ଧୋନିଙ୍କ ଜନ୍ମଦିନରେ ଶୁଭେଚ୍ଛାର ସୁଅ

ଲିଡ୍ସ: ଭାରତୀୟ ଟିମର ୱିକେଟକିପର୍ ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂହ ଧୋନି ଆଜି ୩୮ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଧୋନିଙ୍କୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିଛି। 4 World Cups 🏆🏆🏆🏆 4 Different Looks 😎😎 Which one do you like the most? Take a pick #HappyBirthdayDhoni 🎂🎂 #TeamIndia pic.twitter.com/74F7tCpfBw — BCCI (@BCCI) July 6, 2019 ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଧୋନିଙ୍କୁ ଶୁଭେଚ୍ଛା […]

dh

dh

Hemant Lenka
  • Published: Sunday, 07 July 2019
  • Updated: 07 July 2019, 06:45 PM IST

Sports

Latest News

ଲିଡ୍ସ: ଭାରତୀୟ ଟିମର ୱିକେଟକିପର୍ ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂହ ଧୋନି ଆଜି ୩୮ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଧୋନିଙ୍କୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିଛି।

ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଧୋନିଙ୍କୁ ଶୁଭେଚ୍ଛା ଜଣାଇ କହିଛି ଯେ, ଚାରି ବିଶ୍ୱକପ୍, ଚାରି ଭିନ୍ନ ଲୁକ୍, କେଉଁଟା ଆପଣଙ୍କୁ ଅଧିକ ପସନ୍ଦ?, ଜନ୍ମଦିନର ଶୁଭେଚ୍ଛା।

ସେହିପରି ଆଇସିସି ଟ୍ୱିଟ୍ କରି କହିଛି, ଧୋନି ଏଭଳି ଜଣେ ବ୍ୟକ୍ତିତ୍ୱ, ଯିଏ କୋଟି କୋଟି ଲୋକଙ୍କୁ ପ୍ରେରଣା ଯୋଗାଇଛନ୍ତି। ଆଇସିସି ଏହି ଭିଡିଓରେ ଧୋନିଙ୍କ ଅଲଗା ୱିନିଂ ମୁମେଣ୍ଟ ଏବଂ ହିଟିଂ ମୁମେଣ୍ଟ ଦର୍ଶାଇଛି। ଏହାସହ ଧୋନିଙ୍କ ବିଭିନ୍ନ ପୋଜ୍ ଥିବା ଫଟୋ ମଧ୍ୟ ସୋଶାଲ ମିଡିଆରେ ପୋଷ୍ଟ କରିଛି।

ସଚିନ ତେନ୍ଦୁଲକର ମଧ୍ୟ ଧୋନିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ସଚିନ କହିଛନ୍ତି, ଆପଣଙ୍କ ଆଗାମୀ ଦିନ ସଫଳ ହେଉ। ଏହାବ୍ୟତୀତ ପରବର୍ତ୍ତୀ ଦୁଇଟି ମ୍ୟାଚ୍ ପାଇଁ ଆପଣଙ୍କୁ ଶୁଭକାମନା ଜଣାଉଛି।

ପୂର୍ବତନ ଭାରତୀୟ ଓପ୍ନର୍ ବୀରେନ୍ଦ୍ର ସେହ୍ୱାଗ ଭିନ୍ନ ଢ଼ଙ୍ଗରେ ଧୋନିଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ବିଶ୍ୱରେ ୭ଟି ଉପମହାଦେଶ, ସପ୍ତାହରେ ୭ ଦିନ, ଇନ୍ଦ୍ରଧନୁରେ ସାତ ରଙ୍ଗ, ସଙ୍ଗୀତରେ ସାତ ସୁର, ମଣିଷ ଶରୀରରେ ଥିବା ସାତ ଚକ୍ର, ବିବାହରେ ୭ ଘେରା, ବିଶ୍ୱରେ ୭ ଆଶ୍ଚର୍ଯ୍ୟ ଏବଂ ସପ୍ତମ ମାସର ସପ୍ତମ ଦିନ, କ୍ରିକେଟ୍ ଦୁନିଆର ଅଦ୍ଭୁତ ଆଶ୍ଚର୍ଯ୍ୟଙ୍କୁ ଜନ୍ମଦିନର ଶୁଭେଚ୍ଛା। ଭଗବାନ୍ ଆପଣଙ୍କ ମଙ୍ଗଳ କରନ୍ତୁ।

ସେହିପରି ପୂର୍ବତନ ସାଥୀ ଖେଳାଳି ମହମ୍ମଦ କୈଫ୍, ହରଭଜନ ସିଂହ, ରିଷଭ ପନ୍ତ, କେଦାର ଯାଦବ, ରବିଚନ୍ଦ୍ରନ୍ ଅଶ୍ୱିନ୍, ଭିଭିଏସ୍ ଲକ୍ଷ୍ମଣ, ଶିଖର ଧୱନ୍, ଋଦ୍ଧିମାନ ସାହା, ପ୍ରଜ୍ଞାନ୍ ଓଝା, ଆରପି ସିଂହ, ଶ୍ରୀଲଙ୍କାର ରସେଲ୍ ଆର୍ନୋଲ୍ଡ ଧୋନିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos