ଭାରତ ପରାଜୟରେ ପାକିସ୍ତାନର ଏହି କ୍ରିକେଟର୍ ଦୁଃଖୀ

ନୂଆଦିଲ୍ଲୀ: ବିଶ୍ୱକପରେ ଇଂଲଣ୍ଡଠାରୁ ଟିମ୍ ଇଣ୍ଡିଆର ପରାଜୟରେ କେବଳ ଭାରତୀୟ ପ୍ରଶଂସକ ନୁହଁନ୍ତି ବରଂ ପାକିସ୍ତାନ ପ୍ରଶଂସକ ମଧ୍ୟ ବହୁତ ନିରାଶ ହୋଇଛନ୍ତି। ପାକିସ୍ତାନର ପୂର୍ବତନ ପେସ୍ ବୋଲର ଶୋଏବ ଅଖତରଙ୍କ ମତରେ ଭାରତୀୟ ଟିମ୍ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପ୍ରୟାସ କରିଥିଲା। ଅଖତର ନିଜର ୟୁଟ୍ୟୁବ୍ ଚ୍ୟାନେଲରେ କହିଛନ୍ତି, ପ୍ରଥମଥର ପାଇଁ ପାକିସ୍ତାନୀ ପ୍ରଶଂସକ ମଧ୍ୟ ଇଂଲଣ୍ଡ ବିପକ୍ଷରେ ଭାରତର ବିଜୟ ପାଇଁ ପ୍ରାର୍ଥନା କରୁଥିଲେ। ତେବେ ଏଭଳି ଲାଗିଲା […]

akhtar

akhtar

Hemant Lenka
  • Published: Monday, 01 July 2019
  • Updated: 01 July 2019, 09:48 PM IST

Sports

Latest News

ନୂଆଦିଲ୍ଲୀ: ବିଶ୍ୱକପରେ ଇଂଲଣ୍ଡଠାରୁ ଟିମ୍ ଇଣ୍ଡିଆର ପରାଜୟରେ କେବଳ ଭାରତୀୟ ପ୍ରଶଂସକ ନୁହଁନ୍ତି ବରଂ ପାକିସ୍ତାନ ପ୍ରଶଂସକ ମଧ୍ୟ ବହୁତ ନିରାଶ ହୋଇଛନ୍ତି। ପାକିସ୍ତାନର ପୂର୍ବତନ ପେସ୍ ବୋଲର ଶୋଏବ ଅଖତରଙ୍କ ମତରେ ଭାରତୀୟ ଟିମ୍ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପ୍ରୟାସ କରିଥିଲା।

ଅଖତର ନିଜର ୟୁଟ୍ୟୁବ୍ ଚ୍ୟାନେଲରେ କହିଛନ୍ତି, ପ୍ରଥମଥର ପାଇଁ ପାକିସ୍ତାନୀ ପ୍ରଶଂସକ ମଧ୍ୟ ଇଂଲଣ୍ଡ ବିପକ୍ଷରେ ଭାରତର ବିଜୟ ପାଇଁ ପ୍ରାର୍ଥନା କରୁଥିଲେ। ତେବେ ଏଭଳି ଲାଗିଲା ଯେପରି ସେମାନଙ୍କ ପ୍ରାର୍ଥନା ଭାରତ ପର୍ଯ୍ୟନ୍ତ ପହଞ୍ଚିପାରିଲା ନାହିଁ ଏବଂ ସେମାନେ ମ୍ୟାଚ୍ ହାରିଗଲେ। ବିଭାଜିତ ହେବା ପରେ ପ୍ରଥମଥର ଆମେ ଭାରତର ସମର୍ଥନ କରୁଥିଲୁ। ମୋର ପୂରା ବିଶ୍ୱାସ ଯେ, ଭାରତ ମ୍ୟାଚ୍ ଜିତିବା ପାଇଁ ପ୍ରୟାସ କରିଥିଲା, କିନ୍ତୁ ସେମାନଙ୍କ ଏହି ପ୍ରୟାସ ପାକିସ୍ତାନର ସହାୟତା କରିପାରିଲା ନାହିଁ। ଏବେ ଆମକୁ କେବଳ ଆଶାରେ ହିଁ ରହିବାକୁ ପଡ଼ିବ।

ଭାରତ ଯଦି ଇଂଲଣ୍ଡକୁ ହରାଇଥାନ୍ତା, ତାହେଲେ ପାକିସ୍ତାନ ପାଇଁ ସେମିଫାଇନାଲ୍ ବାଟ ସହଜ ହୋଇଥାନ୍ତା। କିନ୍ତୁ ଏବେ ପାକିସ୍ତାନକୁ ସେମିଫାଇନାଲରେ ପହଞ୍ଚିବା ପାଇଁ ବାଂଲାଦେଶ ବିପକ୍ଷ ତା'ର ଶେଷ ଲିଗ୍ ମ୍ୟାଚରେ ନିଶ୍ଚିତ ଜିତିବାକୁ ପଡ଼ିବ। ଏହାଛଡ଼ା ଅନ୍ୟ ଟିମର ମ୍ୟାଚର ଫଳାଫଳ ଉପରେ ମଧ୍ୟ ନିର୍ଭର କରିବାକୁ ପଡ଼ିବ।

ପୂର୍ବତନ ପେସ୍ ବୋଲର ଆହୁରି କହିଛନ୍ତି, ଇଂଲଣ୍ଡ ବ୍ୟାଟ୍ସମ୍ୟାନମାନେ ପରିସ୍ଥିତିର ସମ୍ପୂର୍ଣ୍ଣ ବ୍ୟବହାର କରିଥିଲେ ଏବଂ ଭାରତୀୟ ବୋଲରଙ୍କ ଦୁର୍ବଳତା ଖୋଜି ବାହାର କରିଥିଲେ। ଜନ୍ନି ବେୟାରଷ୍ଟୋ ଓ ଜେସନ୍ ରୟ ତଥା ଅନ୍ୟ ଇଂଲିଶ ବ୍ୟାଟ୍ସମ୍ୟାନ୍ ଭାରତୀୟ ବୋଲରଙ୍କୁ ଉଚିତ୍ ମୁକାବିଲା କରିଥିଲେ। ମୋ ମତରେ ଯଦି ଲକ୍ଷ୍ୟ ୩୦୦ ରନ୍ ହୋଇଥାନ୍ତା, ତାହେଲେ ଭାରତ ଏହାକୁ ହାସଲ କରିପାରିଥାନ୍ତା। କିନ୍ତୁ ଏହା ହୋଇନଥିଲା ଏବଂ ଆମକୁ ନିରାଶ ହେବାକୁ ପଡ଼ିଛି ବୋଲି ଅଖତର କହିଛନ୍ତି।

ଗୋଟିଏ ପଟେ ଅଖତର ଭାରତକୁ ସମର୍ଥନ କରିଥିବା ବେଳେ ଅନ୍ୟପଟେ ପାକିସ୍ତାନର ପୂର୍ବତନ ପେସ୍ ବୋଲର ୱାକର ୟୁନିସ୍ ଭାରତକୁ ସମାଲୋଚନା କରିଛନ୍ତି। ଏହାଛଡ଼ା ପାକିସ୍ତାନୀ ପ୍ରଶଂସକ ମଧ୍ୟ ଭାରତର ପରାଜୟକୁ ସମାଲୋଚନା କରିଛନ୍ତି। ପାକିସ୍ତାନୀ ପ୍ରଶଂସକଙ୍କ ମତରେ ଭାରତ ଜାଣିଶୁଣି ଇଂଲଣ୍ଡ ନିକଟରୁ ପରାସ୍ତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos