ପାକିସ୍ତାନକୁ ସମର୍ଥନ କଲେ ଭାରତୀୟ ପ୍ରଶଂସକ

ଲର୍ଡ୍ସ: ଭାରତ ଓ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ମଧ୍ୟରେ ଖେଳ ମଇଦାନରେ ଯେତେବେଳେ କୌଣସି ମୁକାବିଲା ହୋଇଥାଏ, ସେହି ସମୟରେ ଦୁଇ ଦେଶର ପ୍ରଶଂସକଙ୍କ ମଧ୍ୟରେ ଏକ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖିବାକୁ ମିଳିଥାଏ। ପ୍ରଶଂସକ ଗ୍ରାଉଣ୍ଡ ଭିତରେ ସାମ୍ନାସାମ୍ନି ନିଜ ନିଜର ଦେଶକୁ ସମର୍ଥନ କରନ୍ତି, କିନ୍ତୁ ଦକ୍ଷିଣ ଆଫ୍ରିକା ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ପାକିସ୍ତାନକୁ ଭାରତର ସହଯୋଗ ମିଳିଥିଲା। ଐତିହାସିକ ଲର୍ଡ୍ସ ମଇଦାନରେ ପାକିସ୍ତାନ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା। ଭାରତଠାରୁ ମିଳିଥିବା ପରାଜୟ ପରେ ପାକିସ୍ତାନ […]

india fan

india fan

Hemant Lenka
  • Published: Monday, 24 June 2019
  • Updated: 24 June 2019, 04:12 PM IST

Sports

Latest News

ଲର୍ଡ୍ସ: ଭାରତ ଓ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ମଧ୍ୟରେ ଖେଳ ମଇଦାନରେ ଯେତେବେଳେ କୌଣସି ମୁକାବିଲା ହୋଇଥାଏ, ସେହି ସମୟରେ ଦୁଇ ଦେଶର ପ୍ରଶଂସକଙ୍କ ମଧ୍ୟରେ ଏକ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖିବାକୁ ମିଳିଥାଏ। ପ୍ରଶଂସକ ଗ୍ରାଉଣ୍ଡ ଭିତରେ ସାମ୍ନାସାମ୍ନି ନିଜ ନିଜର ଦେଶକୁ ସମର୍ଥନ କରନ୍ତି, କିନ୍ତୁ ଦକ୍ଷିଣ ଆଫ୍ରିକା ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ପାକିସ୍ତାନକୁ ଭାରତର ସହଯୋଗ ମିଳିଥିଲା।

ଐତିହାସିକ ଲର୍ଡ୍ସ ମଇଦାନରେ ପାକିସ୍ତାନ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା। ଭାରତଠାରୁ ମିଳିଥିବା ପରାଜୟ ପରେ ପାକିସ୍ତାନ ଫ୍ୟାନ୍ ଅତ୍ୟଧିକ ରାଗି ଯାଇଥିଲେ। କିନ୍ତୁ ରବିବାର ବିଜୟ ପରେ କିଛି ପ୍ରଶଂସକଙ୍କୁ କ୍ୟାପଟେନ୍ ସର୍ଫରାଜ ଅହମ୍ମଦଙ୍କ ସହ ଫଟୋ ଉଠାଉଥିବା ଦେଖିବାକୁ ମିଳିଥିଲା। ସେ କିଛି ପ୍ରଶଂସକଙ୍କୁ ଅଟୋଗ୍ରାଫ୍ ମଧ୍ୟ ଦେଇଥିଲେ।

କ୍ରିକେଟ୍ ବିଶ୍ୱକପର ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡଲରେ କିଛି ଫଟୋ ଶେୟାର କରାଯାଇଛି। ଏଥିରେ ଏକ ଫଟୋରେ ଭାରତୀୟ ପ୍ରଶଂସକ ପୋଷ୍ଟର ଧରି ଛିଡ଼ା ହୋଇଥିଲେ, ଯେଉଁଥିରେ ଲେଖାଥିଲା ପଡୋଶୀକୁ ସମର୍ଥନ, କମ୍ ଅନ୍ ପାକିସ୍ତାନ। ଏଥିରେ ଦୁଇ ପାକିସ୍ତାନୀ ଫ୍ୟାନଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା।

ଏହି ଫଟୋରେ କିଛି ଲୋକେ ଖେଳଭାବନା ଦେଖାଇଥିବା କଥା କହିଛନ୍ତି। ଅନ୍ୟଏକ ଫଟୋରେ ପାକିସ୍ତାନ ଓ ଭାରତର ଜର୍ସି ପିନ୍ଧିଥିବା ଦୁଇଜଣ ଯୁବକ ପାକିସ୍ତାନ ଧ୍ୱଜା ଧରି ଷ୍ଟାଡିୟମରେ ଛିଡ଼ା ହୋଇଥିଲେ।

ମ୍ୟାଞ୍ଚେଷ୍ଟରରେ ଜୁନ୍ ୧୬ ତାରିଖରେ ଖେଳାଯାଇଥିବା ବିଶ୍ୱକପ୍ ମୁକାବିଲାରେ ଭାରତ ପାକିସ୍ତାନକୁ ହରାଇଥିଲା, ଯାହା ପରେ କ୍ରିକେଟ୍ ପ୍ରଶଂସକ ମଧ୍ୟ ସୋଶାଲ ମିଡିଆରେ ନିଜର ବିଚାର ବ୍ୟକ୍ତ କରିଥିଲେ। ଏବେ ବିଜୟ ପରେ ଅଧିନାୟକ ସର୍ଫରାଜଙ୍କୁ ପ୍ରଶଂସକଙ୍କ ଭରପୂର ସମର୍ଥନ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos