ରବିବାର ଇଂଲଣ୍ଡ ଛାଡ଼ିବ ଟିମ୍ ଇଣ୍ଡିଆ

ଲଣ୍ଡନ: ବିଶ୍ୱକପ୍ ସେମିଫାଇନାଲରେ ହାରି ବିଦାୟ ନେଇଥିବା ଭାରତୀୟ କ୍ରିକେଟ୍ ଟିମ୍ ରବିବାର ସ୍ୱଦେଶ ଫେରିବ। ବର୍ଷା ବାଧାପ୍ରାପ୍ତ ସେମିଫାଇନାଲରେ ଭାରତ ୧୮ ରନରେ ନ୍ୟୁଜିଲ୍ୟାଣ୍ଡଠାରୁ ହାରିଥିଲା। ଏହା ପରେ ଭାରତକୁ ସ୍ୱଦେଶ ଫେରିବା ପାଇଁ ଟିକେଟ୍ ମିଳିନଥିଲା, ଯେଉଁକାରଣରୁ ବର୍ତ୍ତମାନ ସେମାନେ ଆସିପାରିନାହାନ୍ତି। କିନ୍ତୁ ସେମାନଙ୍କ ଆସିବା ବନ୍ଦୋବସ୍ତ ଏବେ ହୋଇସାରିଛି। ଏ ନେଇ ବିସିସିଆଇ ପକ୍ଷରୁ କୁହାଯାଇଛି ଯେ, ସବୁ ଖେଳାଳି ଅଲଗା ଅଲଗା ସ୍ଥାନରେ ଅଛନ୍ତି ଏବଂ ୧୪ ତାରିଖରେ ଲଣ୍ଡନରୁ ଏକାସାଥିରେ […]

vi

vi

Hemant Lenka
  • Published: Friday, 12 July 2019
  • Updated: 12 July 2019, 05:43 PM IST

Sports

Latest News

ଲଣ୍ଡନ: ବିଶ୍ୱକପ୍ ସେମିଫାଇନାଲରେ ହାରି ବିଦାୟ ନେଇଥିବା ଭାରତୀୟ କ୍ରିକେଟ୍ ଟିମ୍ ରବିବାର ସ୍ୱଦେଶ ଫେରିବ। ବର୍ଷା ବାଧାପ୍ରାପ୍ତ ସେମିଫାଇନାଲରେ ଭାରତ ୧୮ ରନରେ ନ୍ୟୁଜିଲ୍ୟାଣ୍ଡଠାରୁ ହାରିଥିଲା।

ଏହା ପରେ ଭାରତକୁ ସ୍ୱଦେଶ ଫେରିବା ପାଇଁ ଟିକେଟ୍ ମିଳିନଥିଲା, ଯେଉଁକାରଣରୁ ବର୍ତ୍ତମାନ ସେମାନେ ଆସିପାରିନାହାନ୍ତି। କିନ୍ତୁ ସେମାନଙ୍କ ଆସିବା ବନ୍ଦୋବସ୍ତ ଏବେ ହୋଇସାରିଛି।

ଏ ନେଇ ବିସିସିଆଇ ପକ୍ଷରୁ କୁହାଯାଇଛି ଯେ, ସବୁ ଖେଳାଳି ଅଲଗା ଅଲଗା ସ୍ଥାନରେ ଅଛନ୍ତି ଏବଂ ୧୪ ତାରିଖରେ ଲଣ୍ଡନରୁ ଏକାସାଥିରେ ବାହାରିବେ। ସେଠାରୁ ସିଧା ଭାରତୀୟ ଟିମ୍ ମୁମ୍ବାଇରେ ପହଞ୍ଚିବେ। ଭାରତ ଯେଉଁଦିନ ଲଣ୍ଡନରୁ ବାହାରିବ, ସେହିଦିନ ହିଁ ଲର୍ଡ୍ସରେ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ବିଶ୍ୱକପ୍ ଫାଇନାଲ୍ ଖେଳାଯିବ।

ଏହା ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ, ଇଂଲଣ୍ଡରେ ସାତ ସପ୍ତାହ ସମୟ ବିତାଇବା ପରେ କିଛି ଖେଳାଳି ବ୍ରେକ୍ ନେବେ। ବର୍ତ୍ତମାନ ସମସ୍ତଙ୍କ ନଜର ମହେନ୍ଦ୍ର ସିଂହ ଧୋନିଙ୍କ ଉପରେ ରହିଛି, ଯିଏ ନିଜର ଭବିଷ୍ୟତକୁ ନେଇ ଘୋଷଣା କରିପାରନ୍ତି। ମୁମ୍ବାଇରେ ପହଞ୍ଚିବା ପରେ ଧୋନି ସିଧା ରାଞ୍ଚି ଯିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos