ବିଶ୍ୱକପରେ ଏହି ୫ ଅଲରାଉଣ୍ଡର ଦେଖାଇବେ ଦମ୍

ନୂଆଦିଲ୍ଲୀ: କ୍ରିକେଟରେ ଅଲରାଉଣ୍ଡରଙ୍କ ଭୂମିକା ସର୍ବଦା ମହତ୍ତ୍ୱପୂର୍ଣ୍ଣ ରହିଥାଏ। ଏହି ଅଲରାଉଣ୍ଡରଙ୍କ ଦମରେ ଗୋଟିଏ ଟିମ୍ ବିଜୟର ଶିଖର ଛୁଇଁଥାଏ । ଇଂଲଣ୍ଡରେ ହେବାକୁଥିବା ବିଶ୍ୱକପରେ କିଛି ଅଲରାଉଣ୍ଡର ନିଜର ଦମ୍ ଦେଖାଇବାକୁ ପ୍ରସ୍ତୁତ। ନିକଟରେ ଶେଷ ହୋଇଥିବା ଆଇପିଏଲରେ ଅଲରାଉଣ୍ଡରଙ୍କ ପ୍ରଦର୍ଶନ ଗୁରୁତ୍ୱପୂର୍ଣ୍ଣ ରହିଥିଲା। ତେଣୁ ବିଶ୍ୱକପରେ କେଉଁ ଅଲରାଉଣ୍ଡରଙ୍କ ଉପରେ ଫୋକସ୍ ରହିବ, ଆସନ୍ତୁ ଜାଣିବା। ହାର୍ଦ୍ଦିକ ପାଣ୍ଡ୍ୟା: ଆଇସିସିର ସର୍ବଶ୍ରେଷ୍ଠ ର୍ୟା ଙ୍କିଙ୍ଗରେ ହାର୍ଦ୍ଦିକ ପାଣ୍ଡ୍ୟା ୨୧୬ ରେଟିଂ ସହ ଏହି ତାଲିକାରେ […]

allrounder

allrounder

Hemant Lenka
  • Published: Thursday, 23 May 2019
  • Updated: 23 May 2019, 06:58 PM IST

Sports

Latest News

ନୂଆଦିଲ୍ଲୀ: କ୍ରିକେଟରେ ଅଲରାଉଣ୍ଡରଙ୍କ ଭୂମିକା ସର୍ବଦା ମହତ୍ତ୍ୱପୂର୍ଣ୍ଣ ରହିଥାଏ। ଏହି ଅଲରାଉଣ୍ଡରଙ୍କ ଦମରେ ଗୋଟିଏ ଟିମ୍ ବିଜୟର ଶିଖର ଛୁଇଁଥାଏ । ଇଂଲଣ୍ଡରେ ହେବାକୁଥିବା ବିଶ୍ୱକପରେ କିଛି ଅଲରାଉଣ୍ଡର ନିଜର ଦମ୍ ଦେଖାଇବାକୁ ପ୍ରସ୍ତୁତ। ନିକଟରେ ଶେଷ ହୋଇଥିବା ଆଇପିଏଲରେ ଅଲରାଉଣ୍ଡରଙ୍କ ପ୍ରଦର୍ଶନ ଗୁରୁତ୍ୱପୂର୍ଣ୍ଣ ରହିଥିଲା। ତେଣୁ ବିଶ୍ୱକପରେ କେଉଁ ଅଲରାଉଣ୍ଡରଙ୍କ ଉପରେ ଫୋକସ୍ ରହିବ, ଆସନ୍ତୁ ଜାଣିବା।

