୪ ରନ୍‌ ଆଦାୟ କରି ନିଜର ବିସ୍ଫୋରକ ରୂପ ଦେଖାଇଥିଲେ।

ଏହି ଓଭରରେ ପନ୍ତ ୨ଟି ବିଶାଳ ଛକା ଓ ୩ଟି ଚୌକା ମାରିଥିଲେ। ୪୭ତମ ଓଭର ବୋଲିଂ କରିବାକୁ ଆସିଥିବା ରୋଷ୍ଟନ ଚେଜଙ୍କ ଉପରେ ଶ୍ରେୟସ ଜୋରଦାର ହମଲା କରିଥିଲେ। ସେ ଏହି ଓଭରରେ ୪ଟି ଛକା ସହ ୩୧ ରନ୍‌ ଆଦାୟ କରିଥିଲେ। ତେବେ ୪୮ତମ ଓଭରରେ ୧୫ ବଲରେ ମାତ୍ର ୩୯ ରନ୍‌ କରି ପନ୍ତ ଆଉଟ ହୋଇଯାଇଥିଲେ। ପନ୍ତ ଓ ଆୟର ଯୋଡ଼ି ମାତ୍ର ୨୫ଟି ବଲରେ ୭୩ ରନ୍‌ର ଭାଗିଦାରୀ କରିଥିଲେ। ପନ୍ତ ଆଉଟ ହୋଇଥିଲେ ହେଁ ଆୟର ୨୮ଟି ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। କିନ୍ତୁ ସେ ୩୨ ବଲରେ ୫୩ ରନ୍‌ କରି କରିଥିବା କଟ୍ରେଲ ତାଙ୍କୁ ଆଉଟ କରିଦେଇଥିଲେ।

ଶେଷ ଓଭରରେ କେଦାର ଯାଦବ ୩ଟି ଚୌକା ମାରିବାରୁ ଦଳୀୟ ସ୍କୋର ୩୮୭ରେ ପହଞ୍ଚିଥିଲା।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos