୧୯ ବର୍ଷର ଏହି କ୍ରିକେଟର୍‌ ହେବେ ସବୁଠୁ କମ ବୟସର ଅଧିନାୟକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଫଗାନିସ୍ତାନର ଷ୍ଟାର କ୍ରିକେଟର୍‌ ରସିଦ ଖାନ ଆଜି କାଲି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ବର୍ତ୍ତମାନ ଆଇସିସି ଦିନିକିଆ ଓ ଟି-ଟ୍ୱେଣ୍ଟି ମାନ୍ୟତାରେ ଟପ୍‌ରେ ପହଞ୍ଚିଥିବା ରସିଦ ଖାନଙ୍କୁ ଆଉ ଏକ ସଫଳତା ମିଳିଛି। ୧୯ ବର୍ଷିୟ ଏହି ଲେଗ୍‌ ସ୍ପିନର ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସବଠୁ କମ୍‌ ବୟସର ଅଧିନାୟକ ହେବାକୁ ଯାଉଛନ୍ତି। ଆଫଗାନିସ୍ଥାନ ଟିମ୍‌ ଜିମ୍ବାୱେରେ ବିଶ୍ୱକପ ପାଇଁ କ୍ୱାଲିଫାୟର ମ୍ୟାଚ୍‌ ଖେଳିବ। ଏହି ଗସ୍ତରେ ଆଫଗାନିସ୍ଥାନର ନିୟମିତ ଅଧିନାୟକ ଅସୁସ୍ଥ କାରଣରୁ ପ୍ରଥମ […]

608453-586845-afghanistan-cricket-afp

608453-586845-afghanistan-cricket-afp

Rakesh Mallick
  • Published: Tuesday, 27 February 2018
  • Updated: 27 February 2018, 12:40 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଫଗାନିସ୍ତାନର ଷ୍ଟାର କ୍ରିକେଟର୍‌ ରସିଦ ଖାନ ଆଜି କାଲି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ବର୍ତ୍ତମାନ ଆଇସିସି ଦିନିକିଆ ଓ ଟି-ଟ୍ୱେଣ୍ଟି ମାନ୍ୟତାରେ ଟପ୍‌ରେ ପହଞ୍ଚିଥିବା ରସିଦ ଖାନଙ୍କୁ ଆଉ ଏକ ସଫଳତା ମିଳିଛି। ୧୯ ବର୍ଷିୟ ଏହି ଲେଗ୍‌ ସ୍ପିନର ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସବଠୁ କମ୍‌ ବୟସର ଅଧିନାୟକ ହେବାକୁ ଯାଉଛନ୍ତି। ଆଫଗାନିସ୍ଥାନ ଟିମ୍‌ ଜିମ୍ବାୱେରେ ବିଶ୍ୱକପ ପାଇଁ କ୍ୱାଲିଫାୟର ମ୍ୟାଚ୍‌ ଖେଳିବ। ଏହି ଗସ୍ତରେ ଆଫଗାନିସ୍ଥାନର ନିୟମିତ ଅଧିନାୟକ ଅସୁସ୍ଥ କାରଣରୁ ପ୍ରଥମ କିଛି ମ୍ୟାଚ୍‌ ଖେଳିପାରିବେ ନାହିଁ।

ଫଳରେ ଉପ ଅଧିନାୟକ ରସିଦ ଖାନ ଦଳରେ ନେତୃତ୍ୱ ନେବେ। ଆଫଗାନିସ୍ଥାନ ଜିମ୍ବାୱେ ବିପକ୍ଷରେ ତାର ପ୍ରଥମ ମ୍ୟାଚ୍‌ ମାର୍ଚ୍ଚ ୪ ତାରିଖ ଦିନ ଖେଳିବ। ଏହାସହ ରସିଦ ଦୁନିଆର ସବୁଠୁ କମ ବୟସର ଅଧିନାୟକ ହୋଇଯିବେ। ସବୁଠୁ କମ ବୟସର ଅଧିନାୟକ ଭାବେ ବରମୁଣ୍ଡାର ଅଧିନାୟକ ରୋଡନୀ ଟ୍ରଟ୍‌ଙ୍କ ନାଁ ସବୁଠୁ ଆଗରେ ରହିଛି। ସେ ୨୦ ବର୍ଷ ୩୩୨ ଦନ ବୟସରେ ଅଧିନାୟକ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos