ପ୍ୟାଟରସନ୍‌ଙ୍କ ମେଡେନ୍‌ ଶତକ, ୫୩୪/୫ ପରେ କଙ୍ଗାରୁ ଟିମ୍‌ର ପାଳି ଘୋଷଣା, ଶ୍ରୀଲଙ୍କା ୧୨୩/୩

ମେଲବର୍ଣ୍ଣ: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟ୍‌ରେ ଘରୋଇ ଅଷ୍ଟ୍ରେଲିଆ ଦୃଢ଼ ସ୍ଥିତିରେ ରହିଛି। ମାନୁକା ଓଭାଲ୍‌ରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସ୍‌ରେ ଘରୋଇ କଙ୍ଗାରୁ ଟିମ୍‌ କର୍ଟିସ୍‌ ପ୍ୟାଟରସନ୍‌ଙ୍କ ମେଡେନ୍‌ ଅପରାଜିତ ଶତକକୁ ଆଧାର କରି ୫ ୱିକେଟ୍‌ ହରାଇ ୫୩୪ ରନ୍‌ କରିବା ପରେ ପାଳି ଘୋଷଣା କରିଛି। ଶ୍ରୀଲଙ୍କା ଏହାର ଜବାବରେ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ୩ ୱିକେଟ୍‌ ହରାଇ ୧୨୩ ରନ୍‌ କରିଛି। ଷ୍ଟମ୍ପ ଅପସାରଣ ବେଳକୁ କୁଶଲ […]

sa

sa

Hemant Lenka
  • Published: Saturday, 02 February 2019
  • Updated: 02 February 2019, 06:51 PM IST

Sports

Latest News

ମେଲବର୍ଣ୍ଣ: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟ୍‌ରେ ଘରୋଇ ଅଷ୍ଟ୍ରେଲିଆ ଦୃଢ଼ ସ୍ଥିତିରେ ରହିଛି। ମାନୁକା ଓଭାଲ୍‌ରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସ୍‌ରେ ଘରୋଇ କଙ୍ଗାରୁ ଟିମ୍‌ କର୍ଟିସ୍‌ ପ୍ୟାଟରସନ୍‌ଙ୍କ ମେଡେନ୍‌ ଅପରାଜିତ ଶତକକୁ ଆଧାର କରି ୫ ୱିକେଟ୍‌ ହରାଇ ୫୩୪ ରନ୍‌ କରିବା ପରେ ପାଳି ଘୋଷଣା କରିଛି। ଶ୍ରୀଲଙ୍କା ଏହାର ଜବାବରେ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ୩ ୱିକେଟ୍‌ ହରାଇ ୧୨୩ ରନ୍‌ କରିଛି।

ଷ୍ଟମ୍ପ ଅପସାରଣ ବେଳକୁ କୁଶଲ ପେରେରା ୧୧ ଓ ଧନଞ୍ଜୟ ଡି'ସିଲଭା ୧ ରନ୍‌ କରି ଅପରାଜିତ ରହିଛନ୍ତି। ସେହିପରି ୪୪ ରନ୍‌ କରିଥିବା ଓପନର ଦମୁଥ କରୁଣାରତ୍ନେ ୪୪ ରନ୍‌ କରି ରିଟାୟାର୍ଡ ହର୍ଟ ହୋଇ ପ୍ୟାଭିଲିଅନରେ ଅଛନ୍ତି।

ଅଷ୍ଟ୍ରେଲିଆ ପକ୍ଷରୁ ନେଥନ ଲାୟନ, ପ୍ୟାଟ କମିନ୍ସ ଓ ମିଚେଲ୍‌ ଷ୍ଟାର୍କ ଗୋଟିଏ ଲେଖାଏ ୱିକେଟ୍‌ ନେଇଛନ୍ତି।

ମାନୁକା ଓଭାଲ୍‌ ଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୪ ୱିକେଟ୍‌ ହରାଇ ୩୮୪ ରନ୍‌ କରିଥିଲା। ଟ୍ରାଭିସ୍‌ ହେଡ୍‌ ୧୬୧ ରନ ଓ ଜନ୍‌ ବର୍ନସ ଅପରାଜିତ ୧୭୨ ରନ୍‌ କରିଥିଲେ। ଆଜି ପ୍ୟାଟରସନ୍‌ଙ୍କ ଶତକ ହାସଲ କରିବାରୁ ଅଷ୍ଟ୍ରେଲିଆ ୫ ୱିକେଟ୍‌ ହରାଇ ୫୩୪ ରନ୍‌ କରିଥିଲା। ବର୍ନସ ଆଜି ଏକମାତ୍ର ବ୍ୟାଟସ୍‌ମ୍ୟାନ୍‌ ଭାବେ ୧୮୦ ରନ୍‌ କରି ଆଉଟ୍‌ ହୋଇଥିଲେ। ଅଧିନାୟକ ଟିମ୍‌ ପେନ୍‌ ୪୫ ରନ୍‌ କରି ପାଳି ଘୋଷଣା ପର୍ଯ୍ୟନ୍ତ ନଟଆଉଟ୍‌ ରହିଥିଲେ।

ଅଷ୍ଟ୍ରେଲିଆର ୫୩୪ ରନ୍‌ ଜବାବରେ ଶ୍ରୀଲଙ୍କା ୩୦.୪ ଓଭର୍‌ରେ ବିନା ୱିକେଟ୍‌ରେ ୮୨ ରନ୍‌ କରିଥିବା ବେଳେ କରୁଣାରତ୍ନେ ଦ୍ରୁତ ବୋଲର କମିନ୍ସଙ୍କ ବାଉନ୍ସରରେ ଆହତ ହୋଇଥିଲେ। ଅନ୍ୟତମ ଓପନର ଲାହିରୁ ଥିରୁମନି ୪୧, ଦୀନେଶ ଚାଣ୍ଡିମାଲ ୧୫ ଓ କୁଶଲ ମେଣ୍ଡିସ୍‌ ୬ ରନ୍‌ କରି ପ୍ୟାଭିଲିୟନ୍‌ ଫେରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos