ବୋଲର୍‌ଙ୍କ ଦମ୍‌ରେ ଜିତିଲା ଶ୍ରୀଲଙ୍କା

କାର୍ଡିଫ୍: ନୁୱନ୍ ପ୍ରଦୀପଙ୍କ ଘାତକ ବୋଲିଂ ବଳରେ ଶ୍ରୀଲଙ୍କା ଚଳିତ ବିଶ୍ୱକପର ସପ୍ତମ ମ୍ୟାଚରେ ଆଫଗାନିସ୍ତାନକୁ ଡିଏଲ୍ ପଦ୍ଧତିରେ ୩୪ ରନରେ ପରାସ୍ତ କରି ପ୍ରଥମ ବିଜୟ ହାସଲ କରିଛି। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ଆଫଗାନିସ୍ତାନ ସ୍ପିନର୍ ମହମ୍ମଦ ନବି ଓ ରଶିଦ୍ ଖାନଙ୍କ ଘାତକ ବୋଲିଂକୁ ସାମ୍ନା କରିନପାରି ଶ୍ରୀଲଙ୍କା ୩୬.୫ ଓଭରରେ ୨୦୧ ରନ୍ କରି ଅଲଆଉଟ୍ ହୋଇଥିଲା। ଶ୍ରୀଲଙ୍କା ୩୩ ଓଭରରେ ୮ ୱିକେଟ୍ ହରାଇ ୧୮୨ ରନ୍ କରିଥିବା ବେଳେ […]

srilanka

srilanka

Hemant Lenka
  • Published: Wednesday, 05 June 2019
  • Updated: 05 June 2019, 03:56 PM IST

Sports

Latest News

କାର୍ଡିଫ୍: ନୁୱନ୍ ପ୍ରଦୀପଙ୍କ ଘାତକ ବୋଲିଂ ବଳରେ ଶ୍ରୀଲଙ୍କା ଚଳିତ ବିଶ୍ୱକପର ସପ୍ତମ ମ୍ୟାଚରେ ଆଫଗାନିସ୍ତାନକୁ ଡିଏଲ୍ ପଦ୍ଧତିରେ ୩୪ ରନରେ ପରାସ୍ତ କରି ପ୍ରଥମ ବିଜୟ ହାସଲ କରିଛି। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ଆଫଗାନିସ୍ତାନ ସ୍ପିନର୍ ମହମ୍ମଦ ନବି ଓ ରଶିଦ୍ ଖାନଙ୍କ ଘାତକ ବୋଲିଂକୁ ସାମ୍ନା କରିନପାରି ଶ୍ରୀଲଙ୍କା ୩୬.୫ ଓଭରରେ ୨୦୧ ରନ୍ କରି ଅଲଆଉଟ୍ ହୋଇଥିଲା।

ଶ୍ରୀଲଙ୍କା ୩୩ ଓଭରରେ ୮ ୱିକେଟ୍ ହରାଇ ୧୮୨ ରନ୍ କରିଥିବା ବେଳେ ବର୍ଷା କାରଣରୁ ମ୍ୟାଚ୍ ରୋକିବାକୁ ପଡ଼ିଥିଲା। ବର୍ଷା ଛାଡ଼ିବା ପରେ ମ୍ୟାଚ୍ ୪୧ ଓଭର ବିଶିଷ୍ଟ କରାଯାଇଥିଲା। ଫଳରେ ଆଫଗାନିସ୍ତାନ ଆଗରେ ଡିଏଲ୍ ନିୟମ ଅନୁଯାୟୀ ୪୧ ଓଭରରେ ୧୮୭ ରନର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଏହାକୁ ପିଛା କରି ଆଫଗାନିସ୍ତାନ ୩୨.୪ ଓଭରରେ ୧୫୨ ରନ୍ କରି ଅଲଆଉଟ୍ ହୋଇଯାଇଥିଲା।

ଆଫଗାନିସ୍ତାନ ପକ୍ଷରୁ ନାଜିବୁଲ୍ଲା ଜର୍ଦ୍ଦାନ୍ ସର୍ବାଧିକ ୪୩, ହଜରତୁଲ୍ଲା ଜାଜାଇ ୩୦, ଅଧିନାୟକ ଗୁଲବଦିନ୍ ନାଏବ ୨୩ ଓ ମହମ୍ମଦ ନବି ୧୧ ରନ୍ କରିଥିଲେ। ଶ୍ରୀଲଙ୍କା ପକ୍ଷରୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ନୁୱନ୍ ପ୍ରଦୀପ ୩୧ ରନ୍ ଦେଇ ୪ଟି ଓ ଲସିଥ୍ ମାଲିଙ୍ଗା ୩୯ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ।

ଏହା ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କାର ଆରମ୍ଭ ଦମଦାର ରହିଥିଲା। ଏକ ସମୟରେ ଶ୍ରୀଲଙ୍କା ୧ ୱିକେଟରେ ୧୪୪ ରନ୍ କରି ଭଲ ସ୍ଥିତିରେ ଥିଲା ଏବଂ ବଡ଼ ସ୍କୋର ଅଭିମୁଖେ ଅଗ୍ରସର ହେଉଥିଲା। କିନ୍ତୁ ଏହିଠାରୁ ଆଫଗାନିସ୍ତାନ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲା। ଶ୍ରୀଲଙ୍କା ତା'ର ଶେଷ ୯ ୱିକେଟ୍ ୫୭ ରନରେ ହରାଇଥିଲା।

ଟିମ୍ ପକ୍ଷରୁ କୁଶଲ ପରେରା ସର୍ବାଧିକ ୭୮ (୮୧ ବଲ୍, ୮ ଚୌକା) ରନ୍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ଦିମୁତ କରୁଣାରତ୍ନେ (୩୦), ଲାହିରୁ ଥିରିମାନେ (୨୫), କୁଶଲ ମେଣ୍ଡିସ୍ (୨) ଓ ଆଞ୍ଜେଲୋ ମାଥ୍ୟୁସ୍ (୦), ଇସୁରୁ ଉଦାନା (୧୦), ଥିସାରା ପରେରା (୨), ଧନଞ୍ଜନ ଡି'ସିଲଭା (୦) ନିରାଶ କରିଥିଲେ। ସୁରଙ୍ଗ ଲାକମଲ୍ ୧୫ ରନ୍ କରି ଅପରାଜିତ ଥିଲେ। ଆଫଗାନିସ୍ତାନ ପକ୍ଷରୁ ନବି ୩୦ ରନ୍ ଦେଇ ୪ ୱିକେଟ୍ ନେଇଥିବା ବେଳେ ରଶିଦ୍ ଓ ଦୌଲତ ଜର୍ଦ୍ଦାନ୍ ୨ଟି ଲେଖାଏ ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story