ସେମିଫାଇନାଲ୍ ଯିବା ପାଇଁ ପାକିସ୍ତାନକୁ ଦରକାର ଏହି ଚମତ୍କାର

ଲଣ୍ଡନ: ବୁଧବାର ଆୟୋଜକ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ହୋଇଥିବା ମ୍ୟାଚ୍ ଉପରେ ପାକିସ୍ତାନର ନଜର ରହିଥିଲା। ଆୟୋଜକ ଟିମ୍ କିୱି ଟିମକୁ ହରାଇ ସହଜରେ ସେମିଫାଇନାଲରେ ପହଞ୍ଚିଥିଲା ଏବଂ ପାକିସ୍ତାନର ସେମିଫାଇନାଲରେ ପହଞ୍ଚିବାର ସବୁ ସମୀକରଣ ଶେଷ ହୋଇଯାଇଥିଲା। ଚତୁର୍ଥ ଟିମ୍ ଭାବେ ନ୍ୟୁଜିଲ୍ୟାଣ୍ଡର ଅନ୍ତିମ-୪ରେ ପହଞ୍ଚିବା ପ୍ରାୟତଃ ନିଶ୍ଚିତ ହୋଇସାରିଛି, କାରଣ ପାକିସ୍ତାନକୁ ବାଂଲାଦେଶକୁ ବିପକ୍ଷରେ ଏଭଳି କିଛି କରିବାକୁ ହେବ, ତାହା ବିଶ୍ୱ କ୍ରିକେଟ୍ ଇତିହାସରେ ଏପର୍ଯ୍ୟନ୍ତ ହୋଇନାହିଁ। ଇଂଲଣ୍ଡ ବ୍ୟତୀତ ଅଷ୍ଟ୍ରେଲିଆ […]

pak

pak

Hemant Lenka
  • Published: Thursday, 04 July 2019
  • Updated: 04 July 2019, 05:01 PM IST

Sports

Latest News

ଲଣ୍ଡନ: ବୁଧବାର ଆୟୋଜକ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ହୋଇଥିବା ମ୍ୟାଚ୍ ଉପରେ ପାକିସ୍ତାନର ନଜର ରହିଥିଲା। ଆୟୋଜକ ଟିମ୍ କିୱି ଟିମକୁ ହରାଇ ସହଜରେ ସେମିଫାଇନାଲରେ ପହଞ୍ଚିଥିଲା ଏବଂ ପାକିସ୍ତାନର ସେମିଫାଇନାଲରେ ପହଞ୍ଚିବାର ସବୁ ସମୀକରଣ ଶେଷ ହୋଇଯାଇଥିଲା।

ଚତୁର୍ଥ ଟିମ୍ ଭାବେ ନ୍ୟୁଜିଲ୍ୟାଣ୍ଡର ଅନ୍ତିମ-୪ରେ ପହଞ୍ଚିବା ପ୍ରାୟତଃ ନିଶ୍ଚିତ ହୋଇସାରିଛି, କାରଣ ପାକିସ୍ତାନକୁ ବାଂଲାଦେଶକୁ ବିପକ୍ଷରେ ଏଭଳି କିଛି କରିବାକୁ ହେବ, ତାହା ବିଶ୍ୱ କ୍ରିକେଟ୍ ଇତିହାସରେ ଏପର୍ଯ୍ୟନ୍ତ ହୋଇନାହିଁ। ଇଂଲଣ୍ଡ ବ୍ୟତୀତ ଅଷ୍ଟ୍ରେଲିଆ ଓ ଭାରତ ପୂର୍ବରୁ ହିଁ ସେମିଫାଇନାଲରେ ପହଞ୍ଚିସାରିଛନ୍ତି।

ଟସ୍ ହାରିଲେ ଖେଳ ଖତମ୍: ଏବେ ପାକିସ୍ତାନ ଟିମ୍ କେବଳ ଚମତ୍କାର ଦ୍ୱାରା ହିଁ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପହଞ୍ଚିପାରିବ। ଖେଳ ଦୃଷ୍ଟିକୋଣରୁ ପାକିସ୍ତାନର କ୍ୱାଲିଫାଏ କରିବା ଅସମ୍ଭବ। ସର୍ବପ୍ରଥମେ ଆସନ୍ତାକାଲି ମ୍ୟାଚରେ ଟସ୍ ନିର୍ଣ୍ଣାୟକ ଭୂମିକା ବହନ କରିବ। ଯଦି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରେ, ତାହେଲେ ସେମିଫାଇନାଲ୍ ପହଞ୍ଚିବାର ଆଶା ସାମାନ୍ୟ ରହିବ। ଯଦି ଟିମ୍ ଟସ୍ ହାରିଯାଏ ଏବଂ ବାଂଲାଦେଶ ଟିମ୍ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନିଏ, ତାହେଲେ ପାକିସ୍ତାନ ଏହି ମ୍ୟାଚ୍ ଜିତିକି ବି କୌଣସି ଭାବରେ ସେମିଫାଇନାଲକୁ କ୍ୱାଲିଫାଏ କରିପାରିବ ନାହିଁ।

ସେମିଫାଇନାଲ୍ ପାଇଁ ପାକିସ୍ତାନକୁ ଦରକାର ଚମତ୍କାର: ଯଦି ଭାଗ୍ୟର କଏନ୍ ପାକିସ୍ତାନ ସପକ୍ଷରେ ଯାଏ, ତାହେଲେ ଟିମ୍ ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇବ ଏବଂ ପାକିସ୍ତାନ ପାଇଁ ଅଳ୍ପ ସୁଯୋଗ ରହିବ। କ୍ରିକେଟ୍ ଏକ୍ସପର୍ଟ ଓ ଷ୍ଟାଟିଷ୍ଟିସିଆନ୍ ମୋହନଦାସ ମେନନ୍ ପାକିସ୍ତାନ ପାଇଁ ଯେଉଁ ସମ୍ଭାବନା ପ୍ରସ୍ତୁତ କରିଛନ୍ତି, ଯଦି ପାକିସ୍ତାନ ତାହା କରିଦିଏ, ଏହା ୱାର୍ଲ୍ଡ ରେକର୍ଡ ହେବ।
ବୋର୍ଡରେ ଦରକାର ୪୦୦ ରନ୍: ମ୍ୟାଚରେ ଯଦି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିବାକୁ ସୁଯୋଗ ପାଏ, ତାହେଲେ ଟିମକୁ ୪୦୦ ରନ୍ କରିବାକୁ ପଡ଼ିବ।

ଏହା ପରେ ସେମାନେ ବାଂଲାଦେଶ ଟିମକୁ ମାତ୍ର ୮୪ ରନ୍ ଭିତରେ ଅଲଆଉଟ୍ କରିବାକୁ ପଡ଼ିବ। ଯଦ୍ଦ୍ୱାରା ପାକିସ୍ତାନ ୩୧୬ ରନରେ ମ୍ୟାଚକୁ ଜିତି ତା'ର ନେଟ୍ ରନରେଟକୁ ନ୍ୟୁଜିଲ୍ୟାଣ୍ଡଠାରୁ ଉନ୍ନତ କରିପାରିବ । ଦିନିକିଆ କ୍ରିକେଟରେ ରନ୍ ବ୍ୟବଧାନରେ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ବିଜୟ ନ୍ୟୁଜିଲ୍ୟାଣ୍ଡ୍ ନାମରେ ରହିଛି। ୨୦୦୮ରେ ନ୍ୟୁଜିଲ୍ୟାଣ୍ଡ୍ ୨୯୦ ରନରେ ଆୟର୍ଲ୍ୟାଣ୍ଡକୁ ହରାଇଥିଲା। ଏହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ୍ ୪୦୩ ରନ୍ କରିଥିଲା ଏବଂ ପରେ ଆୟର୍ଲ୍ୟାଣ୍ଡକୁ ୧୧୩ ରନରେ ଅଲଆଉଟ୍ କରିଥିଲା।

ପାକିସ୍ତାନ ଯଦି ୪୦୦ ରନ୍ କରିନପାରେ ଏବଂ ୩୫୦ ରନ୍ କରିବାକୁ ସକ୍ଷମ ହୁଏ। ତାହେଲେ ପାକିସ୍ତାନ ବାଂଲାଦେଶକୁ ୩୮ ରନରେ ଅଲଆଉଟ୍ କରିବାକୁ ପଡ଼ିବ। ଯଦ୍ଦ୍ୱାରା ପାକ୍ ଟିମ୍ ୩୧୨ ରନର ବ୍ୟବଧାନରେ ମ୍ୟାଚକୁ ଜିତି ସମ୍ଭାବନା ସୃଷ୍ଟି କରିପାରିବ। ଏହାଛଡ଼ା ପାକିସ୍ତାନ ଯଦି ୪୫୦ ରନ୍ କରେ, ତାହେଲେ ସେମାନେ ବାଂଲାଦେଶକୁ ୧୨୯ ରନରେ ଅଲଆଉଟ୍ କରିବା ଦରକାର। ଏହା ହେଲେ ପାକିସ୍ତାନ ୩୨୧ ରନରେ ମ୍ୟାଚକୁ ଜିତି ସେମିଫାଇନାଲରେ ପହଞ୍ଚିପାରିବ।

ନେଟ୍ ରନରେଟରେ ନ୍ୟୁଜିଲ୍ୟାଣ୍ଡ୍ ଆଗରେ: ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡର ୧୧ ପଏଣ୍ଟ ଅଛି ଏବଂ ନେଟ୍ ରନରେଟ୍ +୦.୧୭୫ ରହିଛି। ଏହି ତୁଳନାରେ ପାକିସ୍ତାନ ୯ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛି। ପାକିସ୍ତାନର ନେଟ୍ ରନରେଟ୍ -୦.୭୯୦ ରହିଛି। ଶେଷ ଲିଗ୍ ମ୍ୟାଚରେ ବାଂଲାଦେଶକୁ ହରାଇଲେ ପାକିସ୍ତାନର ୧୧ ପଏଣ୍ଟ ହୋଇଯିବ। କିନ୍ତୁ ନ୍ୟୁଜିଲ୍ୟାଣ୍ଡଠାରୁ ଉନ୍ନତ ନେଟ୍ ରନରେଟ୍ କରିବାକୁ ହେଲେ, ପାକିସ୍ତାନକୁ ବଡ଼ ବ୍ୟବଧାନରେ ଜିତିବାକୁ ପଡ଼ିବ, ଯାହା କେବଳ ପ୍ରଥମେ ବ୍ୟାଟିଂ କରିବା ଦ୍ୱାରା ସମ୍ଭବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story