ହାର୍ଦ୍ଦିକ ପାଣ୍ଡ୍ୟା: ଆଇସିସିର ସର୍ବଶ୍ରେଷ୍ଠ ର୍ୟା ଙ୍କିଙ୍ଗରେ ହାର୍ଦ୍ଦିକ ପାଣ୍ଡ୍ୟା ୨୧୬ ରେଟିଂ ସହ ଏହି ତାଲିକାରେ ଅଛନ୍ତି। ଘରୋଇ କ୍ରିକେଟରେ ବରୋଦା ଓ ଆଇପିଏଲରେ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳନ୍ତି। ଏଥର ଆଇପିଏଲରେ ନିଜର ଦମଦାର ଇନିଂସ୍ ବଳରେ ହାର୍ଦ୍ଦିକ ବୋଲରଙ୍କୁ ନିର୍ମମ ପ୍ରହାର କରିଥିଲେ। ଆଇପିଏଲରେ ଏହି ପ୍ରଦର୍ଶନ ଦ୍ୱାରା ପାଣ୍ଡ୍ୟା ବିଶ୍ୱକପରେ ନିଜ ସ୍ଥାନ ପକ୍କା କରିଛନ୍ତି। ୨୦୧୫ରେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ମୁକାବିଲାରେ ଦିନିକିଆ କ୍ୟାରିୟର ଆରମ୍ଭ କରିଥିବା ହାର୍ଦ୍ଦିକ ଏପର୍ଯ୍ୟନ୍ତ ୪୫ ମ୍ୟାଚ୍ ଖେଳି ୭୩୧ ରନ୍ କରିଛନ୍ତି। ଏଥିରେ ସେ ୪ ଅର୍ଦ୍ଧଶତକ ମାରିଛନ୍ତି ଏବଂ ତାଙ୍କର ସର୍ବାଧିକ ସ୍କୋର ୮୩ ରନ୍ ରହିଛି। ଏହାଛଡ଼ା ହାର୍ଦ୍ଦିକ ୪୪ ୱିକେଟ୍ ନେଇଛନ୍ତି, ଯେଉଁଥିରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ୩୧ ରନରେ ୩ ୱିକେଟ୍ ରହିଛି। ପୂର୍ବ ତୁଳନାରେ ବର୍ତ୍ତମାନ ହାର୍ଦ୍ଦିକ ଅଧିକ ଆକ୍ରମଣାତ୍ମକ ଓ ଭରସାଯୋଗ୍ୟ ଖେଳାଳି ହୋଇପାରିଛନ୍ତି। ତେଣୁ ଏହି ଖେଳାଳି ବିଶ୍ୱକପରେ ଭାରତ ପାଇଁ ଟ୍ରମ୍ପକାର୍ଡ ସାବ୍ୟସ୍ତ ହୋଇପାରନ୍ତି।

ଆନ୍ଦ୍ରେ ରସେଲ୍: ୱେଷ୍ଟଇଣ୍ଡିଜର ଏହି ବିସ୍ଫୋରକ ଅଲରାଉଣ୍ଡର ଶ୍ରେଣୀରେ ରସେଲଙ୍କୁ ସବୁଠାରୁ ଉପରେ ରଖାଯାଇଛି। ଆଇସିସି ତା'ର ସର୍ବଶ୍ରେଷ୍ଠ ଅଲରାଉଣ୍ଡର ତାଲିକାରେ ରସେଲଙ୍କୁ ୧୩୫ ରେଟିଂ ଦେଇଛି। ୨୦୧୧ରେ ଆୟର୍ଲ୍ୟାଣ୍ଡ୍ ବିପକ୍ଷରେ ଦିନିକିଆ କ୍ୟାରିୟର ଆରମ୍ଭ କରିଥିବା ରସେଲ୍ ଏପର୍ଯ୍ୟନ୍ତ ୫୨ ମ୍ୟାଚ୍ ଖେଳି ୯୯୮ ରନ୍ କରିଛନ୍ତି। ନିଜର ଏହି ଛୋଟିଆ କ୍ୟାରିୟରରେ ସେ ୪ ଅର୍ଦ୍ଧଶତକ ମାରିଛନ୍ତି, ଯେଉଁଥିରେ ତାଙ୍କର ସର୍ବାଧିକ ସ୍କୋର ୯୨ ରନ୍ ରହିଛି। ବୋଲିଂରେ ମଧ୍ୟ ଏହି ଖେଳାଳି ଏପର୍ଯ୍ୟନ୍ତ ୫୬ ୱିକେଟ୍ ନେଇସାରିଛନ୍ତି। ନିକଟରେ ଶେଷ ହୋଇଥିବା ଆଇପିଏଲରେ ରସେଲଙ୍କ ପ୍ରଦର୍ଶନ ଅତ୍ୟନ୍ତ ପ୍ରଶଂସନୀୟ ରହିଥିଲା। ସେ ନିଜର ଆକ୍ରମଣାତ୍ମକ ବ୍ୟାଟିଂ ଦ୍ୱାରା ବୋଲରଙ୍କ ନିଦ ହଜାଇ ଦେଇଥିଲେ। ତେଣୁ ବିଶ୍ୱକପରେ ସେ ୱିଣ୍ଡିଜ୍ ପାଇଁ ନିର୍ଣ୍ଣାୟକ ଖେଳାଳି ସାବ୍ୟସ୍ତ ହୋଇପାରନ୍ତି।

ସାକିବ୍ ଅଲ୍ ହାସନ: ବାଂଲାଦେଶ ଟିମର ନଂ-୧ ଅଲରାଉଣ୍ଡର ସାକିବ୍ ଅଲ୍ ହାସନ୍ ବ୍ୟାଟିଂ ଓ ବୋଲିଂରେ କରିସ୍ମା କରିବାରେ ମାହିର୍। ଆଇସିସିର ଅଲରାଉଣ୍ଡର ଖେଳାଳି ତାଲିକାରେ ସାକିବ୍ ୩୪୧ ରେଟିଂ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ପ୍ରଥମ ସ୍ଥାନରେ ରଶିଦ୍ ଖାନ୍ ଅଛନ୍ତି। ବାମହାତୀ ସ୍ପିନ୍ ବୋଲିଂ କରୁଥିବା ସାକିବ୍ ୨୦୦୬ରେ ଜିମ୍ବାୱେ ବିପକ୍ଷରେ ନିଜର ଦିନିକିଆ କ୍ୟାରିୟର ଶୁଭାରମ୍ଭ କରିଥିଲେ। ଦିନିକିଆରେ ସେ ଏପର୍ଯ୍ୟନ୍ତ ବାଂଲାଦେଶ ପକ୍ଷରୁ ୧୯୮ ମ୍ୟାଚ୍ ଖେଳି ୫୭୧୭ ରନ୍ କରିଛନ୍ତି, ଯେଉଁଥିରେ ୭ ଶତକ ଓ ୪୨ ଅର୍ଦ୍ଧଶତକ ସାମିଲ୍ ଅଛି। ସାକିବଙ୍କ ସର୍ବାଧିକ ସ୍କୋର ୧୩୪ ରନ୍। ବୋଲିଂରେ ସାକିବ୍ ଏପର୍ଯ୍ୟନ୍ତ ୨୪୯ ୱିକେଟ୍ ହାସଲ କରିଛନ୍ତି। ଏହି ଅଲରାଉଣ୍ଡର ବିଶ୍ୱରେ ସବୁଠାରୁ ବିପଜ୍ଜନକ ଖେଳାଳିଙ୍କ ଶ୍ରେଣୀରେ ସାମିଲ୍ ହୋଇଛନ୍ତି। ବିଶ୍ୱକପରେ ସାକିବଙ୍କଠାରୁ ବାଂଲାଦେଶ ବହୁତ କିଛି ଆଶା ବାନ୍ଧି ରହିଛି।

ବେନ୍ ଷ୍ଟୋକ୍ସ: ଇଂଲଣ୍ଡ ଟିମର ଏହି ଅଲରାଉଣ୍ଡର କ୍ରିକେଟ୍ ଜଗତର ଘାତକ ଖେଳାଳି ଭାବେ ପରିଚିତ। ଆଇସିସି ଟପ୍ ଅଲରାଉଣ୍ଡର ତାଲିକାରେ ଷ୍ଟୋକ୍ସ ୨୫୩ ରେଟିଂ ପଏଣ୍ଟ ହାସଲ କରିଛନ୍ତି। ୨୦୧୧ରେ ଆୟର୍ଲ୍ୟାଣ୍ଡ ବିପକ୍ଷ ଦିନିକିଆ ଡେବ୍ୟୁ କରିଥିବା ଷ୍ଟୋକ୍ସ ଏପର୍ଯ୍ୟନ୍ତ ୮୩ ମ୍ୟାଚରେ ୨୧୯୬ ରନ୍ କରିଛନ୍ତି। ଦିନିକିଆରେ ସେ ୧୫ ଅର୍ଦ୍ଧଶତକ ଓ ୩ ଶତକ ମାରିଛନ୍ତ, ଯେଉଁଥିରେ ତାଙ୍କର ସର୍ବାଧିକ ସ୍କୋର ୧୦୨ ରନ୍ ରହିଛି। ବୋଲିଂରେ ସେ ଏପର୍ଯ୍ୟନ୍ତ ମୋଟ ୬୩ ୱିକେଟ୍ ହାସଲ କରିଛନ୍ତି। ଏଥର ବିଶ୍ୱକପରେ ଏହି ଖେଳାଳିଙ୍କ ବିସ୍ଫୋରକ ପ୍ରଦର୍ଶନକୁ ଦେଖିବା ପାଇଁ ଦର୍ଶକ ଅପେକ୍ଷାରେ ଅଛନ୍ତି।

ମାର୍କସ୍ ଷ୍ଟୋଇନିସ୍: ଅଷ୍ଟ୍ରେଲିଆର ଏହି ଅଲରାଉଣ୍ଡର ବିଶ୍ୱକପରେ ସବୁ ଦଳ ପାଇଁ ବିପଜ୍ଜନକ ହୋଇପାରନ୍ତି। ନିକଟରେ ଭାରତର ଅଷ୍ଟ୍ରେଲିଆ ଗସ୍ତରେ ବିରାଟ କୋହଲିଙ୍କ ପାଇଁ ଏହି ବଡ଼ ବିପଦ ସାବ୍ୟସ୍ତ ହୋଇଥିଲେ। ଷ୍ଟୋଇନିସ୍ ବ୍ୟାଟିଂ ବ୍ୟତୀତ ବୋଲିଂରେ ମଧ୍ୟ କମାଲ୍ କରନ୍ତି। କିନ୍ତୁ, ନିକଟରେ ଶେଷ ହୋଇଥିବା ଆଇପିଏଲରେ ତାଙ୍କ ପ୍ରଦର୍ଶନ ସେତେଟା ଉତ୍ସାହଜନକ ନଥିଲା। ତେବେ ଜାତୀୟ ଦଳ ପାଇଁ ସେ ନିର୍ଣ୍ଣାୟକ ଭୂମିକା ବହନ କରିଆସିଛନ୍ତି। ଷ୍ଟୋକ୍ସ ଏପର୍ଯ୍ୟନ୍ତ ୩୩ ଦିନିକିଆ ଖେଳି ୯୬୩ ରନ୍ କରିଛନ୍ତି, ଯେଉଁଥିରେ ଗୋଟିଏ ଶତକ ଓ ୬ ଅର୍ଦ୍ଧଶତକ ସାମିଲ୍ ଅଛି। ସେହିପରି ବୋଲିଂରେ ସେ ୬ ୱିକେଟ୍ ନେବାରେ ସଫଳ ହୋଇଛନ୍ତି। ବିଶ୍ୱକପରେ ଯଦି ସେ ପର୍ଯ୍ୟାପ୍ତ ସୁଯୋଗ ପାଆନ୍ତି, ତାହେଲେ ନିଶ୍ଚିତ ସଫଳ ହେବେ ବୋଲି କ୍ରିକେଟ୍ ବିଶେଷଜ୍ଞମାନେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos