ବିଶ୍ୱକପ୍ ସେମିଫାଇନାଲିଷ୍ଟ୍ ଚୂଡ଼ାନ୍ତ, ପାକିସ୍ତାନ ଆଉଟ୍

ଲଣ୍ଡନ: ଚଳିତ ଆଇସିସି ବିଶ୍ୱକପ୍ ସେମିଫାଇନାଲିଷ୍ଟ ଚୂଡ଼ାନ୍ତ ହୋଇଛି। ଅଷ୍ଟ୍ରେଲିଆ, ଭାରତ, ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ୍ ସେମିଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। ତେବେ ପାକିସ୍ତାନର ବିଶ୍ୱକପ୍ ସେମିଫାଇନାଲ୍ ଆଶା ଧୂଳିସାତ୍ ହୋଇଯାଇଛି। ଯଦି ପାକିସ୍ତାନ ବାଂଲାଦେଶକୁ ୮ ରନ୍ ଭିତରେ ଅଲଆଉଟ୍ କରିଥାନ୍ତା, ତାହେଲେ ବିଶ୍ୱକପ୍ ସେମିଫାଇନାଲରେ ପହଞ୍ଚିଥାନ୍ତା। ଏଭଳି ଅସମ୍ଭବକୁ ସମ୍ଭବ କରିବା କୌଣସି ଟିମ୍ ପକ୍ଷେ କଷ୍ଟକର। ବାଂଲାଦେଶ ବିପକ୍ଷ ମ୍ୟାଚରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ […]

PAKISTAN

PAKISTAN

Hemant Lenka
  • Published: Friday, 05 July 2019
  • Updated: 05 July 2019, 08:33 PM IST

Sports

Latest News

ଲଣ୍ଡନ: ଚଳିତ ଆଇସିସି ବିଶ୍ୱକପ୍ ସେମିଫାଇନାଲିଷ୍ଟ ଚୂଡ଼ାନ୍ତ ହୋଇଛି। ଅଷ୍ଟ୍ରେଲିଆ, ଭାରତ, ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ୍ ସେମିଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। ତେବେ ପାକିସ୍ତାନର ବିଶ୍ୱକପ୍ ସେମିଫାଇନାଲ୍ ଆଶା ଧୂଳିସାତ୍ ହୋଇଯାଇଛି। ଯଦି ପାକିସ୍ତାନ ବାଂଲାଦେଶକୁ ୮ ରନ୍ ଭିତରେ ଅଲଆଉଟ୍ କରିଥାନ୍ତା, ତାହେଲେ ବିଶ୍ୱକପ୍ ସେମିଫାଇନାଲରେ ପହଞ୍ଚିଥାନ୍ତା।

ଏଭଳି ଅସମ୍ଭବକୁ ସମ୍ଭବ କରିବା କୌଣସି ଟିମ୍ ପକ୍ଷେ କଷ୍ଟକର। ବାଂଲାଦେଶ ବିପକ୍ଷ ମ୍ୟାଚରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୩୧୫ ରନ୍ କରିଥିଲା। ତେଣୁ ପାକିସ୍ତାନକୁ ସେମିଫାଇନାଲରେ ପହଞ୍ଚିବା ପାଇଁ ବାଂଲାଦେଶକୁ ୮ ରନ୍ ଭିତରେ ଅଲଆଉଟ୍ କରିବାର ଆବଶ୍ୟକତା ଥିଲା।

ଏହି ମ୍ୟାଚ୍ ପୂର୍ବରୁ ତିନୋଟି ଟିମ୍ ଯଥା ଅଷ୍ଟ୍ରେଲିଆ, ଭାରତ ଓ ଇଂଲଣ୍ଡ ସେମିଫାଇନାଲରେ ସ୍ଥାନ ପକ୍କା କରିସାରିଥିଲେ। ଆଜି ଚତୁର୍ଥ ଦଳ ଭାବେ ନ୍ୟୁଜିଲ୍ୟାଣ୍ଡ୍ ଅନ୍ତିମ-୪ରେ ପହଞ୍ଚିଛି। ଅଷ୍ଟ୍ରେଲିଆ ୮ଟି ମ୍ୟାଚରୁ ୭ ବିଜୟ ଓ ୧ ପରାଜୟ ସହ ୧୪ ପଏଣ୍ଟ ହାସଲ କରି ଶୀର୍ଷରେ ରହିଛି। ଭାରତ ୬ ବିଜୟ ଓ ୧ ପରାଜୟ ସହ ଦ୍ୱିତୀୟରେ ରହିଛି। ଆୟୋଜକ ଇଂଲଣ୍ଡ ୨୭ ବର୍ଷ ପରେ ପ୍ରଥମଥର ବିଶ୍ୱକପ୍ ସେମିଫାଇନାଲରେ ପହଞ୍ଚିଛି। ନ୍ୟୁଜିଲ୍ୟାଣ୍ଡ୍ ୯ ମ୍ୟାଚରୁ ୫ ବିଜୟ ସହ ଚତୁର୍ଥ ସ୍ଥାନରେ ରହିଛି।

ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ୍ ସର୍ବାଧିକ ଅଷ୍ଟମଥର ପାଇଁ ସେମିକୁ ଉନ୍ନୀତ ହୋଇଛନ୍ତି। ତେବେ ଭାରତ ସପ୍ତମଥର ବିଶ୍ୱକପ୍ ସେମିଫାଇନାଲରେ ପହଞ୍ଚିଛି। ନ୍ୟୁଜିଲ୍ୟାଣ୍ଡ ଓ ଇଂଲଣ୍ଡ ଏପର୍ଯ୍ୟନ୍ତ ବିଶ୍ୱକପ୍ ଟାଇଟଲ୍ ଜିତିପାରି ନଥିବା ବେଳେ ଅଷ୍ଟ୍ରେଲିଆ ରେକର୍ଡ ପାଞ୍ଚଥର ଏବଂ ଭାରତ ଦୁଇଥର ବିଜେତା ହୋଇଛି। ତେବେ ଚଳିତ ବିଶ୍ୱକପର ସେମିଫାଇନାଲ୍ ଲାଇନଅପ୍ ଶନିବାର ଚୂଡ଼ାନ୍ତ ହେବ। ଶନିବାର ଭାରତ ଓ ଅଷ୍ଟ୍ରେଲିଆ ନିଜ ନିଜର ଶେଷ ମ୍ୟାଚ୍ ଖେଳିବେ।

ଯଦି ଭାରତ ତା'ର ଶେଷ ମ୍ୟାଚରେ ଶ୍ରୀଲଙ୍କାକୁ ହରାଏ ଏବଂ ଅଷ୍ଟ୍ରେଲିଆ ତା'ର ଶେଷ ମ୍ୟାଚରେ ଦକ୍ଷିଣ ଆଫ୍ରିକା ନିକଟରୁ ହାରିଯାଏ, ତାହେଲେ ଭାରତ ପଏଣ୍ଟ ଟେବୁଲ ଶୀର୍ଷରେ ରହିବ ଏବଂ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ। ଅନ୍ୟଏକ ସେମିରେ ଅଷ୍ଟ୍ରେଲିଆ ଇଂଲଣ୍ଡକୁ ଭେଟିବ। ଯଦି ଅଷ୍ଟ୍ରେଲିଆ ଶୀର୍ଷରେ ଏବଂ ଭାରତ ଦ୍ୱିତୀୟରେ ରୁହେ, ତାହେଲେ ଦୁହେଁ ସେମିଫାଇନାଲରେ ଯଥାକ୍ରମେ ନ୍ୟୁଜିଲ୍ୟାଣ୍ଡ୍ ଓ ଇଂଲଣ୍ଡକୁ ଭେଟିବେ। ପ୍ରଥମ ସେମିଫାଇନାଲ୍ ଜୁଲାଇ ୯ ତାରିଖରେ ମ୍ୟାଞ୍ଚେଷ୍ଟର ଏବଂ ଦ୍ୱିତୀୟ ସେମିଫାଇନାଲ୍ ଜୁଲାଇ ୧୧ ତାରିଖରେ ବର୍ମିଂହାମରେ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos