ସଙ୍କଟରେ ଶୋଏବ ମଲିକଙ୍କ କ୍ୟାରିୟର, ସନ୍ନ୍ୟାସ ପାଇଁ ଦାବି

ଲଣ୍ଡନ: ଭାରତ ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ପାକିସ୍ତାନର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଶୋଏବ ମଲିକ୍ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ୍ ଫେରିଥିଲେ। ଲଗାତାର ବିଫଳ ହେଉଥିବା ମଲିକଙ୍କୁ ଏବେ ପାକିସ୍ତାନର କିଛି ପୂର୍ବତନ ଖେଳାଳି ସମାଲୋଚନା କରିଛନ୍ତି। କିଛି କହିଛନ୍ତି, ମଲିକଙ୍କ କ୍ୟାରିୟରର ପ୍ରାୟତଃ ଶେଷ ହୋଇଯାଇଛି ଏବଂ ତାଙ୍କୁ ତୁରନ୍ତ ସନ୍ନ୍ୟାସ ନେଇଯିବା ଦରକାର। ୩୭ ବର୍ଷୀୟ ମଲିକ୍ ଚଳିତ ବର୍ଷ ଆରମ୍ଭରୁ କହିଥିଲେ ଯେ, ବିଶ୍ୱକପ୍ ପରେ ସେ ଦିନିକିଆ କ୍ରିକେଟକୁ ଅଲବିଦା କହିଦେବେ ଏବଂ […]

malik

malik

Hemant Lenka
  • Published: Tuesday, 18 June 2019
  • Updated: 18 June 2019, 03:51 PM IST

Sports

Latest News

ଲଣ୍ଡନ: ଭାରତ ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ପାକିସ୍ତାନର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଶୋଏବ ମଲିକ୍ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ୍ ଫେରିଥିଲେ। ଲଗାତାର ବିଫଳ ହେଉଥିବା ମଲିକଙ୍କୁ ଏବେ ପାକିସ୍ତାନର କିଛି ପୂର୍ବତନ ଖେଳାଳି ସମାଲୋଚନା କରିଛନ୍ତି। କିଛି କହିଛନ୍ତି, ମଲିକଙ୍କ କ୍ୟାରିୟରର ପ୍ରାୟତଃ ଶେଷ ହୋଇଯାଇଛି ଏବଂ ତାଙ୍କୁ ତୁରନ୍ତ ସନ୍ନ୍ୟାସ ନେଇଯିବା ଦରକାର।

୩୭ ବର୍ଷୀୟ ମଲିକ୍ ଚଳିତ ବର୍ଷ ଆରମ୍ଭରୁ କହିଥିଲେ ଯେ, ବିଶ୍ୱକପ୍ ପରେ ସେ ଦିନିକିଆ କ୍ରିକେଟକୁ ଅଲବିଦା କହିଦେବେ ଏବଂ ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ହେବାକୁଥିବା ଟି-୨୦ ବିଶ୍ୱକପ୍ ଉପରେ ଧ୍ୟାନ ଦେବେ। ମଲିକ୍ ଚଳିତ ବିଶ୍ୱକପରେ ତିନୋଟି ମ୍ୟାଚ୍ ଖେଳି ମାତ୍ର ୮ ରନ୍ କରିଛନ୍ତି ଏବଂ ଭାରତ ବିପକ୍ଷ ମ୍ୟାଚରେ ସେ ପ୍ରଥମ ବଲରେ ଆଉଟ୍ ହୋଇଥିଲେ। ପାକିସ୍ତାନର ପୂର୍ବତନ କ୍ରିକେଟରଙ୍କ ମତରେ ମଲିକ୍ ନିଜର ଅନ୍ତିମ ଦିନିକିଆ ମ୍ୟାଚ୍ ଖେଳିସାରିଛନ୍ତି।

ପୂର୍ବତନ ଟେଷ୍ଟ ସ୍ପିନର୍ ଇକବାଲ୍ କାସିମ୍ କହିଛନ୍ତି, ଶୋଏବ ନିଜେ କହିଥିଲେ ଯେ ବିଶ୍ୱକପ୍ ପରେ ଦିନିକିଆରୁ ସନ୍ନ୍ୟାସ ନେଇଯିବେ। ଟୁର୍ଣ୍ଣାମେଣ୍ଟରେ ତାଙ୍କ ପ୍ରଦର୍ଶନକୁ ଦେଖି ଲାଗୁନି ଯେ, ତାଙ୍କୁ ବାକି ଚାରୋଟି ମ୍ୟାଚରେ ସୁଯୋଗ ମିଳିବ।

ସେହିପରି ପୂର୍ବତନ ବ୍ୟାଟ୍ସମ୍ୟାନ୍ ମହମ୍ମଦ ୟୁସୁଫ୍ କହିଛନ୍ତି, ପାକିସ୍ତାନ ପକ୍ଷରୁ ମଲିକଙ୍କ କ୍ୟାରିୟର ଶେଷ ହୋଇଯାଇଛି। ବିଶ୍ୱକପର ବାକି ମ୍ୟାଚ୍ ଗୁଡ଼ିକରେ ତାଙ୍କୁ ଆଉ ସୁଯୋଗ ମିଳିବ ନାହିଁ । ତାଙ୍କୁ ପୁଣିଥରେ ଟିମରେ ରଖିବା ମୁର୍ଖାମୀ ହେବ। ତେବେ କ୍ୟାପଟେନ୍ ସର୍ଫରାଜ ଅହମ୍ମଦ ଓ କୋଚ୍ ମିକି ଆର୍ଚର ମଲିକଙ୍କୁ ସମର୍ଥନ କରିଛନ୍ତି।

ସୂଚନାଯୋଗ୍ୟ, ମଲିକ୍ ପାକିସ୍ତାନ ପକ୍ଷରୁ ୩୫ ଟେଷ୍ଟ, ୨୮୭ ଦିନିକିଆ ଓ ୧୧୧ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ପାକିସ୍ତାନ ପକ୍ଷରୁ ୧୯୯୯ରେ ଦିନିକିଆ ପଦାର୍ପଣ କରିଥିବା ମଲିକ୍ ଏହି ଫର୍ମାଟରେ ୭୫୩୪ ରନ୍ ଏବଂ ୧୫୮ ୱିକେଟ୍ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos