ମହିଳା ବିଶ୍ୱକପ୍‌ କ୍ୱାଲିଫାଏ ମ୍ୟାଚ୍‌: ୧୧୪ ରନ୍‌ରେ ଭାରତ ବିଜୟୀ

କଲୋମ୍ବୋ: ଦେବୀକା ଧାୟାଙ୍କ ଅର୍ଦ୍ଧ ଶତକ ଓ ଅଧିନାୟକ ମିଥାଲି ରାଜ ଏବଂ ଦୀପ୍ତି ଶର୍ମାଙ୍କ ଧୂଆଁଧାର ବ୍ୟାଟିଂ ବଳରେ ମହିଳା ବିଶ୍ୱକପ୍‌ କ୍ୱାଲିଫାଏ ମ୍ୟାଚ୍‌ରେ ଭାରତ ୧୪୬ ରନ୍‌ରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଆଜି ଏହି ମ୍ୟାଚ୍‌ ପି. ସାରା ଓଭାଲରେ ଖେଳା ଯାଇଥିଲା।

ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଭାରତୀୟ ଟିମ୍‌ର ଆରମ୍ଭ ଭଲ ହୋଇ ନ ଥିଲା। ଓପ୍ନର ମୋନା ମିଶର୍ମା ୬ ରନ୍‌ କରି ଆଉଟ୍‌ ହୋଇ ଯାଇଥିଲେ। ଅନ୍ୟତମ ଓପ୍ନର ଦୀପ୍ତି (୫୪) ଏବଂ ଦେବୀକା (୮୯) ଦ୍ୱିତୀୟ ୱିକେଟ୍‌ରେ ୧୨୩ ରନ୍‌ କରି ଦଳକୁ ସମ୍ଭାଳି ଥିଲେ। ଦୀପ୍ତି ଆଉଟ୍‌ ହେବା ପରେ ପଡିଆକୁ ଆସିଥିବା ମିଥାଲି ୭୦ ରନ୍‌ର ଜବରଦସ୍ତ ଇଂନିସ୍‌ ଖେଳିଥିଲେ। ନିର୍ଦ୍ଧାରିତ ଓଭରରେ ଦଳ ୪ ୱିକେଟ୍‌ ହରାଇ ୨୫୯ ରନ୍‌ କରିଥିଲା।

୨୬୦ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇ ଥିବା ଶ୍ରୀଲଙ୍କା ଟିମ୍‌ର ବ୍ୟାଟିଂ ଲାଇନ ଅପ୍‌ ତାସ ଘର ପରି ଭୁଷୁଡି ପଡିଥିଲା। ଦଳ ନିର୍ଦ୍ଧାରିତ ଓଭରରେ ୮ ୱିକେଟ୍‌ ହରାଇ ମାତ୍ର ୧୧୪ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

ଆସନ୍ତାକାଲି ଭାରତ କଲୋମ୍ବୋରେ ଥାଇଲ୍ୟାଣ୍ଡକୁ ଭେଟିବ।